ବୁଧବାର, ମାର୍ଚ୍ଚ 12, 2014

ବିଚ୍ଛିନ୍ନାଞ୍ଚଳର ଲେଖକ


ଶ୍ରୀମଦ‌୍‍ ଭାଗବତ ଏବଂ ଉତ୍କଳୀୟ ଜନଜୀବନ
ଶ୍ରୀ କ୍ଷମା ସାଗର ଭୋଇ
        ଭାରତ ସଦାବେଳେ ଭାଷା ପ୍ରଧାନ ବୈଦିକ ଏବଂ ଜନଜାତି ସମୂହର ଦେଶ ଭାବେ ଖ୍ୟାତ୤ ତଥାପି ଆମେ ଉତ୍କଳବାସୀ ସାଧାରଣ ଭ୍ରାନ୍ତି ଯୋଗୁଁ ନିଜସ୍ବ ଭାଷା ସଂସ୍କୃତିର ବାସ୍ତବିକ ସ୍ବରୂପ ଏବଂ ପ୍ରୟୋଜନକୁ ଭଲଭାବରେ ବୁଝିପାରୁ ନାହିଁ୤ ମାତୃଭୂମି, ମାତୃଭାଷା ତଥା ମାତୃସଂସ୍କୃତି ବିସ୍ତାର ଧାରାର ଅଭାବ ଉତ୍କଳୀୟମାନଙ୍କ ଦୟନୀୟତାର କାରଣ ଅଟେ୤ ଏହା ସହିତ ସଂକଳ୍ପଶକ୍ତି ମଧ୍ୟ ଏ ଜାତି ପାଖରେ ଶୂନ‌୍‍୤
        ଜୀବନ ସଂଗ୍ରାମରେ ଶାନ୍ତି ଏବଂ ମାନସିକ ସନ୍ତୁଳନ ନିର୍ମାଣ କରିବା ସୁଖୀ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ୤ ଉତ୍କଳର ସାଧୁ, ସନ୍ଥ ତଥା ଋଷି ମହାମିାମାନେ ଜଗନ୍ନାଥ ସଂସ୍କୃତିର ମହିମା ଗାନ କରି ଅଛନ୍ତି୤ ପାଶ୍ଚାତ‌୍‍ ଭାଷା ସଂସ୍କୃତିକୁ ମହାମନ୍ତ୍ର କରି ମାଳା ଜପନ କରୁଥିବା ଅଣ ଓଡିଆ ଜୀବନ ପଦ୍ଧତିରେ ଉତ୍କଳୀୟମାନଙ୍କୁ ସତ‌୍‍ସଙ୍ଗ‌୍‍ ମିଳିବା କଠିନ ଅଟେ୤ ସେମାନଙ୍କ ଜୀବନ କାରଖାନା ନିର୍ମିତ ଯନ୍ତ୍ର ସଦୃଶ ହୋଇଯାଇଛି୤ କୌଣସି ପ୍ରେରଣା ନାହିଁ୤ ପଥ ନାହିଁ୤ ମନ ଅଶାନ୍ତ ଏବଂ ଶରୀର ରୋଗୀ୤ ଗୃହସ୍ଥ ଜଞ୍ଜାଳରେ ବନ୍ଦୀ ମଣିଷକୁ ନୂତନ ଦିଗନ୍ତ, ଉସିାହ, ପ୍ରେରଣା, ସ୍ବାସ୍ଥ୍ୟ ଏବଂ ଶାନ୍ତି ପ୍ରଦାନ ପାଇଁ ସତ‌୍‍ସଙ୍ଗ‌୍‍ ସଦୃଶ ଶ୍ରୀମଦ ଭାଗବତ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା୤
