ଲିଙ୍କନ ସୁବୁଦ୍ଧି
ଓଡ଼ିଶାର ନୟାଗଡ଼ର ଶରଣକୂଳ ନିବାସୀ ୨୯
ବର୍ଷୀୟା ଯୁବତୀ-ଲିଙ୍କନ ସୁବୁଦ୍ଧି| ସେ ୨୦୦୮ ମସିହାରୁ ନୋଏଡ଼ାରେ
ଏକ କମ୍ପାନୀର ସଫ୍ଟେୱୟାର ଇଞ୍ଜିନିୟର| ଅବସର ସମୟରେ ସେ ସହରର ବସ୍ତି
ଅଞ୍ଚଳକୁ ଯାଇ େସ୍ବଚ୍ଛାସେବୀ ଅନୁଷ୍ଠାନ ‘ଏଡ୍ ଇଣ୍ଡିଆ’ର ସଦସ୍ୟା ଥାଇ ପିଲାମାନଙ୍କୁ ତିନି/ଚାରି ଘଣ୍ଟା ପଢ଼ାଉଥିଲେ| ତେଣୁ ବସ୍ତି ଅଞ୍ଚଳରେ ସେ ‘ଦିଦି’ ଭାବରେ ପରିଚିତା|
କୈଳାସ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଭା (ଛଦ୍ମନାମ)
(୧୫ବର୍ଷ ବୟସ)କୁ ମା’
ବାପା ତାର ଅନିଚ୍ଛା ସତ୍ତ୍ବେ ଦୂର ସଂପର୍କୀୟ ଭାଇ, ସିରାଜ ସହିତ ବିବାହ କରାଇ ଦେବାର ଆୟୋଜନ କରୁଥିଲେ| କିନ୍ତୁ ସୁଭା ଅଧିକ ପଢ଼ିବାକୁ ଇଚ୍ଛା କରୁଥିଲା| ଛାତ୍ରୀ ସୁଭାର ଏହି
ବାଲ୍ୟବିବାହକୁ ଲିଙ୍କନ ବିରୋଧ କଲେ| କିନ୍ତୁ, ଏଥିରେ ପରିବାରର କେହି ସମ୍ମତ ହେଲେ ନାହିଁ
ଓ ଲିଙ୍କନକୁ ସେମାନେ ଦୟନୀୟ ଭାବରେ ଆଘାତ କଲେ| କୈଳାସ ହସ୍ପିଟାଲରେ ତାଙ୍କର ୪୦ଟି ଷ୍ଟିଚ୍ (ସିଲାଇ) ହୋଇଛି| ତାଙ୍କର ଏହି ସାହସ ପାଇଁ ଓଡ଼ିଶା ସରକାର ତାଙ୍କର ସମସ୍ତ ଚିକିସିା ଖର୍ଚ୍ଚ ବହନ କରିବା
ସହିତ ପୁରସ୍କାର ପାଇଁ ପସ୍ତାବ ଦେଇଛି| ଆମେ ତାଙ୍କୁ ଅଭିନନ୍ଦନ
ଜଣାଉଛୁ|
(ସମାଜ -
୨୦୧୩-ସେପ୍ଟେମ୍ବର ମାସର ୨୩, ୨୪, ୨୫ ଓ ୨୯ ତାରିଖ)
|
ଡା. ହେମନ୍ତ କୁମାର କର
ଏବର୍ଷ ଡାକ୍ତର ହେମନ୍ତ କୁମାର କର ଦିଲ୍ଲୀର
ରାମ ମନୋହର ଲୋହିଆ ହସ୍ପିଟାଲର ମୁଖ୍ୟ ନିଦ୍ଦେର୍ଶକ ଭାବରେ ନିଯୁକ୍ତି ପାଇଛନ୍ତି| ସେ ଜଣେ ଚର୍ମରୋଗ ବିଶେଷଜ୍ଞ ଭାବରେ ସମଗ୍ର ବିଶ୍ବରେ ସୁପରିଚିତ| ସାଲେପୁର ଲୁଣାହାରରେ ସେ ଜନ୍ମ ହୋଇଥିଲେ (ପିତା-ସୁଦର୍ଶନ କର, ମାତା- ସ୍ଭୋଦାମିନୀ କର,
ବଡ଼ଭାଇ-ଶରତ ଚନ୍ଦ୍ର କର)|
ସେ ସାଲେପୁର
ହାଇସ୍କୁଲରେ ୧୯୬୮ ରେ ଶିକ୍ଷାଲାଭ ପରେ ସାଲେପୁର କଲେଜରେ ଙ୍ଘ୨ ବିଜ୍ଞାନ ପରେ ୧୯୭୭ ମସିହାରେ
ବହ୍ମପୁର ‘ମହାରାଜା କୃଷ୍ଣଚନ୍ଦ୍ର ମେଡିକାଲ କଲେଜ’ରେ ପଢ଼ିଥିଲେ| ପୋଷ୍ଟ ଗ୍ରାଜୁଏଟ୍ ପରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ରାମମୋହନ ଲୋହିଆ
