ବୁଧବାର, ମାର୍ଚ୍ଚ 12, 2014

ବେଢାବୁଲା (ପୁସ୍ତକରୁ ଉଦ୍ଧୃତାଂଶ)


ଷଢେଇକଳା ଓ ଖରସୁଆଁ କଥା
ନୀଳମଣି ରାଉତରାୟ
        (ଓଡିଶାର ଜଣେ ସୁପରିଚିତ ନେତା ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଆମିଜୀବନୀ ସ୍ମୃତି ଓ ଅନୁଭୂତି’(ଗ୍ରନ୍ଥମନ୍ଦିର, କଟକ-୨-ପରିମାର୍ଜିତ ୨ୟ ସଂସ୍କରଣ- ୨୦୦୧) ଗ୍ରନ୍ଥ‌୍‍ରେ ଓଡିଶାର ବିଚ୍ଛିନ୍ନାଞ୍ଚଳ ଷଢେଇକଳା ଓ ଖରସୁଆଁ ଓଡିଶାରେ ମିଶ୍ରଣ ପ୍ରସଂଗରେ ଯେଉଁ ଅଂଗେଲିଭା କଥା ବର୍ଣ୍ଣନା କରିଛନ୍ତି, ଆସନ୍ତୁ ଏହାକୁ ଆଉଥରେ ପଢିବା୤)
ଷଢ଼େଇକଳା ଓ ଖରସୁଆଁ କଥା :
        ରାଜା ମହାରାଜାମାନଙ୍କ ସହିତ ଚୁକ୍ତି ଅନୁସାରେ ୧୯୪୮ ଜାନୁଆରୀ ପହିଲାଠାରୁ ଯେଉଁ ପଚିଶଟି ଗଡଜାତ ରାଜ୍ୟର ଶାସନଭାର ବିଧିବଦ୍ଧ ଭାବରେ ଓଡିଶା ସରକାର ଗ୍ରହଣକଲେ, ସେଥିମଧ୍ୟରେ ଅନ୍ତଭୂର୍କ୍ତ ଥିଲା ଷଢ଼େଇକଳା ଓ ଖରସୁଆଁ| ସଢ଼େଇକଳା ଓ ଖରସୁଆଁର ମିଶ୍ରଣପାଇଁ ଓଡିଶାବାସୀଙ୍କର ବହୁଦିନର ଆଶା ଏହା ଫଳରେ ପୂରଣ ହୋଇଥିବାରୁ ଲୋକଙ୍କ ଭିତରେ ବିଶେଷ ଆନନ୍ଦ ପ୍ରକାଶ ପାଇଥିଲା୤ କିନ୍ତୁ ଷଢେଇକଳା ଓ ଖରସୁଆଁରେ ଆଦିବାସୀମାନଙ୍କ ମଧ୍ୟରେ ଘୋର ଉତ୍ତେଜନା ପ୍ରକାଶ ପାଇଥିଲା୤ ତତିକାଳୀନ ବିହାର ସରକାରଙ୍କ ସହାୟତାରେ ଏହି ଦୁଇ ରାଜ୍ୟର ମିଶ୍ରଣକୁ ବରଦାସ୍ତ ନକରି ଅନ୍ୟଥା କରିବା ପାଇଁ ଚକ୍ରାନ୍ତ ସ୍ଖଲିଥିଲା୤ ଅତି ଦୁର୍ଭାଗ୍ୟର କଥା ଥିଲା ଯେ ଷଢେଇକଳା ରାଜା ମଧ୍ୟ ପ୍ରଥମେ ଓଡିଶା ସହିତ ଷଢେଇକଳା ମିଶ୍ରଣର ବିରୋଧ କରିଥିଲେ୤ ଏହି ଦୁଇଟି ରାଜ୍ୟର ଅଧିକାଂଶ ଅଧିବାସୀ ହୋଜାତୀୟ ଆଦିବସୀ; ଯେଉଁମାନଙ୍କର କି ଓଡିଶାର ହୋମାନଙ୍କ ସହିତ ଘନିଷ୍ଠ ସାମାଜିକ ଓ ସାଂସ୍କୃତିକ ସଂପର୍କ ରହିଆସିଛି୤ ସେମାନଙ୍କୁ ବାଦ‌୍‍ ଦେଲେ ଓଡିଆଭାଷୀ ସଂଖ୍ୟାଧିକ୤ ସେମାନଙ୍କୁ ସାଙ୍ଗରେ ନେଇପାରିଲେ ସଂଖ୍ୟାଧିକ ମତ ଅଣ-ଓଡିଆବୋଲି ଜଣାଯିବ୤ ଏହି ଫିକର କରି ହୋମାନଙ୍କୁ ମିଶ୍ରଣ ବିରୁଦ୍ଧରେ ଆନ୍ଦୋଳନ କରିବାପାଇଁ ଉତ୍ତ୍ୟକ୍ତ କରାଗଲା୤ ବିହାର ସରକାରଙ୍କ ସହାୟତାରେ ଷଢେଇକଳା ରାଜାଙ୍କ ସମେତ ଗୋଟିଏ ନ୍ୟସ୍ତ-ସ୍ବାର୍ଥଗୋଷ୍ଠୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଆବେଦନ କରି ଜଣାଇଲେ ଯେ ଓଡିଶା ସହିତ ଏହି ଦୁଇଟି ରାଜ୍ୟର ମିଶ୍ରଣକୁ ଲୋକେ ପସନ୍ଦ କରୁନାହାନ୍ତି ଓ ଲୋକଙ୍କ ଭିତରେ ପ୍ରତିକ୍ରିୟା ଭୀଷଣ ଆକାର ଧାରଣ  କରିପାରେ୤ ଅନ୍ୟ ପକ୍ଷରେ ଓଡିଶା ସରକାର ଭାରତ ସରକାରଙ୍କୁ ଜଣାଇଦେଲେ ଯେ ଗଡଜାତ ରାଜ୍ୟ ଦୁଇଟିରେ ଅବସ୍ଥା ଶାନ୍ତପୂର୍ଣ୍ଣ ଅଛି୤ ମାତ୍ର ନ୍ୟସ୍ତସ୍ବାର୍ଥଗୋଷ୍ଠୀ ଗଣ୍ଡଗୋଳ ଭିଆଇବା ପାଇଁ ଉଦ୍ୟମ କରୁଛନ୍ତି୤ ବାହାରର ଲୋକେ ଏହି ଦୁଇଟି ରାଜ୍ୟର ଲୋକଙ୍କ ଭିତରେ ପ୍ରବେଶ କରି ନାନା ଅଶାନ୍ତି ସୃଷ୍ଟି କରିବାରେ ଲାଗିଛନ୍ତି୤ ଓଡିଶା ସରକାରଙ୍କୁ ଦୁଇଟି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ସେହି ଦୁଇଟିଯାକ ଘଟଣା ବିହାର ସରକାରଙ୍କ ସପକ୍ଷରେ ଯାଇଥିଲା| ପ୍ରଥମଟି ହେଉଛି, ଷଢ଼େଇକଳା ରାଜା ବିହାରରେ ରହିବା ସପକ୍ଷରେ ମତ ପ୍ରକାଶ କରିଥିଲେ ଏବଂ ଦ୍ବିତୀୟଟି ହେଉଛି, ସେ ସମୟରେ ମୟୂରଭଞ୍ଜ ଓଡ଼ିଶା ସହିତ ମିଶି ନଥିବାରୁ ଷଢ଼େଇକଳା ଓ ଖରସୁଆଁ ରାଜ୍ୟକୁ ଯିବାକୁ ହେଲେ ବିହାର କିମ୍ବା ମୟୂରଭଞ୍ଜ ଛଡା ଅନ୍ୟ ବାଟରେ ଯିବା ସମ୍ଭବ ନଥିଲା୤ ସେ ଯାହାହେଉ, ଅବସ୍ଥା ଟିକିଏ ଜଟିଳ ହେବାକୁ ଯାଉଥିବା ସମ୍ବାଦ ପାଇଁ କେନ୍ଦ୍ର ସରକାର ସେ ଅଞ୍ଚଳକୁ ତୁରନ୍ତ ପୁଲିସ‌୍‍ ଫୌଜ ପଠାଇବାପାଇଁ ପ୍ରଥମେ ଓଡିଶା ସରକାରଙ୍କୁ ନିଦ୍ଦେର୍ଶ ଦେଇଥିଲେ୤ ତଦନୁସାରେ ଓଡିଶା ସରକାର ବାଲେଶ୍ବର ଜିଲ୍ଲା ମାଜିଷ୍ଟ୍ରେଟ‌୍‍ ଶ୍ରୀ ଦୁର୍ଗା ଦାସଙ୍କୁ  ପୁଲିସ‌୍‍ ଫୌଜ ଦେଇ ଅବସ୍ଥା ସମ୍ଭାଳିବା ପାଇଁ ଷଢେଇକଳା ଓ ଖରସୁଆଁକୁ ପଠାଇଥିଲେ୤ ତା ବ୍ୟତୀତ ଗୋଟିଏ ତାରବାର୍ତ୍ତା ପଠାଇ ଓଡିଶା ସରକାର ଓ ବିହାର ସରକାରଙ୍କୁ ଜଣାଇଦେଇଥିଲେ ଯେ ଏହି ଦୁଇଟି ରାଜ୍ୟର ଶାସନଭାର ବର୍ତ୍ତମାନ ପାଇଁ ଓଡିଶା ସରକାରଙ୍କ ହାତରେ ରହିବ ଏବଂ ପରେ ସବୁ କଥା ବିସ୍ଖର