ଖବର-ଟବର
୧. ୨୦୧୩ରେ
ଦିଲ୍ଲୀର ରାମଲୀଳା ମୈଦାନରେ ସ୍ବତନ୍ତ୍ର ଶ୍ରେଣୀ ମାନ୍ୟତା ପାଇଁ ବିଶାଳ ରାଲିରେ ଓଡ଼ିଆମାନେ
ଏକାଠି ହୋଇଥିଲେ|
୨. ଆମେରିକାର
ଚିକାଗୋ ଠାରେ ଜୁଲାଇ (୨୦୧୩) ମାସରେ ‘ଓଡ଼ିଶା ସୋସାଇଟି ଅଫ୍
ଆମେରିକା’
ଦ୍ବାରା ୪୪ ତମ ବାର୍ଷିକ ଅଧିବେଶନ ହୋଇଥିଲା| ଏଥିରୁ ଆମେରିକା ଓ କାନାଡ଼ାରେ ବାସ କରୁଥିବା ଓଡ଼ିଆମାନେ ଯୋଗଦେଇଥିଲେ|
୩. ଓଡ଼ିଆ
ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଜାତୀୟ ଓଡ଼ିଆ ସମ୍ମିଳନୀ ତରଫରୁ ଦିଲ୍ଲୀର ଆୟୋଜିତ
ସମାବେଶକୁ ସଫଳତା ମିଳିଥିଲା|
୪. ଅଗଷ୍ଟ
(୨୦୧୩) ୯ ତାରିଖରେ ବାଙ୍ଗାଲୋରରେ ଓଡ଼ିଆମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା| ଏହାର ଶୀର୍ଷକ ଥିଲା - ‘ଓଡ଼ିଶା ଉଇଦାଉଟ୍ ବର୍ଡ଼ର କନ୍କ୍ଲେଭ’ ଏଥିରେ ଦିଲ୍ଲୀ, ମୁମ୍ବାଇ,
ପୁଣେ, କାନପୁର, କଲିକତା,
ବିଶାଖାପାଟଣା, ହାଇଦ୍ରାବାଦ, ପଣ୍ଡିଚେରୀ,
ଚେନ୍ନାଇ, ଖଡ଼ଗପୁର, ଗଙ୍ଗାନଗର,
ଅହମଦାବାଦ, ଭୋପାଳ, ଭିଲାଇ,
ଗାନ୍ଧିନଗର, ସୁରତ, ଖରସୁଆଁ,
ମହୀଶୂର, ଛତିଶଗଡ଼, ଭୁବନେଶ୍ବର ଓ ବ୍ରହ୍ମପୁରର ଆଦି ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେଇଥିଲେ|
|
ଓଡ଼ିଶା ଓ ପଶ୍ଚିମ ବଙ୍ଗଳା
ମଧ୍ୟରେ ସୀମାବିବାଦ
ବାଲେଶ୍ବର ଜିଲ୍ଲାର
ଭୋଗରାଇ ଓ ଜଳେଶ୍ବର ତହସିଲ ଅଧୀନ ୧୧ ଟି ଗ୍ରାମରେ ଓଡ଼ିଶା ଓ ପଶ୍ଚିମବଙ୍ଗଳା ମଧ୍ୟରେ
ସୀମାବିବାଦ ଲାଗିରହିଛି|
ତେଣୁ ଏହାର ସମାଧାନର ପଥ କାଢ଼ିବା ପାଇଁ ‘ଉତ୍କଳ ସମ୍ମିଳନୀ’
ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜୁଲାଇ ମାସରେ କରାଯାଇଥିଲା| ତେଣୁ ରାଜ୍ୟ ସରକାର ରାଜସ୍ବ ବିଭାଗ ପକ୍ଷରୁ ଏକ ପ୍ରକୋଷ୍ଠ ଖୋଲି, ସେଥିରେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରି, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ
ସୀମା ଗ୍ରାମଗୁଡ଼ିକର ବନ୍ଦୋବସ୍ତ ସର୍ଭେ କରିବା ସହିତ ସେହି ଅଞ୍ଚଳରର ଜମିର ବିକ୍ରି ଓ ଲିଜ୍
