ବୁଧବାର, ମାର୍ଚ୍ଚ 12, 2014

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ


ଷଢେଇକଳା ଓ ଖରସୁଆଁ ଡ଼ାଏରୀ-୩
ଡ. ସତ୍ୟପ୍ରିୟ ମହାଳିକ

        ଇଂରେଜମାନେ ସିଂହଭୂମକୁ ଆସିବାପୂର୍ବରୁ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ସାଧିତ ହୋଇନଥିଲା୤ ସର୍ବସାଧାରଣ ଜନତା ଶିକ୍ଷାରୁ ବଂଚିତ ଥିଲେ୤ ସ୍ଥାନୀୟ ରାଜାମାନେ ମଧ୍ୟ ଜନସାଧାରଣଙ୍କୁ ଶିକ୍ଷିତ କରାଇବାରେ କୌଣସି ଆଗ୍ରହ ଦେଖାଇନଥିଲେ୤ ୧୮୨୧ ମସିହା ବେଳକୁ ଇଂରେଜ (ବ୍ରଟିଶ) ସହିତ ସିଂହଭୂମର ଆଦିବାସୀଙ୍କର ଏକ ବୁଝାମଣାରେ ସେମାନଙ୍କୁ କିମ୍ବା ହିନ୍ଦୀ ଭାଷାରେ ଶିକ୍ଷାପ୍ରାପ୍ତ କରିବାପାଇଁ ନିଦ୍ଦେର୍ଶ ଦିଆଯାଇଥିଲା୤
୧୯୨୧ ମସିହା ବେଳକୁ ଓଡିଆ ରାଜଭାଷା ରୂପେ କୋର୍ଟ କଚେରୀରେ ପ୍ରଚଳିତ ହେବାକୁ ଲାଗିଲା ଓ ବିଦ୍ୟାଳୟରେ ଶିକ୍ଷାର ଏକ ମାଧ୍ୟମ ରୂପେ ମଧ୍ୟ ଗୃହୀତ ହୋଇଗଲା୤ ୧୯୦୧ ମସିହା ବେଳକୁ ଷଢେଇକଳାର ୨୪ଟି ସ୍କୁଲରେ ମୋଟ ୫୭୨ ଜଣ ପଢୁଥିଲେ୤ ସେତେବେଳେ ଖରସୁଆଁରେ ୯ଟି ସ୍କୁଲରେ ମୋଟ ୩୦୮ ଜଣ ଛାତ୍ର ଅଧ୍ୟୟନ କରୁଥିଲେ୤ ୧୯୧୬ ମସିହାରେ ଗୋପବନ୍ଧୁ ଚକ୍ରଧରପୁରର ପୁରୁଣା ବସ୍ତିଠାରେ ଗୋଟିଏ ଓଡିଆସ୍କୁଲ ସ୍ଥାପନ କରିଥିଲେ୤ ତାହା ଆଜି ସ୍ମାରକୀ ହୋଇ ରହିଛି୤ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଓ ଗୋଦାବରୀଶଙ୍କ ଦ୍ବାରା ପରିଚାଳିତ ୩୬୦ ଟି ଓଡିଆ ସ୍କୁଲର ସଂଖ୍ୟା କମି କମି ଆସି ଶହେରୁ କମ‌୍‍ ହୋଇଗଲାଣି୤
        ଝାରଖଣ୍ଡରେ ବର୍ତ୍ତମାନର ଓଡିଆ ଶିକ୍ଷା ମୁମୂର୍ଷୁ ଅବସ୍ଥାରେ ଅଛି୤ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପ୍ରର୍ଯ୍ୟନ୍ତ ସର୍ବତ୍ର ଶ୍ରେଣୀମାନଙ୍କରେ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି| ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଶିକ୍ଷା ପାଇଁ କୌଣସି ସ୍ପୃହା ନାହିଁ| ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡିଶାରେ ବା ଝାରଖଣ୍ଡରେ ଯେଉଁ ବିଶେଷ ସୁବିଧା ମିଳିବା କଥା( ଶିକ୍ଷା, ନିଯୁକ୍ତି ଓ ସେବା କ୍ଷେତ୍ରରେ) ତାହା ସଂକୁଚିତ ଓ କେତେକ ସ୍ଥାନରେ ବିଲୁପ୍ତ ପ୍ରାୟ୤