କରି ଶେଷ ନିଷ୍ପତ୍ତି ନିଆଯିବ୤ କିନ୍ତୁ ଦେଖାଗଲା ଯେ ଏହି ଦୁଇଟି ରାଜ୍ୟ ଭିତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚାରିଆଡେ଼ ଉଦ୍ୟମ ଆରମ୍ଭ ହୋଇଯାଇଥିଲା| ଷଢେଇକଳା ରାଜାଙ୍କର ମତିଗତି ସେତେବେଳେକୁ ଓଡିଶାବିରୋଧୀ ବୋଲି ସ୍ପଷ୍ପରୂପେ ଜଣାଯାଇଥିଲା୤ ଓଡିଶା ସରକାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମିଶ୍ରଣ ବିରୋଧୀ ଆନ୍ଦୋଳନ ପ୍ରତି ତାଙ୍କର ଯେଉଁ ପୂର୍ଣ୍ଣ ସମର୍ଥନ ଥିଲା, ସେ କଥା ଆଉ ଅଛପା ରହିଲାନାହିଁ୤ ୧୯୪୮ ମସିହା ଜାନୁଆରୀ ପହିଲା ଦିନ ଧନୁତୀର ଧରି ହଜାର ହଜାର ଆଦିବାସୀ ବାହାରିପଡିଲେ୤ ଦୁଇଟି ରାଜ୍ୟର ରାଜାମାନଙ୍କ ଇଙ୍ଗିତରେ ଚାରିଆଡେ଼ ଉତ୍ତେଜନା ସୃଷ୍ଟି କରାଯାଇ ପୋଡ଼ାଜଳା, ଭଙ୍ଗାରୁଜା, କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା୤ ଜାମସେଦପୁର ଅଞ୍ଚଳରୁ ଆଦିବାସୀମାନେ ଆସି ସ୍ଥାନୀୟ ଆଦିବାସୀଙ୍କୁ ମତାଇଲେ ଏବଂ ରାଜା ଖରସୁଆଁରେ ପୁଲିସ‌୍‍ ଫୌଜ ଉପରେ ଆକ୍ରମଣ କରିବାକୁ ଲାଗିଲେ୤ ସବୁଠାରୁ ଆଶ୍ଚର୍ଯ୍ୟର କଥା ହୋଇଥିଲା ସେଠାରେ ବାସକରୁଥିବା ଅଧିକାଂଶ ଓଡିଆ ଆଦିବାସୀମାନଙ୍କ ସହିତ ମିଶି ମିଶ୍ରଣ ବିରୁଦ୍ଧରେ କାଯ୍ର୍ୟ କରିବାକୁ ଲାଗିଲେ୤ କେବଳ ଯେଉଁ କେତୋଟି ଜଣାଶୁଣା ଓଡିଆ ପରିବାର ପୂର୍ବରୁ ଓଡିଶା ସହିତ ମିଶିବାପାଇଁ କାର୍ଯ୍ୟ କରୁଥିଲେ, ସେଇମାନେ ଚାହୁଁତଥଲେ୤ ଓଡିଶା ସହିତ ଚୂଡ଼ାନ୍ତ ମିଶ୍ରଣ୤ କିନ୍ତୁ ଉପସ୍ଥିତ ପରିସ୍ଥିତିରେ ସେଥିପାଇଁ ଲୋକମତ ସୃଷ୍ଟି କରିବାର ସାହସ ସେମାନଙ୍କର ନଥିଲା୤ ଓଡିଶାରୁ ଯାଇ ଯେଉଁ କର୍ମସ୍ଖରୀ ସେଠାରେ କାର୍ଯ୍ୟ କରୁଥିଲେ, ରାଜାଙ୍କ ଇଙ୍ଗିତରେ ବିଦ୍ରୋହୀମାନେ ସେମାନଙ୍କ ଉପରେ ଅତ୍ୟାସ୍ଖର କଲେ୤ ପୁଲିସମାନେ ଉପରେ ସେମାନେ ଯେତେବେଳେ ଆକ୍ରମଣ କଲେ, ପୁଲିସ‌୍‍ ପକ୍ଷରୁ ଗୁଳିସ୍ଖଳନା କରାଯାଇଥିଲା୤ ଫଳରେ ଅନେକ ଆଦିବାସୀ ସେଠାରେ ପ୍ରାଣହରାଇଥିଲେ୤ ଗୁଳିକାଣ୍ଡ ବିଷୟରେ ତଦନ୍ତ କରାଯିବାପାଇଁ ଷଢେଇକଳା ରାଜାଙ୍କ ଦଳ ପକ୍ଷରୁ ଶ୍ରୀ ଜୟପାଳ ସିଂ ଦାବି କରିଥିଲେ୤ ଶ୍ରୀ ଜୟପାଳ ସିଂ ଷଢେଇକଳା ଓ ଖରସୁଆଁର ଏହି ଗଣ୍ଡଗୋଳ ଓ ଗୁଳିଚାଳନା ସଂପର୍କରେ ଶାସନ ବିଧାୟକ ସଭାରେ ପ୍ରଶ୍ନ ଉଠାଇଥିଲେ୤ ସ୍ବର୍ଗୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ‌୍‍ ତାହାର କଡା ଜବାବ ଦେଇ ଷଢେଇକଳା ଓ ଖରସୁଆଁରେ ଓଡିଶା ସରକାରଙ୍କର କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ୤
        କିନ୍ତୁ ଏହା ଭିତରେ କଣ ହେଲା କେଜାଣି ୧୯୪୮ ଫେବୃଆରୀ ମାସରେ ଷଢେଇକଳା ଓ ଖରସୁଆଁର ଭବିଷ୍ୟତ‌୍‍ ନିର୍ଣ୍ଣୟ କରିବାପାଇଁ ଭାରତ ସରକାର ତତ୍କକାଳୀନ ବମ୍ବେ ହାଇର୍କୋଟର ବିଚାରପତି ଶ୍ରୀ ବାଉଦେରକଙ୍କୁ ନିଯୁକ୍ତ କଲେ୤ ଏହି ଘୋଷାଣା ପ୍ରକାଶ ପାଇବା ପରେ ପରେ ଷଢେଇକଳାର ପଟ୍ଟାୟତ ନିଜର ଅନୁଚରବର୍ଗଙ୍କ ସହିତ ଓଡିଶା ସରକାରଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଦେଇଥିଲେ୤ ସେଠାରେ ପୂର୍ବରୁ ରାଜାମାନଙ୍କଦ୍ବାରା ଗଠିତ ଯେଉଁ ପ୍ରଜା ସମିତିକୁ ପ୍ରଜାମଣ୍ଡଳ ବିରୁଦ୍ଧରେ ଛିଡ଼ାକରାଯାଉଥିଲା, ବର୍ତ୍ତମାନ ସେହି ପ୍ରଜାସମିତିକୁ ମତାଇଦିଆଗଲା ଯେ ତାଙ୍କ ରାଜ୍ୟରେ ତାଙ୍କର ଆଇନସଭା ରହିବ, ଲୋକମାନେ ତାଙ୍କର ଆଇନ ପ୍ରଣୟନ କରିପାରିବେ, ଓଡିଶା ସଙ୍ଗେ ଜୋରଜବରଦସ୍ତି ମିଶାଇ ଦିଆଗଲା ବୋଲି ଷଢେଇକଳାର ସ୍ବାତନ୍ତ୍ର୍ୟ ଲୋପପାଇଗଲା ଏବଂ ନିଜ ରାଜ୍ୟରେ ସେମାନଙ୍କର ସ୍ବତନ୍ତ୍ର ଶାସନ ରହିବ ନାହିଁ, ତେଣୁ ଏହା କେବେ ବରଦାସ୍ତ କରାଯାଇ ନପାରେ୤ ଶ୍ରୀ ବାଉଦେକର ତଥ୍ୟ ସଂଗ୍ରହ କରି ବିସ୍ଖର କରିବା ପାଇଁ ସେଠାକୁ ଆସିବା ବେଳକୁ ସ୍ଥାନୀୟ ଜନମତ ଓଡିଶା ସହିତ ଷଢେଇକଳା ଓ ଖରସୁଆଁର ମିଶ୍ରଣ ବିରୁଦ୍ଧରେ ବୋଲି ସେ କେଭଳି ହୃଦୟଙ୍ଗମ କରିବେ ସେଥିପାଇଁ ରାଜା ଏବଂ ରାଜ୍ୟବଂଶର ଆନୁକୂଲ୍ୟରେ ସବୁପ୍ରକାର ଉଦ୍ୟମ ଚାଲିଲା୤ ଆଦିବାସୀ ଝାଡ଼ଖଣ୍ଡ ନେତା ଶ୍ରୀ ଜୟପାଲ ସିଂଙ୍କର ପୂରାପୂରି ସାହାଯ୍ୟ ନିଆଯାଇଥିଲା୤ ଏବଂ ଓଡିଶାର ଜନମତକୁ ମଧ୍ୟ ବିଭ୍ରାନ୍ତ କରିବାପାଇଁ କେତେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଦାୟିତ୍ବ ଦିଆଯାଇଥିଲା୤ ଆହୁରି ଆଶ୍ଚଯ୍ର୍ୟର କଥା ଯେ,ବମ୍ବେ ହାଇକୋର୍ଟର ବିସ୍ଖରପତି ବାଉଦେକରଙ୍କର ଆସିବା କଥା ଘୋଷଣା ହେବା ପରେ ମଧ୍ୟ ତାଙ୍କ ଆସିବାରେ ବିଳମ୍ବ ଘଟିଲା ବୋଲି ଯୁକ୍ତି ଦର୍ଶାଇ ଭାରତ ସରକାର ନିଜେ ଉଭୟ ରାଜ୍ୟର ମତାମତ ଶୁଣି ନିଷ୍ପତ୍ତି ଦେଇଦେଲେ୤ ଶେଷରେ ଭାରତ ସରକାରଙ୍କର ନିଷ୍ପତ୍ତି ହେଲା ଯେ ଷଢେଇକଳା ଓ ଖରସୁଆଁ ସିଂହଭୂମି ଜିଲ୍ଲାରେ ଏକ ଦ୍ବୀପଭଳି ଅବସ୍ଥିତ ହୋଇଥିବାରୁ ସିଂହଭୂମି ଜିଲ୍ଲା ଯେଉଁ ରାଜ୍ୟ ସହିତ ରହିଛି ସେହି ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ପକ୍ଷରେ ଷଢ଼େଇକଳା ଓ ଖରସୁଆଁକୁ ଶାସନ କରିବା ସହଜ ଓ ସମ୍ଭବ ନୁହେଁ| ତେଣୁ ଏହି ଦୁଇଟି ରାଜ୍ୟ ବିହାର ରାଜ୍ୟ ସହିତ ମିଶିବ ବୋଲି କେନ୍ଦ୍ର ସରକାର ସିଦ୍ଧାନ୍ତ ନେଲେ୤ ଆଗରୁ କହିଛି ଯେ ସେତେବେଳକୁ ମୟୂରଭଞ୍ଜ ଓଡିଶାରେ ମିଶିନଥିବାରୁ ଷଢେଇକଳା ଓ ଖରସୁଆଁ ଓଡିଶାର ଭୌଗୋଳିକ ସୀମା ସହିତ ସଂଲଗ୍ନ ହୋଇପାରିନଥିଲା୤ ଏହା ଆମର ଏକ ବଡ ଦୁର୍ଭାଗ୍ୟ୤ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ନିଷ୍ପତ୍ତି ବିରୁ‌ଦ୍ଧରେ ଓଡିଶାରେ ପ୍ରବଳ ପ୍ରତିବାଦ ହୋଇଥିଲା୤ ତା ସତ୍ତ୍ବେ ୧୯୪୮ ମେ ମାସରେ ଏହି ଦୁଇଟି ରାଜ୍ୟ ବିହାର ସହିତ ମିଶିଯିବାର ଘୋଷଣା ପ୍ରକାଶପାଇଲା୤ କଟକରେ ସେତେବେଳେ ଏହା ବିରୁଦ୍ଧରେ ଖୁବ‌୍‍ ପ୍ରତିକ୍ରିୟା ପ୍ରକାଶପାଇଥିଲା୤ ଆମେମାନେ ଏ ପ୍ରକାର ପ୍ରତିବାଦର ଅଗ୍ରଣୀ ମଧ୍ୟ ହୋଇଥିଲୁ୤ କିନ୍ତୁ ଅତି ଆଶ୍ଚର୍ଯ୍ୟର କଥା, ଷଢେଇକଳା ଓ ଖରସୁଆଁରେ ଓଡିଆମାନେ ଏସବୁ କଥାର କେବଳ ନୀରବଦ୍ରଷ୍ଟା ହୋଇ ରହିଥିଲେ, ବରଂ ମିଶ୍ରଣ ବିରୋଧୀ ଆନ୍ଦୋଳନକୁ କେତେକ ଉତ୍ସାହିତ କରୁଥିଲେ  ରାଜବଂଶର ନେତୃତ୍ବରେ୤ ମୋର ଏଠି ଏସବୁ କଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି, ସେତେବେଳେ ଓଡିଶା ସହିତ ଷଢେଇକଳା ଓ ଖରସୁଆଁ ମିଶିବା ଦାବି ଆନ୍ଦୋଳନକୁ ଆମେ କି ଦୃଷ୍ଟିରେ ଦେଖିଥିଲୁ ଏବଂ ସେ ବିଷୟରେ ଆମର କି ଅନୁଭୂତି ତାହା ସ୍ପଷ୍ଟ କରିଦେବା୤ ଏହି ବିଷୟଟିକୁ କେନ୍ଦ୍ର କରି ଓଡିଶାରେ ନାନା ପ୍ରକାର ପରିସ୍ଥିତି ସୃଷ୍ଟି କରାଯାଇଥିଲା୤ ଏବଂ ରାନୈତିକ ନେତୃବର୍ଗ ନିଜନିଜର ଦୃଷ୍ଟିକୋଣରୁ ବିଷୟଟିର  ସମାଲୋଚନା କରି ପରସ୍ପରକୁ ଦୋଷାରୋପ କରିବାକୁ ପଶ୍ଚାତ‌୍‍ପଦ ହେଉନଥିଲା୤ ସେହି ସମସ୍ୟା ବିଷୟରେ ମୋର ପରବର୍ତ୍ତୀ ଆଲୋଚନା ପ୍ରସଙ୍ଗରେ କେତେକ ବିଶ୍ବାସଯୋଗ୍ୟ ତଥ୍ୟ ଉପସ୍ଥାପିତ କରିବି- ବର୍ତ୍ତମାନ ପଦେ ଦୁଇପଦ କଥା କହିଲେ ଯଥେଷ୍ଟ ହେବ୤ ଷଢେଇକଳା ଓ ଖରସୁଆଁ ଓଡିଆମାନଙ୍କର ଏବଂ ତାହା ଓଡିଶାରୁ ସ୍ଖଲିଗଲା ବୋଲି ଯେଉଁମାନେ ସେତେବେଳେ କୁମ୍ଭୀରକାନ୍ଦଣା କାନ୍ଦୁଥିଲେ, ସେମାନଙ୍କ ପ୍ରକୃତ ଦରଦ ଆମେ ଗୋଟିଏ ଯୋଡ଼ିଏ ଦୃଷ୍ଟାନ୍ତରୁ ଜାଣିପାରିବା୤ ଭାରତ ସରକାରଙ୍କର ଏତାଦୃଶ ନିଷ୍ପତ୍ତି ପୂର୍ବରୁ ଗୋଟିଏ କମିଶନ ଆସି ଷଢେଇକଳା ଓ ଖରସୁଆଁରେ ସରଜିମନ‌୍‍ ତଦନ୍ତ କରିବା ପ୍ରସ୍ତାବ ଜଣାଯାଇଥିଲା୤ ଆଶ୍ଚର୍ଯ୍ୟର କଥା ଯେ ସେତେବେଳେ ରାଜପକ୍ଷର ଲୋକଙ୍କ ଆଡ଼ୁ ଦାବୀ କରାଯାଇଥିଲା, ଯେ ତଦନ୍ତ ସମୟରେ ଓଡିଶା ସରକାରଙ୍କ ପ୍ରତିନିଧି ଉପସ୍ଥିତ ରହିଲେ ଲୋକମାନେ ନିର୍ଭୟରେ ମତ ଦେଇପାରିବେ ନାହିଁ| ତେଣୁ ସେହି ସମୟରେ ଗୋଟିଏ ନିରପେକ୍ଷ ସରକାର ଦାୟିତ୍ବରେ ଏହି ଦୁଇଟି ରାଜ୍ୟର ଶାସନଭାର ରହୁ୤ ଏହି ଦାବୀ ପଛରେ ରାଜାମାନଙ୍କର ଷଡଯନ୍ତ୍ରହିଁ ଥିଲା୤ ଦୁଇ ରାଜଦରବାରର ଅସଲ ଉଦ୍ଦେଶ୍ୟ ଥିଲା ଯେ ଓଡିଶା ସରକାର କବଳରୁ ଥରେ ରକ୍ଷାପାଇଲେ ତେଣିକି ସେମାନେ ନିର୍ବିଘ୍ନରେ ଇଚ୍ଛାମୁତାବକ କାର୍ଯ୍ୟ କରିପାରିବେ, ସବୁ ପୂବର୍ତନ ଗଡଜାତ ରାଜ୍ୟକୁ ୟୁନିୟନ ମୁଭମେଣ୍ଟ (Union Movement) ନାମରେ ଏକତ୍ରିତ କରି ଏକ ସ୍ବତନ୍ତ୍ର ରାଜ୍ୟ ଗଠନ କରିବେ୤ ୧୯୪୮ ମସିହା ଏପ୍ରିଲ ୨୯ ତାରିଖରେ ଷଢେଇକଳା ପଟ୍ଟାୟତ ସାହେବ ବାମଣ୍ଡା ରାଜ୍ୟର