        ଯେଉଁ ସମୟରେ ଖଡି ଅବଧାନମାନେ ଉତ୍କଳୀୟ ଭାଷା ସଂସ୍କୃତିର ଜ୍ଞାନ ବରଗଛ ମୂଳ ଚଉପାଢୀରେ ବସି ବିତରଣ କରୁଥିଲେ, ସେ ସମୟରେ ଅତିବଡୀ ଜଗନ୍ନାଥ ଦାସ କୃତ ଓଡିଆ ଭାଗବତଉତ୍କଳୀୟମାନଙ୍କ ପ୍ରାଚୀନ ସଂସ୍କୃତି ଏବଂ ଜୀବନ ପଦ୍ଧତି ଥିଲା୤ ସେହି ଭାଗବତ ବିଦ୍ୟାର ବଳ ଉପରେ ଉତ୍କଳବାସୀ ସମୃଦ୍ଧ ଏବଂ ସୁସ୍ଥ ଜୀବନ-ଯାପନ କରୁଥିଲେ୤ ଯେଉଁ ଦିନ ଠାରୁ ଏହି ବିଦ୍ୟାର ହ୍ରାସ ହେଲା, ସେହି ଦିନ ଠାରୁ ଲୋକେ ଗରିବ, ଦୁଃଖୀ ଏବଂ ଅସୁସ୍ଥ ହୋଇ ପଡିଲେ୤ ଏହା ସହିତ ସଂକଳ୍ପ ଶକ୍ତିକୁ ମଧ୍ୟ ହରାଇ ବସିଲେ୤
        ଶୂଦ୍ରମୁନି ଶାରଳା ଦାସ, ମତ୍ତ ବଳରାମ ଦାସ, ଅତିବଡୀ ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ପ୍ରଭୃତିଙ୍କ ଦ୍ବାରା ପ୍ରସ୍ତାବିତ ସଦ‌୍‍ ସାହିତ୍ୟ (କାବ୍ୟ) ଉତ୍କଳୀୟମାନଙ୍କ ପାଇଁ ଏକ ମହାନ‌୍‍ ସଂଗ୍ରହ ଅଟେ୤ ଏମାନେ ଅସୁମାରୀ ଲୋକଙ୍କ ଜୀବନରେ ଆନନ୍ଦର କିରଣ ବିକିରଣ କରି ଅଛନ୍ତି୤ ସେମାନଙ୍କ ଶିଷ୍ୟମାନେ ବହୁଜନ ହିତାୟ, ବହୁଜନ ସୁଖାୟରଲକ୍ଷ୍ୟ ନେଇ ଗ୍ରାମ-ଗ୍ରାମ, ନଗର-ନଗର, ପରିଭ୍ରମଣ କରୁଥିଲେ୤ ଆଜିର ଯୁଗରେ ମଧ୍ୟ ସନ୍ତପ୍ତ ମାନବ ପାଇଁ ଏପରି ଆଧ୍ୟାମିକ ସଂପ୍ରଦାୟ କିମ୍ବା ସଂଗଠନର ଆବଶ୍ୟକତା ରହିଛି୤ ଏହି ଲେଖକ ସତ୍ୟବାଦୀ ବନବିଦ୍ୟାଳୟ ଯୁଗର ପଞ୍ଚସଖାମାନଙ୍କ କିଛି ଗ୍ରନ୍ଥ ଅଧ୍ୟୟନ କରିଛି୤ ସେଥିରୁ ଅନୁମାନ ହୁଏ ଯେ, ସେହି ସମୟରେ ଯେଉଁ ସ୍ଥିତି ଥିଲା, ଆଜି ମଧ୍ୟ ସ୍ଥିତି ରହିଛି୤ କେବଳ ସାମାଜିକ ଜୀବନ ନୁହେଁ, ବରଂ ଆଥିର୍କ, ବ୍ୟକ୍ତିଗତ ତଥା ପାରିବାରିକ ଜୀବନର ସ୍ଥିତି ଆଜି ମଧ୍ୟ ଠିକ‌୍‍ ସେପରି ରହିଛି୤
        ଏହି ଲେଖକ ଯେତେବେଳେ ନିଜର ଆଧ୍ୟାମିିକ ମାର୍ଗଦର୍ଶକଙ୍କ ପାଖରୁ ଯାଇ ଆଧ୍ୟାମିିକ ଓଡିଆ ଭାଷା ଓ ସାହିତ୍ୟ ଚର୍ଚ୍ଚାରେ ମନୋନିବେଶ କରିବା ପାଇଁ ଚାହୁଁଥିଲା, ସେ କହିଲେ- ତୁମେ ଘରେ ବସି ବିଭିନ୍ନ ସାହିତ୍ୟ ଅଧ୍ୟୟନ କର, ତୁମର ବିଶେଷ ଜ୍ଞାନ ହୋଇଯିବ୤ ମୋ ପାଖକୁ ଆସିବା ଦରକାର କ? ଏହାର