ରବିବାର, ମାର୍ଚ୍ଚ 9, 2014

ଓଡ଼ିଆ କିଏ ?



ଓଡ଼ିଆ କିଏ ?
 
ଡ. ଦେବୀପ୍ରସନ୍ନ ପଟ୍ଟନାୟକ
(Plot No.- 1580/1989-Bhaktabandhu Nagar, Bhubaneswar-30)
(୧) ଓଡିଶାର ବିସ୍ତୃତ ଅଂଚଳ ଆନ୍ଧ୍ର, ବଙ୍ଗ, ଝାଡଖଣ୍ଡ, ଛତିଶଗଡ, ବିହାରରେ ମିଶିଛି| ସେଠିକାର ଲୋକଙ୍କୁ ଓଡ଼ିଆ କୁହାଯିବ କି ନାହିଁ ?
(୨) ଭାଷା ଭିତ୍ତ୍ବିକ ରାଜ୍ୟ ଗଠନରେ ଓଡ଼ିଆ ଭାରତରେ ପ୍ରଥମ| ଏହାପରେ ଗୋଟିକ ପରେ ଗୋଟିଏ ଭାଷା ଭିତ୍ତିକ ରାଜ୍ୟ ଗଢ଼ା ହେଲା| ଏହା ଭାରତୀୟ ବହୁ ଭାଷିକତା ବିରୋଧରେ ପ୍ରଥମ ଆହ୍ବାନ| ଏହା ଏକ ଧାରଣା ସୃଷ୍ଟି କଲା ଯେ ପ୍ରତ୍ୟେକ ରାଜ୍ୟ ଏକ ଭାଷାଭାଷୀ ରାଜ୍ୟ ୤ ବହୁଲୋକଙ୍କର ଭାଷା ସ୍ବୀକୃତି ଲାଭ କରୁଥିବାରୁ ସାନ ଭାଷାଭାଷୀମାନେ କଲବଲ ହେଲେ ଓ ଭାଷାଭାଷା ମଧ୍ୟରେ ବିବାଦ ସୃଷ୍ଟି ହେଲା ୤ ଯେଉଁ ବଡ ଭାଷା ଅଂଚଳ ପଡୋଶୀ ରାଜ୍ୟମାନଙ୍କର ରହିଗଲା, ସେଠି ମଧ୍ୟ ଅନ୍ୟ ଏକ ବିବାଦ ସଷ୍ଟି ହେଲା| ସେମାନଙ୍କର ଅସ୍ମିତା ଓ ସ୍ବାଭିମାନଙ୍କୁ ଦଳି ରାଜ୍ୟଭାଷା ତୁଳନାରେ ହୀନ ପ୍ରତିପାବନ ଚେଷ୍ଟାରୁ ଏ ବିବାଦ ହୀନମନତା ସୃଷ୍ଟି କରିଥିଲା|
(୩) ଭାରତରେ ଓଡ଼ିଶାର ଏକ ସ୍ବତନ୍ତ୍ରସ୍ଥାନ ଅଛି| ଏଠି ଅଷ୍ଟ୍ରିକ, ଦ୍ରାବିଡ, ଆର୍ଯ୍ୟ, କୋଉ କାଳରୁ ଛନ୍ଦାଛନ୍ଦି ହୋଇ ଅଛନ୍ତି ୤ ତିବ‌୍‍ତୀୟମାନେ ଆସିଲାପରେ ଚତୁର୍ଥ ଭାଷା ପରିବାର ଓଡ଼ିଆ ମହାସାଗରରେ ମିଶିଛନ୍ତି| ଏମାନେ ସମସ୍ତେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି|
(ସମାଜ/୧୨-୨-୨୦୧୩) 


