ଗୁରୁବାର, ମାର୍ଚ୍ଚ 13, 2014

ଉତ୍କଳ ସାଂସ୍କୃତିକ ଶିବିରର ବିଚ୍ଛିନ୍ନାଞ୍ଚଳ ଯାତ୍ରା



ଉତ୍କଳ ସାଂସ୍କୃତିକ ଶିବିରର ବିଚ୍ଛିନ୍ନାଞ୍ଚଳ ଯାତ୍ରା

ଉତ୍କଳ ସାଂସ୍କୃତିକ ଶିବିର,ଭଦ୍ରକ ତରଫରୁ ଡ. ମନୀନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଦଳ ଆସନ୍ତା ମାର୍ଚ୍ଚ ୩୦,୨୦୧୪ ତାରିଖ ଦିନ ଓଡ଼଼ିଶାର ବିଚ୍ଛିନ୍ନାଞ୍ଚଳ - ଷଢ଼େଇକଳା ଓ ଖରସୁଆଁ ଅଭିମୁଖେ ଯାଉଅଛି୤ ଏହି ଭ୍ରମଣ ସମୟରେ ସେମାନେ ସେହି ଓଡ଼ିଆ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟ, ଓଡ଼ିଆ ପାଠାଗାର, ଓଡିଆ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରି ସେଠାକାର ଚଳଣି,ପରମ୍ପରା, ପର୍ବ ପର୍ବାଣୀ ଓ ସଂସ୍କୃତି ବିଷୟରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ସେହି ବିଚ୍ଛିନ୍ନାଞ୍ଚଳ ଅଧିବାସୀମାନଙ୍କ ସହିତ ଭାବଗତ ସଂପ୍ରୀତି ସ୍ଥାପନ କରିବେ୤
ଏହି ଦଳରେ ଡ. ମହାନ୍ତିଙ୍କ ବ୍ୟତୀତ ଶ୍ରୀ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ, ଶ୍ରୀ ଗୌତମ ମହାରଣା, ଶ୍ରୀ ଧର୍ମେନ୍ଦ୍ର ବେହେରା, ଡ.ରାମଚନ୍ଦ୍ର ନାୟକ, ଶ୍ରୀ କାଳୀ ପ୍ରସନ୍ନ ବାରିକ(କଟକ), ଶ୍ରୀ ବଳରାମ ରଣସିଂହ( ଖୋର୍ଦ୍ଧା) ଓ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି(ବଡ଼ବିଲ) ଯିବା ପାଇଁ ସ୍ଥିର ହୋଇଛି୤ ଏହି ଦଳ ମାର୍ଚ୍ଚ ୩୦ ତାରିଖରୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଷଢ଼େଇକଳା ଓ ଖରସୁଆଁର ବିଭିନ୍ନ ସ୍ଥାନ ଭ୍ରମଣ କରିବ୤
ଯୋଗାଯୋଗ : ଡ.ମନୀନ୍ଦ୍ର ମହାନ୍ତି, ମୋବାଇଲ ନଂ ୯୨୩୮୫୦୬୨୬୨.

1 comment:

  1. ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ‌ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।

    କମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
    ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।

    Replyବିଲୋପ