        ସେଇ ପୁରୁଣା ଢାଞ୍ଚାର ପାଠ୍ୟକ୍ରମ ଓ ଅନ୍ୟଥା ଭାରାକାନ୍ତ ଅନୁପଯୋଗୀ ପାଠ୍ୟ ପୁସ୍ତକର ବୋଝ ମଧ୍ୟ ଛାତ୍ର-ଛାତ୍ରୀଙ୍କ ପାଇଁ ଓ ଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଶିକ୍ଷା ପାଇଁ କୌଣସି ସ୍ପୃହା ନାହିଁ| ଓଡ଼ିଆ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରୟୋଗ ଦୃଷ୍ଟିରୁ ଅନୁକୂଳ ନୁହେଁ୤ ବ୍ୟାବହାରିକ ଭାଷା ଶିକ୍ଷାର କୌଣସି ପ୍ରୟୋଗ ହେଉନଥିବାରୁ ଏଠାରୁ ଉତୀର୍ଣ୍ଣ ହେଉଥିବା ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ହୋଇ ରହିଯାଉଛନ୍ତି୤
        ପୁରୁଣା ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଅଭାବ ଶିକ୍ଷା ଦାନ ଓ ଗ୍ରହଣକୁ ନାନାଭାବେ ପ୍ରଭାବିତ କରିଚାଲିଛି୤ ସ୍କୁଲ କଲେଜ ମାନଙ୍କରେ ଶିକ୍ଷକଙ୍କ ସଂଖ୍ୟା କମିଗଲାଣି୤ ଓଡିଶା ସରକାର ବା ଝାରଖଣ୍ଡ ସରକାର ଏପ୍ରତି ଧ୍ୟାନ ଦେଉନାହାଁନ୍ତି୤ ଏପରିକି ନବଗଠିତ ଝାରଖଣ୍ଡ ରାଜ୍ୟରେ ମଧ୍ୟ ମ୍ୟାଟ୍ରିକ ପାଠ୍ୟକ୍ରମରୁ ଓଡିଆଭାଷାକୁ ଉଠାଇନେବାର ଷଡଯନ୍ତ୍ର ହୋଇଆସିଛି୤ ରାଜ୍ୟ ଉଚ୍ଚନ୍ୟାୟଳାୟରେ ଏହି ମାମଲା ସ୍ଥାନୀୟ ଓଡିଆ ଅଧିବାସୀମାନେ ସମ୍ବାଦପତ୍ର ମାନଙ୍କରେ ଓଡିଆ ଭାଷାଭାଷୀମାନଙ୍କ ସ୍ବାର୍ଥକୁ ଅଧାର କରି ଜନଆନ୍ଦୋଳନ କରିଥିଲେ୤
        ବିଦ୍ୟାଳୟ ସ୍ତରରେ ଓଡିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯିବା ଫଳରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଶିକ୍ଷାର ଅଧୋଗତି ଆରମ୍ଭ ହୋଇସାରିଛି୤ ଝାରଖଣ୍ଡରେ ତିନେଟି ବିଶ୍ବବିଦ୍ୟାଳୟ ମଧ୍ୟରେ ପ୍ରାୟ ୧୫ଟିରୁ ଅଧିକ ମହାବିଦ୍ୟାଳୟରେ ଓଡିଆ ସ୍ନାତକ (Honours) ଶ୍ରେଣୀ ଓ ଦୁଇଟି ମହାବିଦ୍ୟାଳୟରେ ସ୍ନାତୋକୋତ୍ତର (Post Graduation) ଶ୍ରେଣୀରେ ଶିକ୍ଷାଦାନର ବ୍ୟବସ୍ଥା ଅଛି୤ ମାତ୍ର ଅନ୍ୟ ଭାଷାଭାଷୀଙ୍କ ତୁଳନାରେ ଓଡିଆ ଭାଷା ଶିକ୍ଷାପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଯିବାର ଏକ ପ୍ରମୁଖ ଉଦାହରଣ ହେଲା ରାଞ୍ଚି ଓ କୋହ୍ଲାଣ ବିଶ୍ବବିଦ୍ୟାଳୟରେ ସ୍ବତନ୍ତ୍ର ଭାବେ ପି.ଜି. ଡିପାର୍ଟମେଣ୍ଟ ନାହିଁ୤ ଏଣୁ ପ୍ରଶ୍ନ ପତ୍ର ପ୍ରସ୍ତୁତି, ଗବେଷଣା, ପାଠ୍ୟପୁସ୍ତକ ନିର୍ବାଚନା ବା ପ୍ରସ୍ତୁତି, ପାଠ୍ୟକ୍ରମ ମୂଲ୍ୟାୟନ ଓ ଏପରିକି ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ନାନା ବିଧି ସମସ୍ୟା ଉପୁଜୁଛି୤
