ଓଡ଼ିଶା ଏକତ୍ରୀକରଣର ଗବେଷକ
ପଦ୍ମଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁ
ଗବେଷକ ସତ୍ୟନାରାୟଣ
ରାଜଗୁରୁଙ୍କ ଜନ୍ମ ୧୯୦୩ ମସିହା ଅଗଷ୍ଟ ମାସ ୨୬ ତାରିଖ (ଭାଦ୍ରମାସ କୃଷ୍ଣ ଏକାଦଶୀ) ବୁଧବାର
ଦିନ ୧୦ଟା ୫୫ ମିନିଟ୍ରେ ଏବର ପାରଳା ଖେମୁଣ୍ଡି, ଗଜପତି ଜିଲ୍ଲାରେ | ତାଙ୍କ
ପିତାଙ୍କ ନାମ- ଶ୍ରୀ ହରେକୃଷ୍ଣ ରାଜଗୁରୁ ଓ ମାତାଙ୍କ ନାମ ସୁନାମଣି ଦେବୀ| ସେତେବେଳେ
ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅଧୀନରେ ଥିଲା| ତାଙ୍କର
ପୂର୍ବ ପୁରୁଷମାନେ ‘ତ୍ରିପାଠୀ’ରୁ ‘ରାଜଗୁରୁ’
ଉପାଧିରେ ଭୂଷିତ ହୋଇଥିଲେ| ଏହି ବଂଶରେ ପୂର୍ବରୁ ମଧୁ
ତ୍ରିପାଠୀ ଓ ଲୋକନାଥ ତ୍ରିପାଠୀ ଗୋପୀନାଥ ତ୍ରିପାଠୀ ପ୍ରଭୃତି ବହୁ ପଣ୍ଡିତ ତଥା ସଂସ୍କୃତ
ଆଳାଙ୍କାରିକମାନେ ଜନ୍ମ ହୋଇଥିଲେ|
ସତ୍ୟନାରାୟଣ ଜନ୍ମର
୭ଦିନ ପରେ ତାଙ୍କ ମାତା ସୁନାମଣି ଦେବୀଙ୍କର ସ୍ବର୍ଗାବାସ ହୋଇଥିଲା| ତେଣୁ
ପିତାମହୀ ଓ ପିଉସୀ ବିମଳାଙ୍କ ଲାଳନ ପାଳନରେ ସେ ଜୀବନ ବିତାଇଥିଲେ| ତାଙ୍କର
ଦଶମାସ ବୟସ ବେଳେ ଜେଜେ ମାଆ ତାଙ୍କୁ ସେକ
ଦେଉଥିବା ବେଳେ ଗୋଟେ ବାଘ ତାଙ୍କୁ ଡେଇଁ ପଳାଇଥିଲା ଓ ତାକୁ ମହାରାଜ ଗୌର ଚନ୍ଦ୍ର ଦେବ
ବନ୍ଧୁକରେ ମାରିଥିଲେ|
୫ ବର୍ଷରେ ତାଙ୍କର କର୍ଣ୍ଣବେଧ ହୋଇଥିଲା|
ପ୍ରଥମେ ଶିକ୍ଷକ
ନରସିଂହ ମିଶ୍ର ତାଙ୍କୁ ‘ବର୍ଣ୍ଣବୋଧ’
ପଢ଼ାଇଥିଲେ| ପରେ ସେ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
(ଏବର ଶ୍ୟାମସୁନ୍ଦର ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ରେ ବିଦ୍ୟାରମ୍ଭ କରିଥିଲେ ଛାତ୍ର
ଅବସ୍ଥାରେ ସେ ଭାରି ଚଗଲା ଥିଲେ| ତେଣୁ ତାଙ୍କର ଯଥାଶୀଘ୍ର ବ୍ରତୋପନୟନ (ଆଠ
ବର୍ଷ ବୟସରେ) କରାଯାଇଥିଲା ଜେଜେ ମା’ଙ୍କ ପରାମର୍ଶ କ୍ରମେ|
୧୯୧୮ ମସିହାରେ ମାତ୍ର
୧୫ ବର୍ଷ ବୟସରେ ସେ ବିବାହ କରିଥିଲେ|
ପାରଳାଖେମୁଣ୍ଡିରେ ‘ଉତ୍କଳ
ସମ୍ମିଳନୀ’ର ଦଶମ ଅଧିବେଶନ ଅନୁଷ୍ଠିତ ହୋଇଥିଲା| ଅତିଥିମାନଙ୍କର ସେବା ପାଇଁ ସେ
େସ୍ବଚ୍ଛାସେବୀ ଭାବରେ ଯୋଗଦେଇଥିଲେ| ଏହି ସମୟରେ ସେ ଗୋପବନ୍ଧୁଙ୍କ ଦାୟିତ୍ବରେ ସେ
ଥିଲେ|
୧୯୨୧ ମସିହାରେ ସମଗ୍ର
ଭାରତବର୍ଷରେ ସ୍ବାଧୀନତା ଆନ୍ଦୋଳନ ସହିତ ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନ ଏବଂ ଓଡ଼ିଆ ଭାଷାର
