ସୋମବାର, ମାର୍ଚ୍ଚ 10, 2014

ଓଡ଼ିଶା ବାହାରେ ଓଡ଼ିଆ - ଦ୍ୱିତୀୟ ସଂଖ୍ୟା


ଓଡ଼ିଶା ବାହାରେ ଓଡ଼ିଆ
ଉତ୍କଳ ସାଂସ୍କୃତିକ ଶିବିର,‍ଭଦ୍ରକ,ଓଡ଼ିଶା ଆନୁକୂଲ୍ୟରେ ପ୍ରକାଶିତ
ଓଡ଼ିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦିଗର ବିଚ୍ଛିନ୍ନାଞ୍ଚଳ ସହିତ ଭାରତ ଓ ଭାରତ ବାହାରେ ବାସ କରୁଥିବା ଓଡ଼ିଆମନଙ୍କ ପାଇଁ ସଂପର୍କର ଏକ ସେତୁ
ସେପ୍ଟେମ୍ବର-ଅକ୍ଟୋବର ସଂଖ୍ୟା                                                            ୨୦୧୩

ସନ୍ତାନର ଉକ୍ତି
ବାରିଷ୍ଟର ମଧୁସୂଦନ ଦାସ

ମାଆ ମାଆ ବୋଲି      କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି         କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି|
ଖୋଜିଲି ଅରଣ୍ୟେ          ଜନ-ସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି              ମାତା-ପଦଚିହ୍ନ
ନହେଲା ମାତାର ଭେଟ|
ଭୁବନେଶ୍ବରରେ             ପଦଚିହ୍ନ ପରେ
ଲେଖାଅଛି ରାଜରାଣୀ
ନୀଳାଚଳଧାମେ            ପୂଜା ହେଉଅଛି
ହିନ୍ଦୁଜାତି ମଥାମଣି|
ଶୁଣିଅଛି ଶାସ୍ତ୍ରେ           ସତୀ ଅପମାନେ
ଧରାହୁଏ ବିଦାରଣ,
ଅପମାନ ହେତୁ         ସୀତା ଦେବୀଙ୍କର
ମହୀହୃଦେ ବାସସ୍ଥାନ|
ଅପମାନ ହେତୁ         ଜନନୀ ମୋର
ଉତ୍କଳ ଭୂମଧ୍ୟବାସୀ|
ଉତ୍କଳର ମାଟି           ପବିତ୍ର ହୋଇଛି
ସ୍ବର୍ଗାଦପି ଗରୀୟସୀ
ଜନନୀର ଦେଖା        କରିବାରେ ଇଚ୍ଛା
ଯଦି ହୋଇଥାଏ ମନେ,
ଉତ୍କଳର ମାଟି           ଆଲିଙ୍ଗନ କରି
ତାଧୂଳି ଲେପ ବଦନେ|
ବୀର-ପ୍ରସବିନୀ        କୋଟି ସୁତ ମାତା
ପାଇବକି ଦରଶନ ?
ମୋ ଭଳି ନିଗୁର୍ଣ                ଧନ-ମାନ ହୀନ
ସନ୍ତାନ କଲେ ରୋଦନ|
କୋଟିଏ ସନ୍ତାନ         ଗୋଟିଏ ସ୍ବରରେ
ଜନନୀ’ ‘ଜନନୀଡାକ,
ତୃଷ୍ଣାରେ କାତର         ଗଗନକୁ ଚାହିଁ
ଯେସନେ ଡାକେ ଚାତକ|
ଧନ-ମାନ ଜନ         ଯାହା ଉପାର୍ଜନ
କରିଅଛ ଧରା ତଳେ,
ହରଷିତ ମନେ          କରତବ୍ୟ ଜ୍ଞାନେ
ଆଣିଦିଅ ଯଜ୍ଞସ୍ଥ‌୍‍ଳେ|
ଜାତି-ପ୍ରେମ-ବହ୍ନି         ପ୍ରଜ୍ଜ୍ବଳିତ କର
ସ୍ବାର୍ଥକୁ ଦିଅ ଆହୂତି
ସ୍ବାର୍ଥମେଧ ଯଜ୍ଞେ      ଚାରିଆଡେ ନାଚ
ଛାତିକୁ ମିଶାଇ ଛାତି|
ଭୂମିକମ୍ପ ହେବ          ଧରଣୀ ଫାଟିବ
ଉଠିବେ ସହସ୍ରଭୁଜା
ସେହି ତୋର ମାତା      ସେହି ତୋର ତ୍ରାତା
କର ସେହି ପଦପୂଜା|



ଉତ୍ସର୍ଗ
ଉତ୍କଳ ଗୌରବ ମଧୁସୂଦନ ଦାସ (୧୮୪୮-୧୯୩୪)ଙ୍କୁ କେଉଁ ଓଡ଼ିଆ ବା ନଜାଣେ ? ‘ଉତ୍କଳ ସମ୍ମିଳନୀମାଧ୍ୟମରେ ସେ ଓଡ଼ିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ବ୍ରତୀ ଥିଲେ| ତେଣୁ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ରାଜ୍ୟ ଗଠନ ହେଲା| ସେ ଥିଲେ ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଏମ‌୍‍.ଏ ଡିଗ୍ରୀଧାରୀ, ପ୍ରଥମ ଜାତୀୟ କଂଗ୍ରେସର ସଦସ୍ୟ, ବିହାର-ଓଡ଼ିଶା କାଉନ‌୍‍ସିଲର ସଦସ୍ୟ ଓ ପ୍ରଥମ ମନ୍ତ୍ରୀ| ‘ଓଡ଼ିଶା ବାହାରେ ଓଡ଼ିଆର ଏହି ଦ୍ବିତୀୟ ସଂଖ୍ୟା ତାଙ୍କରି ସ୍ମୃତିରେ ଉତ୍ସର୍ଗ କରାଯାଉଛି|


No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