ଦେବାନ‌୍‍ ଶ୍ରୀ ଜୟଦେବ ଠାକୁରଙ୍କ ନିକଟକୁ ଲେଖିଥିଲେ୤ Our preferance is for Bihar so that we can lead the other States, If we are out of the cluthes of Orissa” ଅଥାର୍ତ‌୍‍ ଆମେ ଚାହୁଁ ବିହାରକୁ ଯିବାକୁ୤ ଥରେ ଓଡିଶା କବଳରୁ ମୁକ୍ତ ହେଲେ ଆମେ ଓଡିଶା ଗଡଜାତ ରାଜ୍ୟମାନଙ୍କୁ ନେତୃତ୍ବ ଦେଇପାରିବା୤ ସେହି ଚିଠିରେ ସେ ଆହୁରି ଲେଖିଥିଲେ୤ ଦିଲ୍ଲୀ ଆମ ନିବେଦନରେ ଟିକେ ତରଳିବା ପରି ଦିଶୁଛି୤ ଆମେ ଯେଉଁ ଧରଣର ପ୍ରଜାରାଜ କଳ୍ପନା କରୁଛୁ, ପରିଶେଷରେ ତାହା ମିଳିବ ବୋଲି ଦୃଢ ଆଶା ରହିଛି୤ ଓଡିଶାରାଜ ଅଧୀନରେ କଟକ ସହରର ଜଗନ୍ନାଥ ମହାପ୍ରଭୁଙ୍କର ବାହୁଛାୟା ତଳେ ଦୂଷିତ ପ୍ରଜାରାଜ୍ୟରେ ଆମେ ରହିବୁନାହିଁ୤
        ଓଡିଶା ସହିତ ଷଢେଇକଳା ଓ ଖରସୁଆଁର ମିଶ୍ରଣ ସପକ୍ଷରେ ମତ ବ୍ୟକ୍ତ କରିବା ବା ଆନ୍ଦୋଳନ କରିବା ଦୂରେ ଥାଉ, ଏପରିକି ମିଶ୍ରଣ ଯେତେବେଳେ ନହେଲା, ସେଥି ସକାଶେ ଦୁଃଖ କରିବା ଦୂରେ ଥାଉ ଏପରିକି ମିଶ୍ରଣ ଯେତେବେଳେ ନହେଲା, ସେଥି ସକାଶେ କିଛି କରିବା ଦୂରେଥାଉ, ଅତି ପରିତାପର ବିଷୟ ଯେ, ରାଜବଂଶର ଲୋକମାନେ ସେତେବେଳେ ସେ ଦୁଇ ରାଜ୍ୟର ଲୋକମାନେ ଓଡିଆ ବୋଲି ପରିଚୟ ଦେବାକୁ ମଧ୍ୟ କୁଣ୍ଠାବୋଧ କରୁଥିଲେ୤ ¨ ¨ ¨ସବୁଠାରୁ ବେଶି ପରିତାପର ବିଷୟ ଯେ ଓଡିଶାର କେତେକ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ମିଶ୍ରଣ ସପକ୍ଷରେ ଏବଂ ବିପକ୍ଷରେ ଓଡିଶାରେ ସେତେବେଳେ ଯେଉଁ ଅଭିନୟ ଆରମ୍ଭ କରିଥିଲେ, ତାହା ଓଡିଶାବାସୀଙ୍କ ମନରେ ଅତି ବିଭ୍ରାନ୍ତ ସୃଷ୍ଟିକରିଥିଲା୤ କଟକ ସହରରେ ସେତେବେଳେ ଅନେକ ସଭାସମିତି କରି ଆମ୍ବେମାନେ ପ୍ରକୃତି କଥା ଲୋକଙ୍କୁ ବୁଝାଇ ବିରୁଦ୍ଧ ପ୍ରସ୍ଖରକୁ ଖଣ୍ଡନ କରୁଥିଲୁ୤ ଆମ ବିରୁଦ୍ଧରେ ଅଭିଯୋଗ ଥାଏ ଯେ ଷଢେଇକଳା ଓ ଖରସୁଆଁ ମିଶ୍ରଣ ସଂପର୍କରେ ଆମେ ବଡ ଉଦାସୀନ ଏବଂ ଯେଉଁ ପ୍ରକାର ଆନ୍ଦୋଳନ କରିବା କଥା ଆମ୍ବେମାନେ ବିହାର ସରକାରଙ୍କୁ ଭୟକରି ତାହା