ହସ୍ପିଟାଲରେ ମୁଖ୍ୟ ନିଦ୍ଦେର୍ଶକ ରୂପେ ଯୋଗ ଦେଇଛନ୍ତି| ଏ ଦିଗରେ ସେ ପ୍ରଥମ ଓଡ଼ିଆ ଡାକ୍ତର| ସେ କହନ୍ତି, “ଓଡ଼ିଶାବାସୀଙ୍କୁ ମୁଁ ବେଶୀ
ଭଲପାଏ| ବିଶେଷକରି ଯେଉଁଠାରେ ଥିଲେ ବି ଓଡ଼ିଶାବାସୀ ଓ ମୋର ଜନ୍ମଭୂମି ପାଇଁ ସବୁଦିନେ କାର୍ଯ୍ୟ
କରି ଚାଲିଥିବି|”
(ସମାଜ- ତା ୨୨.୯.୨୦୧୩ ରିଖ)
|
ଶ୍ରୀ ସୁବାସ ରାମ
ଶ୍ରୀ ସୁବାସ ରାମ
(ନରିପୁର/ଭଦ୍ରକ) ସଂଗୀତ ଅଧ୍ୟାପନା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ୨୦୧୨ ମସିହା ପାଇଁ
ରାଷ୍ଟ୍ରପତି ପୁରସ୍କାର ଲାଭ କରିଛନ୍ତି| ସେ ରଜନୀ ଗନ୍ଧା, ସୁନାପାଲିଙ୍କି,
ପୁଅ ମୋର ଭୋଳାଶଙ୍କର, ଲାଲ ଟୁକୁ ଟୁକୁ ସାଧବବୋହୁ
ଏଇ ମିଳନ ଯୁଗଯୁଗର ଓ ସଞ୍ଜ ଆସେ ପ୍ର୍ରିୟାକୁ ନେଇ - ଆଦି କେତୋଟି ଚଳଚ୍ଚିତ୍ରରେ ସଂଗୀତ
ନିଦ୍ଦେର୍ଶନା ଓ କଣ୍ଠଦାନ କରିଛନ୍ତି| ଏବେ ସେ କେନ୍ଦ୍ରୀୟ
ବିଦ୍ୟାଳୟ,
କେନ୍ଦ୍ରାପଡ଼ାରେ କାର୍ଯ୍ୟରତ| ଏହି ଯୁବ ପ୍ରତିଭାଙ୍କୁ ଆମର ବାରମ୍ବାର ଅଭିନନ୍ଦନ !
(ସମାଜ / ତା
୧୨.୯.୨୦୧୩ ରିଖ)
|
ଦୂତୀଚାନ୍ଦ
ଝାଡ଼ଖଣ୍ଡର ରାଜଧାନୀ
ରାଞ୍ଜିରେ ଅନୁଷ୍ଠିତ ୫୩ତମ ଜାତୀୟ ସିନିୟର ଓପନ ଆଥ୍ଲେଟିକ ଚମ୍ପିୟାନସିପ୍ରେ ଓଡ଼ିଶାର
ଦୂତୀ ଚାନ୍ଦ (୧୭ ବର୍ଷ ବୟସ) ୨୦୦ ମିଟର ଦୌଡ଼ରେ (୨୪.୨ ସେକେଣ୍ଡ) ସ୍ବର୍ଣ୍ଣପଦକ ହାସଲ କରି
ବର୍ତ୍ତମାନ ଦେଶର ଦ୍ରୁତତମ ଧାବିକା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି| (ଗ୍ରାମ-ଚକଗୋପାଳପୁର / ରସୁଲପୁର / ଯାଜପୁର)| ଏଥିପାଇଁ ତାଙ୍କୁ ଅଭିନନ୍ଦନ
ଜଣାଉଛୁ|
(ସମାଜ - ତା
୧୧.୭.୨୦୧୩ ରିଖ)
|
ଶ୍ରୀ ଦିଲ୍ଲୀପ ଜେନା
ନୂଆଦିଲ୍ଲୀ
ତାଳକୋଟ୍ରା ଷ୍ଟାଡ଼ିୟମରେ ୨୫ତମ ସର୍ବ ଭାରତୀୟ କରାଟେ ଚମ୍ପିୟନସିପ୍ରେ ଓଡ଼ିଆ ପ୍ରତିଯୋଗୀ
ଦିଲ୍ଲୀପ ଜେନା ୫୫ କି.ଗ୍ରା. ବର୍ଗରେ ସ୍ବର୍ଣ୍ଣପଦକ ଲାଭ କରି ଓଡ଼ିଶାର ମୁଖ ଉଜ୍ଜ୍ବଳ
କରିଛନ୍ତି|
ଆମେ ଶୁଭେଚ୍ଛା ଜଣାଉଛୁଁ|
(ସମାଜ -
(ବା.ସଂ)ତା ୧୪.୯.୨୦୧୩ ରିଖ)
|
ଉଷାଶ୍ରୀ ବେହେରା
ଓଡ଼ିଶା ରାଜ୍ୟସ୍ତରୀୟ