ଉତ୍ତର ଥିଲା- ଭାଷା ସାହିତ୍ୟ ସଂପର୍କିତ ଗଭୀର ଜ୍ଞାନ ଆହରଣ କରିବା ପାଇଁ ନୁହେଁ, ବରଂ ବିଭିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳରେ ଲୋକ କଲ୍ୟାଣ ସକାଶେ ଭାଷା ସଂସ୍କୃତିର ସୁରକ୍ଷା ପାଇଁ କିଛିଟା ମହତ୍ତ୍ବାକାଂକ୍ଷା ରହିଛି୤ ଆଧ୍ୟାତ୍ମେକ ମାର୍ଗଦର୍ଶକ ଆନନ୍ଦରେ କହିଲେ- ତୁମେ ମାତୃଭାଷା ଏବଂ ମାତୃ ସଂସ୍କୃତିର ପ୍ରକୃତ ଅର୍ଥ ବୁଝିଛ୤
        ମାତୃଭୂମି ମାତୃଭାଷାର ମମତା ତେବେଯାଇ ସଫଳ ହୋଇଥାଏ, ଯେବେ ବିସ୍ଖରଧାରା ବ୍ୟବହାର, ଜୀବନ ଏବଂ ବ୍ୟକ୍ତିତ୍ବରେ ସକାରାମିକ ପରିବର୍ତ୍ତନ ହୋଇଥାଏ| ବିନା ସକରାମିକ ପରିବର୍ତ୍ତନରେ ଜଣେ ବ୍ୟକ୍ତି ମାତୃଭୂମି, ମାତୃଭାଷାର ମମତାକୁ କେବଳ ମାତ୍ର ଚିନ୍ତା କରିପାରେ୤
        ଅନେକ ବର୍ଷ ପୂର୍ବରୁ ଆମର ଲୋକମାନେ ଚିନ୍ତା କରୁ ଅଛନ୍ତି ଯେ, ମାତୃଭୂମି, ମାତୃଭାଷା ପ୍ରତି ମମତା ଜାଗ୍ରତ କରାଯାଉ୤ ସ୍ବଭାବ କବି ଗଙ୍ଗାଧର ମେହେର ଓଡିଶାବାସୀଙ୍କୁ ମାତୃଭୂମି ମାତୃଭାଷାର ସଂଦେଶ ଦେଇଥିଲେ୤ ଏହି ଭାବନାରେ ପ୍ରେରିତ ହୋଇ ଓଡିଆମାନେ ପରସ୍ପର ଭିତରେ ଭାତୃଭାବ ଏବଂ ବ୍ୟବହାରକୁ ଉଚିତ‌୍‍ ମୂଲ୍ୟାଙ୍କନ କରି ମାତୃଭାଷାର ଉତ‌୍‍ଥାନ ହେତୁ ପ୍ରଯତ୍ନଶୀଳ ହେବା ଉଚିତ‌୍‍୤ ମାତ୍ର ପରିବାରରୁ ଆମେ ଯେଉଁ ସଂସ୍କାର ପ୍ରାପ୍ତ ହେଉଛୁଁ, ସେଥିରୁ ସମାଜ ପରିବର୍ତ୍ତିତ ହେଉଥିବା ପରିସ୍ଥିତି ଏବଂ ଶିକ୍ଷା ବ୍ୟବସ୍ଥାର କାରଣ ହେତୁ ସାମାନ୍ୟ ମାତ୍ର ପରିବର୍ତ୍ତନ ଆସିଛି୤ କିଛି ଲୋକ ଏପରି ବିଚାର ଧାରାକୁ ଦାର୍ଶନିକ ବିଚାରଧାରା ବୋଲି କହୁ ଅଛନ୍ତି ଏବଂ ମାତୃଭାଷା ସହିତ କୌଣସି ସମ୍ବନ୍ଧ ରଖୁ ନାହାନ୍ତି୤