ଦେବା ଉପରେ ଓଡ଼ିଶା ସରକାର ଅଙ୍କୁଶ ଲଗାଇବା ଆବଶ୍ୟକ ବୋଲି ଦାବି କରାଯାଇଥିଲା|
(ସମାଜ / ତା
୧/୮/୨୦୧୩ ରିଖ)
|
ହାୟରେ ଓଡ଼ିଆ
ମାଲେସିଆର
କ୍ବାଲାମ୍ପୁରସ୍ଥିତ ‘ଇଣ୍ଡିଆନ୍ ପାୱାର ସର୍ଭିସ୍’ର ମାଲିକ ସ୍ନେହ ରଂଜନ ଜୟସିଂ
ଏବଂ ଏସ୍.ଆର. ଓଭରସିଜ୍ର ସୁନୀଲ ରଥ ଚାକିରୀ ପ୍ରଲୋଭନ ଦେଖାଇ ୫ଜଣ ଓଡ଼ିଆ ଯୁବ ଶ୍ରମିକ
(କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିର ସୁନାଇଲୋ, ପାଟକୁରା, ହରାସାହି ଏବଂ କେନ୍ଦ୍ରାପଡ଼ା)ଙ୍କୁ ମାର୍ଚ୍ଚ ୨୨ ତାରିଖରେ ନେଇ ଯାଇଥିଲେ| ସେଠାରେ ପହଞ୍ଚିଲା ପରେ ତାଙ୍କ ଠାରୁ ପାସପୋର୍ଟ , ଭିସା ଏବଂ ପଇସାପତ୍ର ଛଡ଼ାଇ ନିଆ ଯାଇଥିଲା ଓ ଦୈନିକ ୫୦ ଟଙ୍କାରେ ମୂଲ ଲାଗିବାକୁ ବାଧ୍ୟ
କରାଯାଇଥିଲା|
ଏମାନେ ମନା କରିବାରୁ ତାଙ୍କୁ ଗୋଟିଏ କୋଠରୀରେ ଗୃହବନ୍ଦୀ କରି
ରଖିଥିଲେ|
ମାତ୍ର କ୍ଭୋଶଳକ୍ରମେ ସେମାନେ ବାହାରକୁ ଆସିଥିଲେ ମଧ୍ୟ ଭିସା ଓ
ଅର୍ଥାଭାବରୁ ସେମାନେ ଓଡ଼ିଶା ଫେରି ନପାରି ଉପବାସରେ ଦିନ କାଟୁଛନ୍ତି| ଏଥିପାଇଁ ସେମାନଙ୍କ ପରିବାର ଲୋକେ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି| ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯାଉଛି|
(ସମାଜ / ତା
୧୩.୯.୨୦୧୩ ରିଖ)
|
ବାଙ୍ଗାଲୋରର ଶ୍ରୀଜଗନ୍ନାଥ
ମନ୍ଦିର
୧୯୯୬-୯୭ ମସିହାରେ
ଶ୍ରୀ ହରପ୍ରସାଦ ମହାପାତ୍ର,
ଶ୍ରୀ ପୂଣ୍ୟଶ୍ଳୋକ ଖୁଣ୍ଟିଆ ଓ ଶ୍ରୀ ବିଭୁମୟ ମିଶ୍ର ପ୍ରଭୃତି
ମିଶି ଜୀଉମାନଙ୍କ ବିଗ୍ରହ ଆଣି ଗରୁହ ମନ୍ଥନ ପାଲ୍ୟାରେ ((B.M.E.L ର ପଛପାଖ) ସ୍ଥାପନ କରି ପୂଜା ଆରମ୍ଭ କରିଥିଲେ| ୨୦୦୦ ମସିହାରୁ ଶ୍ରୀ ସୁଶାନ୍ତ ମହାପାତ୍ର, ଶ୍ରୀ ନିହାର ସାମନ୍ତରାୟ ଏବଂ ଶ୍ରୀ ଅଜୟ ତ୍ରିପାଠୀ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା ପାଇଁ
ସ୍ଥାୟୀ ଉଦ୍ୟମ ଚଳାଇଥିଲେ|
ଏ ଦିଗରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କୃଷ୍ଣା ଓ ଶ୍ରୀ ସୁଭାଷ ଖୁଣ୍ଟିଆଙ୍କ ଅବଦାନ
ସ୍ମରଣୀୟ|
ପରିଶେଷରେ ସର୍ଜାପୁର ରାସ୍ତାର ଅଗରା ଗ୍ରାମରେ ମନ୍ଦିର ନିର୍ମାଣ
ପାଇଁ ସ୍ଥାନ ନିରୁପଣ କରାଗଲା ଓ ୧୩୦୦ ବର୍ଗ ଫୁଟ ପରିମିତ ଜମି ମନ୍ଦିର ଟ୍ରଷ୍ଟକୁ ସରକାର
ରିହାତି ଦରରେ ହସ୍ତାନ୍ତର ହେଲା| ଏ ଦିଗରେ ଶ୍ରୀ ଶଙ୍କର
ରେଡ୍ଡୀ, ଶ୍ରୀ ଗୋପାଳ ରେଡ୍ଡୀ,
ଶ୍ରୀ ଶିବରାମ ରେଡ୍ଡୀ ପ୍ରଭୃତିଙ୍କର ସାହାଯ୍ୟ ସ୍ମରଣୀୟ ୨୦୦୪
ମସିହା ଅଗଷ୍ଟ ମାସରେ ବାଙ୍ଗାଲୋର ଇସକନର ସଭାପତି ସାଧୁ ମଧୁ ପଣ୍ଡିତ ଦାସ| ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ|
୨୦୦୯ ମସିହାରେ
ତତ୍କାଳୀନ ରାଜ୍ୟପାଳ ଶ୍ରୀ ରାମେଶ୍ବର ଠାକୁର ରଥଯାତ୍ରା ଉଦ୍ଘାଟନ କରିଥିଲେ| ବର୍ତ୍ତମାନ ଏହି ରଥର ୬ ଗୋଟି ଚକ, ଏବଂ ଏହାର ଉଚ୍ଚତା ୨୧ ଫୁଟ୍| ପୁରୀରୁ ମହାରଣାମାନେ ଆସି ରଥ ନିର୍ମାଣ କରିଥାନ୍ତି| ରଥଟାଣିବାରେ ଏକ ବିଶେଷତ୍ବ ହେଲା - ରଥ ଟଣା ବେଳେ ପ୍ରଥମ ୨୦୦ ଫୁଟ ରାସ୍ତାରେ ସ୍ତ୍ରୀ
ଲୋକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ରଥ ଟାଣିବା ପରେ ଅନ୍ୟାମାନେ ରଥ ଟାଣିବେ| ମାଉସୀମା ମନ୍ଦିର ନଥିବାରୁ ମନ୍ଦିର ନିକଟସ୍ଥ ଶ୍ରୀରାମ, କୃଷ୍ଣ ଓ ଋକ୍ମଣୀ ମନ୍ଦିରରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଏ|
ଏହି ଶ୍ରୀ ଜଗନ୍ନାଥ
ମନ୍ଦିରରେ ରଥଯାତ୍ରା ସହିତ ଝୁଲଣ, ବାମନ ଜନ୍ମ, ପୌଷ ସଂକ୍ରାନ୍ତି,
ଶିବରାତ୍ରୀ, ଲକ୍ଷ୍ମୀପୂଜା, ସରସ୍ବତୀ ପୂଜା,
ମକର ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି, ସାବିତ୍ରୀ ଅମାବାସ୍ୟା,
ନୃସିଂହ ଚତୁର୍ଦ୍ଦଶୀ ଆଦି ପାଳନ କରାଯାଏ| ମନ୍ଦିରର ପୂଜା ଉପଚାର ପାଇଁ ଚାରିଜଣ ପୂଜକ ରହିଛନ୍ତି| ଜଣେ ସ୍ଥାୟୀ ପରିଚାଳକ ଓ ଦୁଇ ଜଣ ଅସ୍ଥାୟୀ ସେବାୟତ ମଧ୍ୟ ନିଯୁକ୍ତ ଅଛନ୍ତି| ପ୍ରସାଦ ରନ୍ଧନ ପାଇଁ ଜଣେ ସେବାୟତ ସହିତ ତାଙ୍କର ସହକାରୀ କେତେଜଣ ମଧ୍ୟ ଅଛନ୍ତି|
(ତଥ୍ୟ ସଂଗ୍ରହ - ଡ.
