ଆମେ ପ୍ରଥମେ ଓଡ଼ିଆ - ତାପରେ
ଭାରତୀୟ
ଶ୍ରୀ ପ୍ରଦୋଷ ତ୍ରିପାଠୀ
ଆମ୍ଭେମାନେ ପ୍ରଥମେ ଓଡ଼ିଆ ଏବଂ ତାପରେ
ଭାରତୀୟ| ବିଶ୍ବ
ମାନବିକତା ଆଗରେ ଭାରତୀୟ ବୋଲାଯିବା ଯଦି ସଂକୀର୍ଣ୍ଣତା ନୁହେଁ, ଭାରତୀୟ ଆଗରେ ଓଡ଼ିଆ
ବୋଲାଯିବା କିପରି ସଂକୀର୍ଣ୍ଣତା ହେବ,
ତାହା ମୁଁ ବୁଝି ପାରୁନାହିଁ|
ଆଜି ମଞ୍ଜୁଷାର ଅଧିକାଂଶ ଓଡ଼ିଆ ବେକାର| ମାଟ୍ରିକୁଲେସନ ଯାଏଁ
ପଢ଼ିଛନ୍ତି| ସେମାନଙ୍କ
ପାଇଁ ଚାକିରୀ ନାହିଁ| ବର୍ତ୍ତମାନ
ରଂଗହୀନ ବିରକ୍ତିକର ଭବିଷ୍ୟତ ଝାପ୍ସା ଓ ମଳିନ|
ମଞ୍ଜୁଷା ରାଜବଂଶର ‘ସୁବର୍ଣ୍ଣଯୁଗ’ର ପ୍ରଣେତା ଶ୍ରୀ ଶ୍ରୀନିବାସ ନିର୍ଦ୍ଦିଷ୍ଟ ଭାବରେ ଏକ ଓଡ଼ିଆ
ମାଧ୍ୟମ ସ୍କୁଲ ରୂପେ ସ୍ଥାପନ କରିଥିଲେ|
ଆଜି ତାହା ପରିଣତ ହୋଇଛି ମୁଖ୍ୟତଃ ତେଲୁଗୁ ମାଧ୍ୟମ ସ୍କୁଲରେ| ଯଦିଚ ମୂଷା ବୁଢ଼ାର
ସିଂହ ସମେତ ନିକଟବତ୍ତୀର୍ କୋଡ଼ିଏ ଖଣ୍ଡ ଗାଁର
ଶତକଡ଼ା ୮୦ ଭାଗ ଲୋକ ଓଡ଼ିଆ| ଅଷ୍ଟମ
ଶ୍ରେଣୀ ଯାଏ ସ୍କୁଲରେ ଓଡ଼ିଆ ଓ ତେଲୁଗୁ ପାଇଁ ଦୁଇଟି ବିଭାଗ ରହିଛି|
ନବମ ଶ୍ରେଣୀଠାରୁ ସବୁ ତେଲୁଗୁ ମାଧ୍ୟମରେ ପଢ଼ାହେବ| ମାତ୍ର,
ଓଡ଼ିଆ ପିଲାମାନେ ଓଡ଼ିଆରେ ଉତ୍ତର ଲେଖି ପାରିବାର ସ୍ବତନ୍ତ୍ରତା ଦିଆଯାଇଛି| ଅବଶ୍ୟ ଏ
ସ୍ବତନ୍ତ୍ରତା ଏକ ପ୍ରହସନ ମାତ୍ର|
ସୌଜନ୍ୟ : ସୃଜନର ପାହାଚ - ପାର୍ବଣ-୨୦୧୩
(ଓଡ଼ିଶା ସଚିବାଳୟ ଲେଖକ ପରିଷଦ,
ଭୁବନେଶ୍ବର|)
|
ବିଚ୍ଛିନ୍ନାଞ୍ଚଳର
ଅଧିବାସୀଙ୍କ ମତାମତ :
(ଓଡ଼ିଶା ସାହିତ୍ୟ
ଏକାଡେମୀ ‘ବିଚ୍ଛିନ୍ନାଞ୍ଚଳ
ପ୍ରକଳ୍ପ’ରେ ‘ଓଡ଼ିଶାର
ଦକ୍ଷିଣ-ସୀମାରେ ଥିବା ବିଚ୍ଛିନ୍ନାଞ୍ଚଳ’
ଶିରୋନାମାରେ ଏକ ପୁସ୍ତକ (୨୦୦୨) ପ୍ରକାଶ କରିଛି| ଏଥିରେ ୭ ଜଣ
ସାକ୍ଷାତକାର ଦେଇଛନ୍ତି ୧୩ଟି ପ୍ରଶ୍ନର|
ଏଠାରେ କେବଳ ୯ ନମ୍ବର ପ୍ରଶ୍ନର ଉତ୍ତର ପ୍ରଦତ୍ତ ହେଲା|)
ପ୍ରଶ୍ନ : ଆପଣ ରହୁଥିବା ପ୍ରଦେଶରେ ଓଡ଼ିଆ
ଭାଷାଭାଷୀ ଲୋକସଂଖ୍ୟା ଲଘୁ ହୋଇଥିବାରୁ ସେମାନଙ୍କ ପ୍ରତି ସେହି ପ୍ରଦେଶର ପ୍ରଶାସନ ଓ ସରକାର
କେତେଦୂର ସହାନୁଭୂତିଶୀଳ ହୋଇଛନ୍ତି ?
୧. ଶ୍ରୀ
ସତ୍ୟନାରାୟଣ ପାଢ଼ୀ : ରାଜପୁର,
ଇଚ୍ଛାପୁର, ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ-
ବୟସ-୪୩, ବୃତ୍ତି-ଆଡଭୋକେଟ|
“ତୁଳନାମିକ
ଭାବେ ଦେଖିଲେ ଓଡ଼ିଶା ସରକାର ଆମ ପ୍ରତି ଯେତିକି ଦୃଷ୍ଟି ଦେଉଛନ୍ତି, ଏଠାକାର ସରକାରଙ୍କ
ଦୃଷ୍ଟି ମଧ୍ୟ ସେତିକି କହିଲେ ଚଳେ|
ତଥାପି, ଏହା
ଯଥେଷ୍ଟ ନୁହେଁ|
୨. ଶ୍ରୀ
ରାଜେନ୍ଦ୍ର ପଣ୍ଡା : ଡୁବୁରିସାହି,
ଇଚ୍ଛାପୁର, ଆନ୍ଧ୍ରପ୍ରଦେଶ
- ବୟସ-୫୩, ବୃତ୍ତି-ବ୍ୟବସାୟ, ବାପୁଜୀ ପାଠାଗାରର
ଅଧ୍ୟକ୍ଷ ଓ ସରକାରୀ ହାଇସ୍କୁଲର ଅଧ୍ୟକ୍ଷ|
ଏବଂ
୩. ଶ୍ରୀ
ବିବେକାନନ୍ଦଙ୍କ ପଟ୍ଟନାୟକ- ବୟସ-୭୦,
ବୃତ୍ତି- ଡକୁମେଣ୍ଟାରୀ ରାଇଟର|
“କିଛି
ନାହିଁ| ବରଂ ଏଠାରେ
ଆମ ନିମ୍ନ ଜାତିର ଓଡ଼ିଆ ଲୋକମାନେ ଏଠା ସରକାରଙ୍କ ଅନୁମତି ପତ୍ର ପାଇଁ ତଥା ଲୋକ ସଂପର୍କରେ
ଭଲରେ ଚଳିବା ପାଇଁ ନିଜର ସଂଜ୍ଞା ଏବଂ ଜାତି ମଧ୍ୟ ତେଲୁଗୁରେ ବଦଳାଇଛନ୍ତି, କହିବାକୁ ଗଲେ
ପରୋକ୍ଷରେ ବାଧ୍ୟ ହୋଇ| ଯେପରି
ତେଲି ଜାତିର ଲୋକେ ‘ତେଲିକୁଲା’, ବଢ଼େଇ ଜାତିର ଲୋକେ ‘ବଡ଼ରାଙ୍ଗୀ’ ଗୌଡ଼ଜାତିର ଲୋକେ ‘ଗଉଡ଼ା’ ