ସ୍ମୃତିର ସୋପାନ ତଳେ
ଶ୍ରୀ
ଶୁଭେନ୍ଦୁ ମହାପାତ୍ର (ବୁଲୁ)
ସେ ଦିନ ମୁଁ ଖସି ଆସିଥିଲି ସ୍ମୃତିର ଅନେକ
ପାହାଚ ତଳକୁ
ଖୋଜି ବୁଲୁ ଥିଲି ପାଗଳ ଭଳି ପାଉଁଶ କୁଢ଼ରେ ସେ
ନିଆଁକୁ
ଆଖି ମିଟି ମିଟି କରି ହସୁଥିଲେ ସନ୍ଧ୍ୟାର ସେ
ତରା ଯୋଡ଼ିକ
ପଚାରୁ ଥିଲେ ବୋଧେ, ଏବେ ଭାବିଲେ କି ହେବ
କିନ୍ତୁ ଭାବନାର ଅନ୍ତ ନାହିଁ, ସେଦିନ କଥା ଖୁବ୍ ମନେ ପଡ଼ୁଛି
ସାଳନ୍ଦୀର ସନ୍ଧ୍ୟାବେଳ ଥଣ୍ଡା ପବନ ଝରକା ଦେଇ
ପଶି ଆସୁଛି
ସ୍ମୃତିର ସୋପାନ ତଳକୁ ମୁଁ ଆହୁରି ଖସି ଯାଉଛି
କାହିଁକି କାହିଁକି କାହିଁକି, କାହିଁକି ଏମିତି ହେଲା ?
ମନ ଚାହିଁଥିଲେ କଣ, ସେମିତି ହୋଇ ନଥାନ୍ତା !
ଅବୁଝା ମନର ଅବୁଝା ଇଚ୍ଛା, ଖୋଜୁଛି ସେଦିନର ବାସ୍ନା
ଅବୁଝା ମନର ଅବୁଝା ଇଚ୍ଛା, କରିହୁଏ ନାହିଁ ତାକୁ ମନା
ସ୍ମୃତିର ସୋପାନ ତଳେ, ଏବେବି ଅଛି ସେ ନିଆଁ
ସ୍ମୃତିର ସୋପାନ ତଳେ, ଏବେବି ଅଛି ସେ ନିଆଁ|
ABU DHABI (UAE)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