        ସମସ୍ତଙ୍କ ମନରେ ମାତୃଭାଷାର ଭାବ ଅବଶ୍ୟ ଉଙ୍କି ମାରୁଥିବ, ଏହା ମୋର ପୂର୍ଣ୍ଣ ବିଶ୍ବାସ ରହିଛି୤ ବାଲ୍ୟାବସ୍ଥାରେ ସମସ୍ତେ ମାତୃଭାଷାର ଭାବକୁ ଅବଶ୍ୟ ଗ୍ରହଣ କରିଛୁ୤ କିନ୍ତୁ ବର୍ତ୍ତମାନ ନିଜ ଜୀବନରେ କେତେ ମାତ୍ରାରେ ଗ୍ରହଣ କରି ପାରୁଅଛୁଁ, ଏହା ନିଜେ ଅନୁଭବ କରିବା କଥା୤ ଆମେ ପରିସ୍ଥିତିର ଦ୍ବାହି ଦେଇ ଭାଷା ସଂସ୍କୃତି ତଥା ଭୌତିକ ଉପଲବ୍ଧି ସହିତ ଏକ ବିଭେଦ ସୃଷ୍ଟି କରି ଦେଇଛି୤ ଆମେ କହୁଛୁ ଯେ, ଭାଷା ସଂସ୍କୃତିର ସମ୍ବନ୍ଧ ନିଜର କର୍ମ ସହିତ ସଂଯୁକ୍ତ ନୁହେଁ୤ ଯେବେ ଆମେ ନିଜର ମାତୃଭାଷା ସହିତ ନିଜର ବିଚାର ଚିନ୍ତନ ଏବଂ ବ୍ୟବହାରକୁ ସଂଯୁକ୍ତ ନ କରିବା, ତେବେ ଆମେ ସମାଜ ଏବଂ ସଂସ୍କୃତିକୁ କିଛି ସହଯୋଗ କରିପାରିବା ନାହିଁ୤ କାରଣ ମନୁଷ୍ୟର ସୃଜନାତ୍ମକ ଗୁଣ ମାତୃଭାଷାରେ ଯେତେ ପରିମାଣରେ ପୃଷ୍ଠ ହୋଇଥାଏ, ଅନ୍ୟ ଭାଷାରେ ତାହା କେବେ ସମ୍ଭବ ହୋଇ ନଥାଏ୤
        ଏ ପରିସ୍ଥିତିରେ ପ୍ରଜ୍ଞାବାନ ବ୍ୟକ୍ତିମାନେ ନିଜକୁ ଅନୁଶାସିତ କରି ଜନମଙ୍ଗଳ ପାଇଁ ପ୍ରସ୍ତୁତ ହୋଇ ପ୍ରାଚୀନ ଉତ୍କଳର କୋଣ ଅନୁକୋଣରେ ପ୍ରବେଶ କରି ସେଠାକାର ଲୋକଙ୍କୁ ଓଡିଆ ଭାଷା ସଂସ୍କୃତିର ବ୍ୟବହାରିକ ଅଭ୍ୟାସ କରିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଉଚିତ‌୍‍୤ ପ୍ରତ୍ୟେକ ମଣିଷ କିଛି ଏପରି ଅଭ୍ୟାସ ଶିକ୍ଷା କରିବାକୁ ଚାହାନ୍ତି, ଯେଉଁଥିରୁ ତାଙ୍କର ମାନସିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇଯାଉ, ମାନସିକ ପରିବର୍ତ୍ତନ ହେଲେ ଲୋକ ଚରିତ୍ରରେ ମଧ୍ୟ ପରିବର୍ତ୍ତନ ଆସିଯାଏ୤ ଏହି ଅଭ୍ୟାସକୁ ପୂର୍ବକାଳରେ ଉତ୍କଳୀୟମାନେ ଭାଗବତ ବିଦ୍ୟାବୋଲି ଜାଣୁଥିଲେ ଏବଂ ପ୍ରତ୍ୟହ ଭାଗବତ ପାଠ କରୁଥିଲେ୤
        ଏଣୁ ଓଡିଶା ତଥା ଓଡିଆ ବିଚ୍ଛିନ୍ନାଞ୍ଚଳରେ ଓଡିଆ ଭାଷା ସଂସ୍କୃତି ସଂରକ୍ଷଣ ନିମନ୍ତେ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି୤
୧) ଉତ୍କଳ ସମ୍ମିଳନୀ୤, ୨) ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ୤,୩) ଭାଗବତ ଟୁଙ୍ଗୀ ପ୍ରଚାର ସମିତି୤, ୪) ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ସଙ୍ଗୀତ ଫାଉଣ୍ଡେସନ୤, ୫) ଉତ୍କଳ ସାଂସ୍କୃତିକ ଶିବିର୤
        ଏହି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଚାଲିଛି୤ ଯେଉଁ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁ ନାହାଁନ୍ତି, କି ସରକାରୀ ନଥି କାମ ଓଡିଆ ଭାଷାରେ କରିପାରୁ ନାହାଁନ୍ତି ବୋଲି ଗୁଞ୍ଜରଣ ଏବଂ କ୍ଷୋଭ ସୃଷ୍ଟି ହେଉଛି, ସେହି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ସରକାର ହିଁ ୨୦୦୩ ମସିହାରୁ ବିଚ୍ଛିନ୍ନାଞ୍ଚଳରେ ଓଡିଆ ଲିପିଶିକ୍ଷା କାର୍ଯ୍ୟକ୍ରମ ପାଇଁ ଉତ୍କଳ ସମ୍ମିଳନୀକୁ ଆଥିର୍କ ଅନୁଦାନ ପ୍ରଦାନ କରିଆସୁଛନ୍ତି୤  ମୋର କାହାରି ମନରେ କ୍ଷୋଭ ସୃଷ୍ଟି କରିବାର ଉଦ୍ଦେଶ୍ୟ ନଥିଲେ ବି, କହିବାକୁ ପଡୁଛି, ଗୁଡ଼ ଥିଲେ ମାଛିମାନେ ପରିବେଶକୁ ଦୂଷିତ କରିଥାଆନ୍ତି୤ ଉତ୍କଳ ସମ୍ମିଳନୀର ଏକାଧିକ ନେତା ତତ୍ପର ହୋଇ ଏହି ଅନୁଦାନ ଅର୍ଥର ଯଥାଯଥ ଦାୟିତ୍ବରେ ଥିବା ଓଡିଆ ପ୍ରେମୀମାନଙ୍କର ଅଙ୍ଗୀକାର ବଦ୍ଧତା ଓଡିଆ ଜାତି ଆଶା କରିବା ସ୍ବାଭାବିକ୤
        ବିଚ୍ଛିନ୍ନାଞ୍ଚଳ ଗୁଡ଼ିକରେ ଓଡିଆ ଲିପି ଶିକ୍ଷା କାଯ୍ର୍ୟକ୍ରମ ସହ ସମତାଳରେ ଭାଗବତ ଟୁଙ୍ଗୀପ୍ରତିଷ୍ଠା ଏବଂ ପାରାୟଣର ବ୍ୟବସ୍ଥା କରାଯାଉଛି୤ ଅଧିକାଂଶ ସ୍ଥାନରେ ଓଡିଆ ଲିପିଶିକ୍ଷା କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ଭାଗବତ ଟୁଙ୍ଗୀପରି ଚାଳନା କରି ପାରାୟଣରେ ଅଂଶଗ୍ରହଣ କରୁଅଛନ୍ତି, ଯାହା ପୌଢଶିକ୍ଷା