ମଙ୍ଗଳବାର, ମାର୍ଚ୍ଚ 11, 2014

ପ୍ରତିଧ୍ୱନୀ


ପାଠକୀୟ ମତ
ଡା. ଗୁରୁପ୍ରସାଦ ମହାନ୍ତି,
ରାଜ୍ୟ ସଭାପତି, ଉତ୍କଳ ସମ୍ମିଳନୀ
କଟକ
              ତା ୧.୯.୨୦୧୩ ରିଖ
        ଓଡ଼ିଶା ବାହାରେ ଓଡ଼ିଆ ପତ୍ରିକାଟି ଖୁବ‌୍‍ ଚମତ୍କାର ହୋଇଛି| ସେଥିଲାଗି ଉତ୍କଳ ସମ୍ମିଳନୀ ପକ୍ଷରୁ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି| ଯେଉଁ କାର୍ଯ୍ୟ ଉତ୍କଳ ସମ୍ମିଳନୀ କରନ୍ତା, ସେ କାର୍ଯ୍ୟ ଆପଣ କରୁଛନ୍ତି| ପ୍ରତିବର୍ଷ କିଛି ଲୋକଙ୍କୁ ନେଇ ଆପଣ ବିଚ୍ଛିନାଞ୍ଚଳ ବୁଲାଇବା କାର୍ଯ୍ୟକ୍ରମ ରଖିଛନ୍ତି| ତାହା ମଧ୍ୟ ଏକ ଅଭିନନ୍ଦନୀୟ ପଦକ୍ଷେପ| ¨ ¨ ¨ ଆପଣଙ୍କ ବହି ସବୁ ପଢ଼ିଲି| ଅଧ୍ୟାପନା, ଲେଖାଲେଖି ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ଭିତରେ ଏଭଳି ଉଦ୍ୟମ ବଜାୟ ରଖି କିଛି କରିପାରୁଛନ୍ତି, ତାହା ଅତ୍ୟନ୍ତ ଆନନ୍ଦର ବିଷୟ| ଆପଣଙ୍କର ଏପରି କାର୍ଯ୍ୟ ଭବିଷ୍ୟତରେ ଓଡ଼ିଆ ଭାଷା, ସଂସ୍କୃତି ଓ ଜାତୀୟତା ପାଇଁ ଯଥେଷ୍ଟ ସହାୟକ ହେବ| ଏସବୁ କାର୍ଯ୍ୟରେ ମୋର ଯତ‌୍‍କିଞ୍ଚିତ ସହଯୋଗର ଆବଶ୍ୟକତା ଅନୁଭବ କଲେ, ଜଣାଇବେ| ଆପଣଙ୍କର ଉଦ୍ୟମ ସଫଳ ହେଉ, ଏହା ହିଁ କାମନା|



ପ୍ରଖ୍ୟାତ ଅଧ୍ୟାପକ,ଗବେଷକ ତଥା ଲେଖକ
ଶ୍ରୀ ପଠାଣି ପଟ୍ଟନାୟକ
ତା ୧.୯.୨୦୧୩ ରିଖ
କେନ୍ଦୁଝର କଲୋନୀ, କଟକ-୮
                ¨ ¨ ¨ ୧୯୪୮ ମସିହାରେ ମୋର ସିଂହଭୂମିରେ ଗୋଟିଏ ମାସ ଗାଁକୁ ଗାଁ ଭ୍ରମଣ କରିବାର ସୁଯୋଗ ମିଳିଥିଲା| ମୁଁ ଥିଲି ତୃତୀୟ ବାର୍ଷିକ ଶ୍ରେଣୀର ଛାତ୍ର - ପୁରୀ କଲେଜରେ ଏବଂ ପୁରୀ ଜିଲ୍ଲା ଉତ୍କଳ ବାହିନୀର ସଂପାଦକ ଥିଲି| ବ୍ରାହ୍ମଣ ପରିବାର ବ୍ୟତୀତ ଆମକୁ କେହି ଆଶ୍ରୟ ଦେଉନଥିଲେ| ଓଡ଼ିଆ ଜମିଦାର, ଓଡ଼ିଆ ସ୍କୁଲ ଶିକ୍ଷକ ବଙ୍ଗଳା ପଢ଼ାଉଥିଲେ ଓ ଓଡ଼ିଆ ପିଲେ ବଙ୍ଗଳା ପଢ଼ୁଥିଲେ| ଓଡ଼ିଆ ଘରେ ବଙ୍ଗଳା କଥା ହେଉଥିଲେ| କେବଳ ବ୍ରାହ୍ମଣ ପରିବାରର ଘରେ ଓଡ଼ିଆ ଏବଂ ବାହାରକୁ ଆସିଲେ ବଙ୍ଗଳା ଭାଷା ଥିଲା କଥାର ମାଧ୍ୟମ| ଆଜି ୬୫ବର୍ଷ ପରେ ଓଡ଼ିଆ ଭାଷା କି ଅବସ୍ଥାରେ ଥିବ ? ମୋର ଧାରଣା, ଆମେ ନିର୍ଭରଶୀଳ ଜାତି| ଯଦି ଓଡ଼ିଶାରେ ମୁଷ୍ଟିମେୟ ମୁସଲମାନ, ବଙ୍ଗାଳୀ ଓ ତେଲଗୁ ଜନସଂଖ୍ୟା ପାଇଁ ସେହି ଭାଷାର ସ୍କୁଲ ଶିକ୍ଷକ ନିଯୁକ୍ତି ଦେଉଛନ୍ତି, ବିଚ୍ଛିନ୍ନ ଅଞ୍ଚଳରେ ଓଡ଼ିଆ ଶିକ୍ଷକ ଓ ଶିକ୍ଷା ମାଧ୍ୟମର ପ୍ରତିବନ୍ଧକ କାହିଁକି ? ସେମାନେ ଆଶା କରନ୍ତି ଓଡ଼ିଶା ଲୋକେ ଶିକ୍ଷକ ଯୋଗାଇବେ, ବହି ଯୋଗାଇବେ, ଶିକ୍ଷାନୁଷ୍ଠାନ ଓ ପୁସ୍ତକାଳୟ ପ୍ରତିଷ୍ଠା କରିବେ| ଏ ଜାତି ଜାଗ୍ରତ ହେବ କିପରି ? ତେଲେଙ୍ଗାନାର ମୁଷ୍ଟମେୟ ନିଜର ପ୍ରଦେଶ ପାଇଲେଣି| ପଶ୍ଚିମ ଓଡ଼ିଶା ନିଜର ହାଇକୋର୍ଟ ପାଇବ ଏବଂ ମୁଷ୍ଟିମେୟ ତାଙ୍କ ଆନ୍ଦୋଳନ ଫଳରେ| ଆମେିାପଲବ‌୍‍ଧି କେବଳ ନିଜ ପ୍ରଚେଷ୍ଟାରେ ହୋଇଥାଏ| ¨ ¨ ¨
                           ଶୁଭାକାଂକ୍ଷୀ
                                  ପଠାଣି ପଟ୍ଟନାୟକ





No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