        ଛାତ୍ର-ଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶନରେ ଅନିୟମିତତା ଏବଂ ପାଠ୍ୟପୁସ୍ତକୟର ଅଭାବ ତଥା ଶିକ୍ଷକଙ୍କର ଅଭାବ, ଓଡିଆ ଶିକ୍ଷାକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି୤ ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରଶାସକଙ୍କ ମନୋଭାବ ଭିତରେ ତାଳମେଳ ରହୁ ନଥିବାରୁ ଏହାର ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଆତକୁ ମାଡ଼ିଯାଉଛି୤ ଏପରିକି ଉଚ୍ଚମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡିଆ ବିଷୟକୁଐଚ୍ଛିକଭାବେ ରଖାଯାଇଛି୤ଏହି ଐଚ୍ଛିକ ଓଡିଆଛାତ୍ର-ଛାତ୍ରୀ ବିକଳ୍ପ ଭାବେ ଇଂରାଜୀ ଓ ଅନ୍ୟାନ୍ୟ ଭାଷା ରଖାଯାଇଥିବାରୁ ଓଡିଆ ଛାତ୍ର-ଛାତ୍ରୀ ଓଡିଆନପଢ଼ି ଅନ୍ୟ ବିକଳ୍ପ ଭାଷା ପଢିବାର ଆଗ୍ରହ ଦେଖାଉଛନ୍ତି୤
        ଏହି ଧାରାରେ ଯଦି ଓଡିଆ ଶିକ୍ଷାର ଗତି ଅବ୍ୟାହତ ରହେ, ତେବେ ବିଚ୍ଛିନ୍ନାଞ୍ଚଳର (ସିଂହଭୂମ/ଝାରଖଣ୍ଡ) ଓଡିଆଅସ୍ତିତ୍ବଟି ହୁଏତ ଆସନ୍ତାକାଲି ପାଇଁ ଏକ ଦୁଃସ୍ବପ୍ନ ହୋଇ ରହିଯିବ୤ ଓଡିଶା ସରକାର, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ତଥା ଅନ୍ୟ ବେସରକାରୀ ସଂଗଠନ ଓ ନେତାଗଣ ତଥା ଝାରଖଣ୍ଡର ଜନସାଧାରଣ ଓ ସରକାର ମହୋଦୟ ଏ ବିଷୟରେ ଚିନ୍ତା କରିବା ଉଚିତ‌୍‍୤
ଆସୋସିଏଟ ପ୍ରଫେସର ବିଭାଗୀୟ ମୁଖ୍ୟ - ଓଡ଼ିଆ
କେ.ଏସ‌୍‍. କଲେଜ, ଷଢ଼େଇକଳା,
ଝାଡ଼ଖଣ୍ଡ, ୮୩୩୨୧୯
ଫୋନ- ୦୯୪୩୧୫୨୧୪୯୧



1 comment:

  1. ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ‌ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।

    କମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
    ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।

    Replyବିଲୋପ