କରୁନାହୁଁ୤ ଆହୁରି ମଧ୍ୟ ଅଭିଯୋଗ ହେଉଥାଏ ଯେ ବିହାରର ବଡ ବଡ ନେତା, ବିଶେଷକରି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଭାରତ ରାଜନୀତି କ୍ଷେତ୍ରରେ ବଳିଷ୍ଠ ବ୍ୟକ୍ତି ହୋଇଥିବାରୁ ଉଚ୍ଚ ପଦପାଇଁ ଲାଳାୟିତ ଶ୍ରୀ ହରେକୃଷ୍ଣ ମହତାବ ପ୍ରଭୃତି ନେତାମାନେ ରାଜେନ୍ଦ୍ର ବାବୁଙ୍କୁ ଅସନ୍ତୁଷ୍ଟ କରିବାପାଇଁ ପଶ୍ଚାତ‌୍‍ପଦ ହେଉଥିଲେ୤ ଏହା ଯେ କେତେଦୂର ଅବାସ୍ତବ ଆମ୍ବେମାନେ ଜନସଭାରେ ବୁଝାଉାଥାଉଁ୤ ଅପରପକ୍ଷରେ ସର୍ବଶ୍ରୀ ଯଦୁମଣି ମଙ୍ଗରାଜ, ରାଜବଲ୍ଲଭ ମିଶ୍ର, ସୁନ୍ଦରମଣି ପଟେଲ, ମଧୁସୂଦନ ମହାନ୍ତି ଓ ସୁରେନ୍ଦ୍ର ମହାନ୍ତି ପ୍ରଭୃତି ରାଜାମାନଙ୍କ ସହ ସମ୍ପର୍କଥିବା ବିଶିଷ୍ଟ ବ୍ୟକ୍ତିମାନେ କଟକରେ ଆମ୍ଭମାନଙ୍କ ବିରୁଦ୍ଧରେ ସଭାସମିତିରେ  ବିଷୋଦ‌୍‍ଗାର କରୁଥାନ୍ତି୤ ମୋର ନିର୍ଦ୍ଦିଷ୍ଟ ମତ ଯେ ଓଡିଶାରେ ଯେଉଁମାନେ ସେତେବେଳେ ଶାସନ ଦାୟିତ୍ବରେ ଥିଲେ, ସେମାନେ କିମ୍ବା ଓଡିଶାର ଅନ୍ୟାନ୍ୟ କଂଗ୍ରେସ ନେତୃବର୍ଗ ଷଢେଇକଳା ଓ ଖରସୁଆଁର ମିଶ୍ରଣ ବିରୁଦ୍ଧରେ ଆଦୌ ନଥିଲେ୤ ସମସ୍ତଙ୍କର ଏକାନ୍ତ ଚିନ୍ତା ଥିଲା୤  ଏହି ଦୁଇଟି ରାଜ୍ୟକୁ କୌଣସିମତେ ଓଡିଶା ସହ ସାମିଲ କରିବା; କିନ୍ତୁ ରାଜା ମହାରାଜାମାନଙ୍କର ପ୍ରତିକ୍ରିୟାଶୀଳ କାର୍ଯ୍ୟକଳାପ, ଯେକ୍ଭୋଣସି ଉପାୟରେ ନିଜର ପୂର୍ବ ରାଜୁତି ଫେରିପାଇବାର ଲାଳସା ଏବଂ ସର୍ବୋପରି ଦେଶକୁ ଖଣ୍ଡବିଖଣ୍ଡ କରି ସେମାନଙ୍କର ଆଧିପତ୍ୟ ବଜାୟରଖିବା ଭଳି ସହଜ ପଥ ସୃଷ୍ଟିକରିବାର ଉଦ୍ୟମ ଯୋଗୁଁହିଁ ଆମେ ଷଢେଇକଳା ଓ ଖରସୁଆଁକୁ ହରାଇଲୁଁ୤ (ପୃ: ୧୮୯-୧୯୩)  




1 comment:

  1. ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ‌ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।

    କମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
    ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।

    Replyବିଲୋପ