ଜଗନ୍ନାଥ ପ୍ରସାଦ ଉଦ୍ଗାତା –
ଆଳାପ-ଆଲୋଚନାରେ – ଭିନ୍ନ ମଣିଷ-ଭିନ୍ନ ପୃଥିବୀ
(ଜୁଲାଇ-ସେପ୍ଟେମ୍ବର-୨୦୧୩) ସାକ୍ଷାତ କରିଛନ୍ତି - ଇଂ. ବଟକୃଷ୍ଣ ମହାପାତ୍ର)
|
ବ୍ରହ୍ମାବଧୂତ ସ୍ବାମୀ
ସତ୍ୟାନନ୍ଦ
ଯୋଗୀ ଶ୍ରୀ ଅରବିନ୍ଦ
କହିଥିଲେ “ ଅଗ୍ନିମ୍ ଇଚ୍ଛଧଂ ଭାରତାଃ” ଏହାର ଅର୍ଥ, ହେ ଭାରତବାସୀଗଣ ଅଗ୍ନିଙ୍କୁ ଲାଭକରିବାକୁ ଇଚ୍ଛାକର ତାଙ୍କର ଏହି ପରିକଳ୍ପନାର
ମୂର୍ତ୍ତୀମନ୍ତ ପ୍ରତୀକ ରୂପେ କଳିଯୁଗରେ ଅଗ୍ନି ଯୋଗରେ ସିଦ୍ଧିଲାଭ କରିଥିବା ସନ୍ନ୍ୟାସୀ
ହୋଇଛନ୍ତି ବ୍ରାହ୍ମାଦଧୂତ ସ୍ବାମୀ ‘ସତ୍ୟାନନ୍ଦ’ ଭାରତୀୟ ତନ୍ତ୍ର ଦର୍ଶନ ଅନୁସାରେ ଛଅଗୋଟି ସ୍ତର ଯଥା- କୁଟୀଚକ, ବହୁଦକ,
ହଂସ, ପରମହଂସ, ତୁରୀୟାତୀତ ଏବଂ ପରିଶେଷରେ ଅବଧୂତ ରୂପରେ ପରିପ୍ରକାଶ ହିଁ ସନ୍ନ୍ୟାସୀର ପୂର୍ଣ୍ଣତା ଅଟେ| ବିଶ୍ବ ବିରଳ ଅନନ୍ୟ ମହିମାମୟ ଅଷ୍ଟାଙ୍ଗ ଯୋଗସିଦ୍ଧ ସ୍ବାମୀ ସତ୍ୟାନନ୍ଦ ୧୯୮୮ ମସିହାରେ ନିଜର ସମସ୍ତ କୃତି ଓ
କୃତ୍ୟକୁ ତ୍ୟାଗକରି ଏକ ଅବଧୂତ ସାର୍ବଭୌମ ସମନ୍ବୟର ଆଭିମୁଖ୍ୟ ନେଇ ଝାଡଖଣ୍ଡ ରାଜ୍ୟ ଦେଓଘର
ଜିଲ୍ଲା ଅନ୍ତର୍ଗତ ରିଖିଆ ଗ୍ରାମରେ ଅଦ୍ୟାବଧି ସାଧନାରତ ମାତ୍ର ଦୁଃଖର ବଷୟ ଏହି ଯେ ଭାରତପରି ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ଦେଶର
ଅଧିକାଂଶ ଲୋକେ ଆଜିର ରାଜନେତା, ଚିତ୍ରପଟର , ଅଭିନେତା,