ପ୍ରାଚୀନ ଓଡ଼ିଶାର ସୀମା ସରହଦ

ଶ୍ରୀ ଅନନ୍ତରାମ କର, ଗବେଷକ
ନିମଖଣ୍ଡିପେଣ୍ଠ, ଗଞ୍ଜାମ)  
 (୧) ଅଶୋକଙ୍କ କଳିଙ୍ଗ ଯୁଦ୍ଧକାଳକୁ କଳିଙ୍ଗ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ପରିଚିତ ଥିଲା| କଳିଙ୍ଗର ଅଧିବାସୀମାନଙ୍କୁ କଳିଙ୍ଗୀକୁହାଯାଉଥିଲା| ‘କଳିଙ୍ଗୀଶବ୍ଦ କ୍ରମେ କାଲିଞ୍ଜୀହୋଇଛି| ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଓ ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳରେ କାଳିଞ୍ଜୀନାମକ ଜାତିର ଲୋକ ବାସ କରନ୍ତି ଏବଂ କଳିଙ୍ଗର ସ୍ମୃତି ବହନ କରି ଗଞ୍ଜାମରେ କଳିଙ୍ଗଘାଟିକଳିଙ୍ଗ ଦଳ, କଳିଙ୍ଗ ପାଟଣା ପ୍ରଭୃତି ସ୍ଥାନ, ଗ୍ରାମ ଅଛି| (ପୃ. : ୩୪)
(୨) କଙ୍ଗଦ - ଉତ୍କଳ ଓ କଳିଙ୍ଗର ମଧ୍ୟବର୍ତ୍ତି ଅଂଚଳରେ ଏକଦା କଙ୍ଗଦନାମକ କ୍ଷୁଦ୍ର ଓ ସଂସ୍କୃତି ସଂପନ୍ନ ସାମ୍ରାଜ୍ୟ ଗଢ଼ି ଉଠିଥିଲା| ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର, ପୁରୁଷୋତ୍ତମପୁର, ଗଞ୍ଜାମ ଏବଂ ଅବିଭକ୍ତ ପୁରୀ ଜିଲ୍ଲାର ଗଞ୍ଜାମ ସୀମାନ୍ତ ଅଂଚଳକୁ  ନେଇ କଙ୍ଗଦପ୍ରତିଷ୍ଠା ହୋଇଥିଲା ୤ କଙ୍ଗଦଶବ୍ଦକୁ ହୁଏନସାଂ  - କଙ୍ଗ-ଉ-ତୋବୋଲି ବର୍ଣ୍ଣନା କରିଛନ୍ତି| ଏହି କଙ୍ଗୁତୋଶବ୍ଦ କ୍ରମେ ଗଙ୍ଗୁତୋହୋଇ ଗଞ୍ଜାମହୋଇଛି| (ପୃ : ୩୪)
(୩) ମଣ୍ଡଳ ରାଜ୍ୟ - ଉଡ୍ର, ଉତ୍କଳ, କଳିଙ୍ଗ, କୋଶଳ ବ୍ୟତୀତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଂଚଳକୁ ନେଇ କେତେକ ଦେଶୀୟ ରାଜ୍ୟ ସ୍ଥାପନ ହୋଇଥିଲା| ×××  ସେହିପରି ଦକ୍ଷିଣର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଖେମୁଣ୍ଡି, ଚିକିଟି ପ୍ରଭୃତି ଅଂଚଳରେ ଶ୍ବେତକ ମଣ୍ଡଳ ×××  ନାମକ ଅଞ୍ଚଳମାନ ଗଢ଼ି ଉଠିଥିଲା|  (ପୃ :୩୪)
 (୪) ଏକାଦଶ ଶତାବ୍ଦୀର ପ୍ରାରମ୍ଭରେ କଳିଙ୍ଗ ରାଜା ଅନନ୍ତବର୍ମା ଚୋଡଗଙ୍ଗ ଦେବ ଉଭୟ ଉତ୍କଳ ଓ ଉଡ୍ରଦେଶ ଜୟ କରି କଳିଙ୍ଗ ସଂଗେ ମିଶାଇ ଥିଲେ| ଗୋଦାବରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ ବିଶାଳ ଭୂଖଣ୍ଡର ଶାସନ ପରିକଳ୍ପନା ନିମନ୍ତେ କଳିଙ୍ଗର ରାଜଧାନୀ ବର୍ତ୍ତମାନର ପାରଳାଖେମୁଣ୍ଡି ନିକଟ ମୁଖଲିଙ୍ଗମ‌୍‍ ଠାରୁ ନେଇ ବର୍ତ୍ତମାନର କଟକ ଠାରେ ସ୍ଥାପନ କଲେ| (ପୃ :୩୫)
(୫) ଓଡ଼ିଆ ଭାଷା କହୁଥିବା ଅଂଚଳକୁ ଯଦି ଓଡ଼ିଶା କହିବା, ତେବେ ଏହାର ପରିସୀମା ୮୮ ହଜାର ବର୍ଗମାଇଲ| ଇଂରେଜମାନଙ୍କ ବିଖଣ୍ଡିତ ନୀତି ବଳରେ ଗଞ୍ଜାମ ଓ ମଞ୍ଜୁଷା, ଟିକାଲି ପ୍ରଭୃତି ୨୨ ଗୋଟି ଜମିଦାରୀ କୋରାପୁଟ, ଜୟପୁରୁ ଆଦି ମାନ୍ଦ୍ରାଜ ଓ ବିଶାଖାପାଟଣା ଶାସନାଧୀନ ହେଲା| ଖରସୁଆଁ, ଷଢ଼େଇକଳା ପ୍ରଭୃତି ବିହାରରେ ରହିଲା| ଏହିପରି ୨୭ହଜାର ବର୍ଗମାଇଲ ଅଂଚଳ ଓଡ଼ିଶାର ରାଜନୈତିକ ସୀମା ବାହାରେ ରହିଲା| (ପୃ :୩୫)
( ଉତ୍କଳ ପ୍ରସଂଗ - ମଇ-୧୯୯୮ ପୃ :୩୩-୩୫)

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