ବୁଧବାର, ମାର୍ଚ୍ଚ 12, 2014

ସାବାସ ଓଡ଼ିଆ


ପ୍ରଥମ ଓଡ଼ିଆ ମହିଳା ଆଇ.ପି.ଏସ‌୍‍. ଅଫିସର
ଡକ୍ଟର ସୌମ୍ୟା ମିଶ୍ର

        ଓଡ଼ିଶା ବାହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପୋଲିସ‌୍‍ ଡି.ଆଇ.ଜି. ରୂପେ ଡକ୍ଟର ସୌମ୍ୟା ମିଶ୍ର ହେଉଛନ୍ତି ଆମ ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ‌୍‍ (୧୯୯୪)| ସେ ଷ୍ଟୁଆର୍ଟ ସ୍କୁଲ,ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରୁ ସମାଜ ବିଜ୍ଞାନରେ ଗବେଷଣା କରି ପିଏଚ‌୍‍.ଡି କରିଛନ୍ତି| ଡକ୍ଟର ମିଶ୍ରଙ୍କୁ ଶୁଭେଚ୍ଛା ଜଣାଉଛୁଁ|

(ସମାଜ/ତା ତା ୨୪.୧୧.୨୦୧୩ ରିଖ)

ସର୍ବଭାରତୀୟ ଭୂତତ୍ତ୍ୱବିତ ପରୀକ୍ଷାରେ ପ୍ରଥମ


        ସର୍ବ ଭାରତୀୟ ଭୂତ୍ତ୍ୱାତିକ ସଂସ୍ଥା ଦ୍ବାରା ଅନୁଷ୍ଠିତ ଭୂତତ୍ତ୍ବବିତ‌୍‍ ପରୀକ୍ଷାରେ ଓଡ଼ିଶାର (କେନ୍ଦୁଝର)ର ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ସର୍ବ ଭାରତୀୟ ସ୍ତରରେ ପ୍ରଥମ ହେବାର ଗୌରବ ଲାଭ କରିଛନ୍ତି| ସେ ଏବେ ମୁମ୍ବାଇସ୍ଥିତ ଆଇ.ଆଇ.ଟି.ରେ ଗବେଷଣା କରୁଛନ୍ତି| ତାଙ୍କ ଘର କେନ୍ଦୁଝର ଜିଲ୍ଲାର ବୀର ଗୋବିନ୍ଦପୁର ଗ୍ରାମରେ|

(ସମାଜ / ତା ୨୭.୯.୨୦୧୩ ରିଖ)

କିଡନି ପ୍ରତିରୋପଣ କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ଓଡ଼ିଆ
ଡାକ୍ତର ଦୀପକ ଶଙ୍କର ରାୟ
        କଲିକତା ମୁକୁଳପୁରସ୍ଥିତ ରବୀନ୍ଦ୍ରନାଥ ଟାଗୋର ଇଣ୍ଟରନ୍ୟାସନାଲ ଇନ‌୍‍ଷ୍ଟିଚ୍ୟୁଟ ଅଫ‌୍‍ କାର୍ଡ଼ିଏଟିକ‌୍‍ ସାହସେନ୍ସ  ଡାକ୍ତର ଦୀପକ ଶଙ୍କର ରାୟ ୩୨ଟି କ୍ରସ‌୍‍ ଟ୍ରାନ୍ସପ୍ଲାଣ୍ଟେସନ ଓ ୧୧୦୦ ଟି କିଡ଼ନି ପ୍ରତିରୋପଣ କରି ଚିକିସିା କ୍ଷେତ୍ରରେ ପୂର୍ବ ଭାରତରେ ପ୍ରଥମ ଓଡ଼ିଆ ଭାବରେ ଗୌରବ ଅର୍ଜନ କରିଛନ୍ତି| ସେ ୩୦ଟିରୁ ଅଧିକ ଗବେଷଣାମିକ ନିବନ୍ଧ ଲେଖି ଆନ୍ତଜାର୍ତିକ କ୍ଷେତ୍ରରେ ବେଶ ପ୍ରଶଂସିତ|
        ଡାକ୍ତର ରାୟଙ୍କ ଜନ୍ମ ୧୯୫୫ରେ ଭଦ୍ରକରେ| ଭଦ୍ରକ ହାଇସ୍କୁଲ, ଭଦ୍ରକ କଲେଜ, କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଏମ‌୍‍.ବି.ବି.ଏସ‌୍‍. ଓ ଏମ‌୍‍.ଡି.ପରେ ଆମେରିକାର ଲିଡ‌୍‍ସର ସେଣ୍ଟ ଜେମ‌୍‍ସ ୟୁନିଭରସିଟିର ହସ୍ପିଟାଲରେ ଫେଲୋସିପ‌୍‍ କରି ୨୦୦୫ରେ କଲିକତାରେ ଯୋଗ ଦେଇଥିଲେ| ସେ ମଜୁମ‌୍‍ଦାର ସ୍ମୃତି ସମ୍ମାନ ଓ                   ଡା. ରାମ ଦାସ ସ୍ମୃତି ସମ୍ମାନ ମଧ୍ୟ ପାଇଛନ୍ତି|
(ସମାଜ / ତା ୨୪/୧୧/୨୦୧୩ )