ଅଭିନେତ୍ରୀ ତଥା କ୍ରୀଡା ଜଗତର ନାୟକ, ନାୟିକା ପର୍ଯ୍ୟନ୍ତ ଏହାର ବିକଳ୍ପ ବ୍ୟବସ୍ଥା ସ୍ବରୁପ ‘ଅନ୍ତରୀମ୍’ ଲୋକରେ ବାସ କରନ୍ତି ଏଠାରେ ଏହାର ପର୍ଯ୍ୟାଲୋଚନା କରିବା ତାପିର୍ଯ୍ୟ ହେଲା ଯେ, ଆମ ଦେଶରେ ସନ୍ନ୍ୟାସୀ କହିଦେଲେ ଲୋକମାନେ ତାଙ୍କଠାରୁ ବହୁତ ପ୍ରକାରର ଆଶାବନ୍ଧି
ବସନ୍ତି ସେମାନେ ଜାଣବା ଉଚିତ୍ ଯେ, ଜଣେ ସନ୍ନ୍ୟାସୀ ବ୍ରତ ଗ୍ରହଣ
କଲେ ମୁକ୍ତ ହୋଇ ଯାଆନ୍ତି ନାହିଁ କି ସିଦ୍ଧି ପ୍ରାପ୍ତି କରି ପାରନ୍ତି ନାହିଁ ତାଙ୍କୁ
ବିଭିନ୍ନ ଅବସ୍ଥାରେ ମଧ୍ୟଦେଇ ଆଗକୁ ବଢିବାକୁ ହୋଇଥାଏ
ଗୁରୁଙ୍କଠାରୁ ସନ୍ନ୍ୟାସୀ ଦୀକ୍ଷା ଗ୍ରହଣ କରି ସାଧକଙ୍କୁ ବାରବର୍ଷ ପର୍ଯନ୍ତ ସେବାବ୍ରତ
ଧାରଣକରି ଗୁରୁସେବା କରିବାକୁ ଧାରଣକରି ଗୁରୁ-ଶିଷ୍ୟ ସମ୍ବନ୍ଧ ଆଧ୍ୟାତ୍ମିକ ମାର୍ଗର ଏକ
ଆବଶ୍ୟକ ଅଙ୍ଗ ଅଟେ ଯେବେ ସାଧକଙ୍କ ଆଧ୍ୟାତ୍ମିକ ଜୀବନରେ ବିଶ୍ବାସ ଦୃଢହୋଇ ଆନ୍ତରିକ ଜୀବନର
ଅନୁଭବ ହୋଇଥାଏ| ତେବେ ସେ ପରିବାଜକ ଜୀବନ
ଆରମ୍ଭ କରିଦିଅନ୍ତି ଏହାକୁ ‘ବହୁଦକ’ ଅବସ୍ଥା କୁହାଯାଇପାରେ|
ସନ୍ୟାସୀ କିଛିକାଳ ଭ୍ରମଣ କରି ଲୋକମାନଙ୍କ ସମସ୍ୟା ଏବଂ ଆବଶ୍ୟକତାକୁ ଉପଲବ୍ଧି କରି
ନିଜର ସଂସ୍କାର,
ବିଚାର ତଥା ମାନ୍ୟତାକୁ ଭଲ ଭାବରେ ପରୀକ୍ଷଣ କରି ପରିପକ୍ବତା
ପ୍ରାପ୍ତ କରି ନିଅନ୍ତି| ଯେବେ ତାଙ୍କର ଅନୁଭବ ହୋଇଯାଏ ଯେ, ଜାତି, ଧର୍ମ ଏବଂ ଭେଦର ଉପରେ ମାନବତାର ଅଲଗା ଅସ୍ତିତ୍ବ ରହିଅଛି, ସମ୍ପୂର୍ଣ୍ଣ ବିଶ୍ବ ତାଙ୍କର ଘର ଅଟେ, ତେବେ ଏହା ତାଙ୍କର ତୃତୀୟ
ସ୍ତର ଅଟେ|