ବିଜ୍ଞାନ ମେଳାରେ ଧୂଷୁରୀ (ଭଦ୍ରକ) ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ
ଉଷାଶ୍ରୀ ବେହେରା ଓଡ଼ିଶା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରି ପୂର୍ବ ଭାରତ ଜୋନ୍ରେ
ଥିବା ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛନ୍ତି| ‘ସ୍ବଳ୍ପ ଜାଳେଣି ଓ
ସ୍ବଳ୍ପ ଧୂଆଁ ସୃଷ୍ଟିକାରୀ ଲ୍ପୋଭ’ ଶୀର୍ଷକରେ ଏହି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା| ତେଣୁ ଶ୍ରଦ୍ଧେୟା ଉଷାଶ୍ରୀଙ୍କୁ ଶୁଭେଚ୍ଛା|
(ସମାଜ - ତା
୮.୯.୨୦୧୩ ରିଖ)
|
ଶ୍ରୀ ହରପ୍ରସାଦ ଦାସ
କବି ହରପ୍ରସାଦ
ତାଙ୍କର କବିତା ପୁସ୍ତକ ‘ବଂଶ’
ପାଇଁ ଜ୍ଞାନପୀଠ ଫାଉଣ୍ଡେସନ ପକ୍ଷରୁ ‘ମୂର୍ତ୍ତିଦେବୀ’
ପୁରସ୍କାର ପାଇବା ପାଇଁ ଏହିବର୍ଷ (୨୦୧୩) ମନୋନୀତ ହୋଇଛନ୍ତି| ଏହା ଓଡ଼ିଆମାନଙ୍କ ପାଇଁ ଗ୍ଭୋରବର ବିଷୟ| ପୁରସ୍କାର ବାବଦରେ ତାଙ୍କୁ
ଦୁଇଲକ୍ଷ ଟଙ୍କା,
ମାନପତ୍ର, ସରସ୍ବତୀଙ୍କ ମୂୂର୍ତ୍ତି
ସହିତ ସାଲ୍ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯିବ| ଏହା ପୂର୍ବରୁ ୧୯୯୧ ମସିହାରେ
ଡ. ପ୍ରତିଭା ରାୟ ତାଙ୍କ ଉପନ୍ୟାସ ‘ଯାଜ୍ଞସେନୀ’ ପାଇଁ ଏହି ପୁରସ୍କାର ପାଇଥିଲେ|
(ସମାଜ/ତା ୪.୯.୨୦୧୩ ରିଖ/ପୃ – ୧)
|
ଡ. ବିମଳେନ୍ଦୁ ମହାନ୍ତି
ଡକ୍ଟର ବିମଳେନ୍ଦୁ
ମହାନ୍ତି ଆନ୍ତର୍ଦେଶୀୟ ସଂସ୍ଥା ‘ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ’ର ଏବର ୧୧୬ ତମ ବାର୍ଷିକ ଅଧିବେଶନରେ ଉପସଭାପତି ରୂପେ ନିର୍ବାଚିତ ହୋଇଛନ୍ତି| ଏହି ସଂସ୍ଥା ବୁଦ୍ଧଦେବଙ୍କ ବାଣୀ ପ୍ରଚାର ସହିତ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ| ବିଦେଶରେ ୧୧୯ ଟି ରାଷ୍ଟ୍ରରେ
ଏହାର ବହୁ ଶାଖା ରହିଛି ଏବଂ ଭାରତରେ ଏହି ସଂସ୍ଥାର ୧୦ଟି ଶାଖା ରହିଛି|
(ସମାଜ ତା
୧୦.୯.୨୦୧୩ ରିଖ)
|
ମଙ୍ଗଳବାର, ମାର୍ଚ୍ଚ 11, 2014
ସାବାସ ଓଡ଼ିଆ !!
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