କାର୍ଯ୍ୟକ୍ରମର ଅନ୍ତର୍ଗତ୤ ଏଥିପାଇଁ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନର ସାଧାରଣ ସଂପାଦକ ବରେଣ୍ୟ ପଶୁର୍ରାମ ଦ୍ବିବେଦୀ, ବିଜୁ ପଟ୍ଟନାୟକ କମ୍ପ୍ୟୁରଟ ଏକାଡେ଼ମୀର ସଭାପତି ଶ୍ରୀଯୁକ୍ତ ସୀତାବଲ୍ଲଭ ମହାପାତ୍ର, ‘ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ଭୂତପୂର୍ବ ସାଧାରଣ ସଂପାଦକ ଡକ୍ଟର ଗୋପାଳ କୃଷ୍ଣ ଶ୍ରୀଚନ୍ଦନ ଏବଂ ଉତ୍କଳ ସାଂସ୍କୃତିକ ଶିବିରର ପରିଚାଳକ ଡକ୍ଟର ମନୀନ୍ଦ୍ର ମହାନ୍ତି ଧନ୍ୟବାଦାର୍ହ୤ ବର୍ତ୍ତମାନ ସୁଦ୍ଧା ଛତିଶଗଡ ରାଜ୍ୟର ରାୟଗଡା, ମହାସମୁନ୍ଦ ଏବଂ ଜାଂଜଗୀର ଜିଲ୍ଲାର ୫୫ ଗୋଟି ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରାଯାଇଛି୤ ଝାରସୁଗୁଡ଼ା ଏବଂ ବରଗଡ ଜିଲ୍ଲାର ପଶ୍ଚିମ ଉପାନ୍ତ ଅଞ୍ଚଳରେ ମଧ୍ୟ ୧୨ ଗୋଟି ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରାଯାଇଛି୤
ଚାଲନ୍ତୁ! ନିଜ ଜୀବନରେ ଶ୍ରୀମଦ ଭାଗବତ ଭକ୍ତି ଭାବନାର ସଂତୃପ୍ତି, ଆଧ୍ୟାତ୍ମିକ ପ୍ରଗତି, ସୁଖଶାନ୍ତି ଏବଂ ସମୃଦ୍ଧି ପାଇଁ ଏହି ଭାରତ ଭୂମିର ଓଡିଆ ଭାଇମାନେ ସାରା ଦେଶରେ ପରିବ୍ୟାପ୍ତ ହୋଇଯିବା, ଯାହା ହେବ ଓଡିଆ ମାନଙ୍କ ପ୍ରକୃତ  ପରିଚୟ୤ 
ଗ୍ରାମ:-ବେଲେରିଆ-ଡୁମେରପାଲି
ଡ଼ାକ:-ବନୋରା, ଜି- ରାୟଗଡା(ଛତିଶଗଡ଼)
ଦୂରଭାଷ-୮୦୧୮୬୩୬୯୦୫, ୯୪୩୮୩୪୨୫୨୧



1 comment:

  1. ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ‌ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।

    କମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
    ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।

    Replyବିଲୋପ