ଏହି ଅବସ୍ଥାରେ ସେ ଯେକ୍ଭୋଣସି ଏକାନ୍ତ ସ୍ଥାନକୁ ଯାଇ କୁଣ୍ଡଳିନୀ
ଯୋଗର ଅଭ୍ୟାସ କରନ୍ତି|
ସାଧନା କାଳରେ ତାଙ୍କୁ ନିଜର ଜାତି, ଦେଶ,
କାଳର ଜ୍ଞାନ ରହେ ନାହିଁ| ଅର୍ଥାତ୍ ସେ ଶତତ ସାଧନାମୟ
ଜୀବନଯାପନ କରନ୍ତି|
ଏହିପରି ସେ ଚେତନାକୁ ଜାଗ୍ରତ କରି ପୂର୍ଣ୍ଣତାର ଦିଗକୁ ଗତି
କରନ୍ତି| ଏପରି ଅବସ୍ଥାରେ ସେ ଦୁଃଖର କାରଣଗୁଡ଼ିକୁ ଅନ୍ବେଷଣ କରନ୍ତି|
ଉଣେଇଶ ବର୍ଷ ବୟସରେ ଆଧ୍ୟାତ୍ମିକ ଅନ୍ବେଷଣ
ଉଦ୍ଦେଶ୍ୟରେ ଗୃହତ୍ୟାଗ କରି ୧୯୪୩ ମସିହାରେ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ଠାରୁ ସନ୍ନ୍ୟାସ
ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ| ସେ ବାରବର୍ଷ କାଳ ଗୁରୁ ସେବା
କରି ଆଧ୍ୟାମିିକ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରିଥିଲେ| ଆଧୁନିକ ଯୌଗିକ ଏବଂ ତାନ୍ତ୍ରିକ ପୁନର୍ଜାଗରଣର ପ୍ରେରଣାଦାୟୀ ମୁର୍ଦ୍ଧନ୍ୟ ବିଶେଷଜ୍ଞ
ଭାବେ ସାରା ବିଶ୍ବରେ ସୁପରିଚିତ| ବର୍ତ୍ତମାନ ଭାରତ ଏବଂ ବିଦେଶରେ
ତାଙ୍କର ପ୍ରଚେଷ୍ଠାରେ ଶତାଧିକ ଯୋଗ ଆଶ୍ରମ କରାଯାଇ ସହସ୍ରାଧିକ ସାଧକମାନଙ୍କୁ ଆଧ୍ୟାମିିକ
ମାର୍ଗ ଦର୍ଶନ ଦିଆଯାଇଛି|
ବନୋରା,
ରାୟଗଡ଼ (ଛତିଶଗଡ଼)
ସଂପର୍କ - ଝାରୁପଡ଼ା,
ପୋ/ଭାୟା- ପଞ୍ଚଗାଁ, ଜି.-ଝାରସୁଗୁଡ଼ା
ଫୋନ୍ (୦୬୬୪୫) ୨୫୪୧୨୭
|
ମଙ୍ଗଳବାର, ମାର୍ଚ୍ଚ 11, 2014
ଖବର-ଟବର
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