ରବିବାର, ମାର୍ଚ୍ଚ 9, 2014

ଖବର - ଟବର



(ବିଭିନ୍ନ ସମ୍ବାଦ ପତ୍ରର ବିଚ୍ଛିନ୍ନାଞ୍ଚଳର ଖବର)

ଉତ୍କଳ ଦିବସ ପାଳନ 

ଝାଡଖଣ୍ଡର ପଶ୍ଚିମସିଂହଭୁମି ରୂପଜିଲ୍ଲାର ଚକ୍ରଧରପୁରସ୍ଥିତ ଉତ୍କଳମଣି ବିଦ୍ୟାମନ୍ଦିର ଉଚ୍ଚବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀତରଫରୁ ଉତ୍କଳଦିବସ ପାଳିତ ହୋଇଛି| ସଭାପତି - ଶ୍ରୀ ସରୋଜ ପ୍ରଧାନ, ମୁଖ୍ୟ ଅତିଥି - ବିଧାୟକ ଗୁରୁଚରଣ ନାୟକ, ବହୁ ଓଡ଼ିଆ ଭାଇ-ଭଉଣୀଙ୍କ ସହିତ ଯୋଗ ଦେଇଥିଲେ ଦକ୍ଷିଣପୂର୍ବ ରେଳପଥର ସ୍ଥାନୀୟ ଓଡ଼ିଆ ଆସୋସିଏସନର ସଭାପତି - ଶ୍ରୀ ପ୍ରମୋଦ ମିଶ୍ର, ପ୍ରଧାନଶିକ୍ଷକ ଗୋକୁଲ ମହାତୋ ପ୍ରଭୃତି|
(ସମାଜ /ତା୨/୪/୩୦୧୩)

ସାବାସ ଓଡ଼ିଆ

        ଓଡ଼ିଶା ବାହାରେ ଓଡ଼ିଆ ରହିଲେ ମଧ୍ୟ ସେ ନିଜ ଜନ୍ମମାଟିକୁ କେବେ ଭୁଲି ପାରି ନାହିଁ| ସେଥିପାଇଁ ସେହି ମାଟିର ଉନ୍ନତି ପାଇଁ କିଛି ତ୍ୟାଗ ମଧ୍ୟ କରିଛି| ଏହାର ଏକ ଉଦାହରଣ - ଭଦ୍ରକ ଅଞ୍ଚଳରର ବୈଜ୍ଞାନିକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର|
        ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର ପ୍ରତିଷ୍ଠିତ ପାଳିଆବିନ୍ଧା ଗ୍ରାମ ନିକଟସ୍ଥ ହାଟୁଆରି ଗ୍ରାମର ବୈଜ୍ଞାନିକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର ହେଲେ ବ୍ରହ୍ମୋସ୍ତ୍ର କ୍ଷେପଣାସ୍ତ୍ର ପ୍ରଡକସନ‌୍‍ର ଡାଇରେକ୍ଟର| ସେ ନିଜ ଗାଁରେ ୧୮ଶହ ମିଟର ଦୈର୍ଘ୍ୟ ହାଟୁଆରି - ଗୋପାଳ ମାଧବ ରାସ୍ତାର ଉନ୍ନତି ପାଇଁ ଇସ୍ରାଇଲ‌୍‍ ଜ୍ଞାନକୌଶଳରେ ନିର୍ମାଣ କରୁଛନ୍ତି| ଏଥିପାଇଁ ୨୦ଲକ୍ଷ ଟଙ୍କାର ଅଟକଳ ହୋଇଛି| ଏପରି ଜ୍ଞାନ କୌଶଳରେ ରାସ୍ତା ନିର୍ମାଣ ହେବା ଓଡ଼ିଶାରେ ପ୍ରଥମ| ଏଥି ସହିତ ସେ ପାଳିଆବିନ୍ଧା ବାଳିକା ଉଚ୍ଚବିଦ୍ୟାଳୟ ଓ ଦୋଳସାହିସ୍ଥ ଅନାଥ ଆଶ୍ରମ ଏବଂ ହାଟୁଆରି ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଅର୍ଥ ସାହାଯ୍ୟ କରିଛନ୍ତି| ବୈଜ୍ଞାନିକ ମହାପାତ୍ର ୨୦୦୩ରେ ଭାରତ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ Scientist of the Yearରେ ସମ୍ମାନିତ ହୋଇଥିଲେ| ଏହିପରି ଜଣେ ଗାଁର ପୁଅ ଜଣେ ଓଡ଼ିଆକୁ ଆମେ ସାଧୁବାଦ ଜଣାଉଛୁଁ| ସେ ସମସ୍ତଙ୍କର ଉଦାହରଣ ହୋଇ ରୁହନ୍ତୁ|
(ସମାଜ /୭/୫/୨୦୧୩ (ବାଲେଶ୍ବର ସଂସ୍କରଣ)




2 comments:

  1. This comment has been removed by the author.

    Replyବିଲୋପ
    Replies
    1. ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ‌ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।

      କମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
      ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।

      ବିଲୋପ