ଚଳଚ୍ଚିତ୍ର ନିଦ୍ଦେର୍ଶକ ସବ୍ୟଚାଚୀ ମହାପାତ୍ର

        ସମ୍ବଲପୁରୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଶଲାବୁଢ଼ାର ନିଦ୍ଦେର୍ଶକ ସବ୍ୟସାଚୀ ମହାପାତ୍ର, ପ୍ରଥମେ ଭାରତୀୟ ପାନୋରମା ଓ ପରେ କଲିକତା ଫିଲ୍ମ ଫେଷ୍ଟିଭାଲ ଓ ପରେ ଜାକର୍ତ୍ତା ଠାରେ ଏହା ମନୋନୀତ ହୋଇଥିବାରୁ ସେ ଏବେ ଓଡ଼ିଶାର ଗ୍ଭୋରବ / ଏହାର କାହାଣୀକାର ହେଲେ ତାଙ୍କ ବାପା - ଶ୍ରୀ କପିଳ ପ୍ରସାଦ ମହାପାତ୍ର| ସବ୍ୟସାଚୀଙ୍କ ଭାଇ ସୁଶାନ୍ତ (ପ୍ରଯୋଜନା କଲାବେଳେ (ମହାପାତ୍ର ମୁଭିଜ‌୍‍), ଅନ୍ୟ ଜଣେ ଭାଇ ଓମ‌୍‍ପ୍ରକାଶ କ୍ୟାମେରା ପରିଚାଳନା କଲାବେଳେ, ଅନ୍ୟଜଣେ ଭାଇ ରାଜେନ୍ଦ୍ର ସଂପାଦକ କାର୍ଯ୍ୟ
ମଙ୍ଗଳ ଯାନର ମୋକାନିକାଲ ଇଞ୍ଜିନିୟର
ଶ୍ରୀ ମାନସ ଭଦ୍ର

        ଭାରତୀୟ ଅନୁରୀକ୍ଷ ଗବେଷଣା ସଂସ୍ଥା (ଶ୍ରୀହରିକୋଟା, ଆନ୍ଧ୍ରପ୍ରଦେଶ) ଦ୍ବାରା ମଙ୍ଗଳ ଗ୍ରହକୁ ମଙ୍ଗଳଯାନ ନଭେମ୍ବର ୫ ତାରିଖ (୨୦୧୩)ରେ ଉତ‌୍‍କ୍ଷେପଣ କରାଯାଇଛି| ଏହି ଜାତୀୟ କାର୍ଯ୍ୟରେ ବାଲେଶ୍ବରର ମାନସିଂ ବଜାର ଅଞ୍ଚଳର ଇଂ. ମାନସ ଭଦ୍ର ଜଣେ ମେକାନିଆକାଲ ଇଞ୍ଜିନିୟର ଅଛନ୍ତି| ସେ ଜଣେ ୧୯ ବର୍ଷର ଯୁବକ| ତାଙ୍କ ପିତା ଶ୍ରୀ ରାମଚନ୍ଦ୍ର ଭଦ୍ର କାରଗିଲ ଯୁଦ୍ଧରେ ଯୋଗ ଦେଇଥିବା ସାମରିକ ବାହିନୀର ଜଣେ କର୍ମଚାରୀ| ଏହା ଆମ ପାଇଁ ଗୌରବର କଥା|
(ସମାଜ / ତା ୬.୧୧.୨୦୧୩ ରିଖ)




No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