ସ୍ଥାୟିତ୍ବ ପାଇଁ ଓଡ଼ିଶାରେ ବହୁନେତାଙ୍କୁ ଆହ୍ବାନ ଦେଇଥିଲେ|
୧୯୨୨ ମସିହାରେ
ଓଡ଼ିଆଭାଷୀ ଅଂଚଳଗୁଡିକର ଏକତ୍ରୀକରଣ ପାଇଁ ବିହାର-ଓଡ଼ିଶା ବିଧାନସଭାରେ ଏକ ପ୍ରସ୍ତାବ ହେଲା| ତେଣୁ
୧୯୨୪ ମସିହାରେ ସି.ଏଲ୍. ଫିଲପ୍ ଏବଂ ଏ.ସି.ଏଫ୍. ଦୁଇଜଣ ଅଫିସର ମାଡ୍ରାସ ପ୍ରେସିଡେନ୍ସୀ
ଅଧୀନରେ ଥିବା ଓଡ଼ିଆମାନଙ୍କର ସମସ୍ୟାର ବିବରଣୀ ସଂଗ୍ରହ ପାଇଁ ଆସିଥିଲେ| ସେତେବେଳେ
ପାରଳାଖେମୁଣ୍ଡିରେ ଏକ ‘ଅନୁଷ୍ଠାନ ହିତୈଷୀ ସମାଜ’
(UJBB)ଗଠିତ ହୋଇଥିଲା ଓ ସତ୍ୟନାରାୟଣ ଏହି ସଂସ୍ଥାର
ଉପସଭାପତି ଥିଲେ|
ଇଂରେଜମାନେ ବହୁ
ଐତିହାସିକ ତଥ୍ୟ ଏଥିପାଇଁ ସଂଗ୍ରହ କଲେ| ତେଣୁ ସତ୍ୟନାରାୟଣ ମହାରାଜ
କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରୋତ୍ସାହନରେ ଓଡ଼ିଶାର ଇତିହାସ ସଂଗ୍ରହ ପାଇଁ ଆସି ଲେଖାମାନ ଅଧ୍ୟୟନ
କଲେ| ଫଳରେ ଓଡ଼ିଶାରୁ ବହୁ ଐତିହାସିକ ତଥ୍ୟ ସଂଗ୍ରହ କରି ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଦେଲେ ଓ
ମହରାଜା ଲଣ୍ଡନ ଯାଇ ଇଂରେଜ ସରକାରଙ୍କୁ ଏହାର ପ୍ରାମାଣିକ କାଗଜପତ୍ର ଦେଖାଇଲେ|
୧୯୩୦ ସେପ୍ଟେମ୍ବର ୧୨
ତାରିଖରୁ ନଭେମ୍ବର ୨୨ ତାରିଖ ମଧ୍ୟରେ ଏକ ପୁସ୍ତକ ‘A Brief Histroy of the
Ganjes of Kalinga’
ରଚନା କରିଥିଲେ| ଏଥିରେ ୧୯୦୧, ୧୯୧୧
ଓ ୧୯୨୧ ମସିହାରେ ହୋଇଥିବା ଜନଗଣନାରେ ଓଡ଼ିଆଙ୍କ ସଂଖ୍ୟା ପ୍ରସଂଗରେ ତ୍ରୁଟି ଦେଖାଯାଇଥିଲା| ଏହାକୁ
ସେ କୃଷ୍ଣଚନ୍ଦ୍ରଙ୍କ ପାଖକୁ ଲଣ୍ଡନ ପଠାଇଥିଲେ|
ପରେ ଭାଷା ଆନ୍ଦୋଳନରେ
ଭୁବନାନନ୍ଦ ଦାସ,
ମଧୁସୂଦନ, ଲକ୍ଷ୍ମୀନାରାୟଣ ମହାନ୍ତି, ଭିକାରୀ
ଚରଣ ପଟ୍ଟନାୟକ,
ବିଶ୍ବନାଥ କର, କୃଷ୍ଣ ମହାପାତ୍ର ଆଦି ଯୋଗ
ଦେଇଥିଲେ| ୧୯୩୧ ମାର୍ଚ୍ଚ ୧୧ରେ କଟକ ଠାରେ ଉତ୍କଳସମ୍ମିଳନୀରେ ଓଡ଼ିଶାର ସୀମା ନିଦ୍ଦେର୍ଶ କରିବା ପାଇଁ
ଏକ କମିଟି ଗଠନ କରାଯାଇଥିଲା|
ଏହି କମିଟି ତାର ବିବରଣ ଓ ଓଡୋନେଲ୍ କମିଟିରେ ତଥ୍ୟ ସବୁ
ଉପସ୍ଥାପିତ କରିଥିଲେ|
ଏହି ସବୁ ତଥ୍ୟ ସତ୍ୟନାରାୟଣ ଯୋଗାଇ ଦେଇଥିଲେ|
୧୯୩୩ ମସିହାରେ ‘ପିପୁଲ
ଆସୋସିଏସନ୍’ ନାମରେ ଏକ ସଂସ୍ଥା ପାରଳାରେ ମଧ୍ୟ ଗଠିତ ହୋଇଥିଲା| ଏହି ସଂସ୍ଥା ଓଡ଼ିଆ
ଭାଷା ଆନ୍ଦୋଳନ ଓ ଏକାତ୍ରୀକରଣ କ୍ଷେତ୍ରରେ ବିଶିଷ୍ଟ ଭୂମିକା ନେଇଥିଲା|
ସତ୍ୟନାରାୟଣଙ୍କ ରଚନା କୃତି - ୧୯୨୭ ମସିହାରେ
ବିହାର-ଓଡ଼ିଶା ପ୍ରତ୍ନତାତ୍ତ୍ବିକ ଗବେଷଣା ପତ୍ରିକାରେ ତାଙ୍କର ୨ଟି ଗବେଷଣା ପ୍ରବନ୍ଧ ପ୍ରକାଶ
ପାଇଥିଲା| ୧୯୩୧ ମସିହାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରରୁ ପ୍ରକାଶ ପାଉଥିବା Andhra
Historical Research Societye Andhra Journal Society ନାମକ ଇଂରାଜୀ
ପତ୍ରିକାରେ ତାଙ୍କର ନିୟମିତ ଲେଖା ପ୍ରକାଶ
ପାଇଥିଲା|
୧୯୩୦ରେ ‘ଓଡ଼ିଶାରେ
ବୌଦ୍ଧଧର୍ମ ମହାତ୍ମ୍ୟ’
ଉତ୍କଳୀୟ ‘ଲିପିତତ୍ତ୍ବ’ ଓ ‘କର୍ମକ୍ଷେତ୍ର’ ଆଦି
ପୁସ୍ତକ ଓ ଉପନ୍ୟାସ ମଧ୍ୟ ରଚନା କରିଥିଲେ|
ସତ୍ୟନାରାୟଣ ଓଡ଼ିଶା
ରାଜ୍ୟ ସଂଗ୍ରହାଳୟର ୧୯୫୬ ମସିହା ପର୍ଯ୍ୟନ୍ତ କ୍ୟୁରେଟର ଭାବରେ କାର୍ଯ୍ୟ କରିଥିଲେ| ଏହି
ସମୟରେ ବହୁ ପୋଥି ଓ ଅଭିଲେଖ ପାଠ ସହ ଲିଙ୍ଗରାଜ ମନ୍ଦିର ଓ ଅଭିଲେଖ, ଉପରେ
ଇତିହାସ ରଚନା କରିଥିଲେ| ଭାସ୍କରେଶ୍ବର
ମନ୍ଦିରର ଅଭିଲେଖ ପାରଳାର ବସନ୍ତ ବିବହାର ଐତିହାସିକ ତଥ୍ୟ ସହିତ କବି ଜୟଦେବ ଓଡ଼ିଶାର ବୋଲି ସେ
ପ୍ରମାଣ କରିଥିଲେ|
୧୯୮୯ ଠାରୁ ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଗବେଷକ
ଭାବରେ କାର୍ଯ୍ୟ କରୁଥିଲେ|
ଏଥି ସହିତ ଓଡ଼ିଶାର
ସାଂସ୍କୃତିକ ଇତିହାସ (୪ଟି ଭାଷା) ରାଧାଭିଷେକ, ଜନନୀ ଉତ୍କଳ, କଳିଙ୍ଗର
ଆତ୍ମକଥା, ଓଡ଼ିଆ ଲିପିର କ୍ରମ ବିକାଶ,
ରାଣଚଣ୍ଡ, ମନୋରମା, Inscript of Orissa, ନାଗଇତିହାସ ଆଦି ରଚନା କରିଥିଲେ| ଓଡ଼ିଶା
ଇତିହାସ ୧୯୭୪ ମସିହାରେ ସେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧି ଲାଭ କରିଥିଲେ| ସାରଳା
ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୫ରେ ଇମ୍ପା ପକ୍ଷର ସ୍ମାରକୀ ସମ୍ମାନ, ଓ
ଶ୍ରୀ ବିହାର ପକ୍ଷର ୧୯୯୫ରେ ମଧ୍ୟ ସମ୍ମାନିତ ହୋଇଥିଲେ|
୧୯୯୭ ମସିହା ଜୁନ ମାସ
୧୨ ତାରିଖରେ ତାଙ୍କର ସ୍ବର୍ଗାବାସ ହୋଇଥିଲା| କିନ୍ତୁ, ଏହି
ଓଡ଼ିଆଜାତି ଗଠନ ପ୍ରସଙ୍ଗରେ ତାଙ୍କର ଅଧ୍ୟୟନ ଓ ଗବେଷଣାକୁ କେବେ ଭୁଲି ପାରିବ ନାହିଁ| ସେ
ଓଡ଼ିଆ ଜାତିର ନମସ୍ୟ|
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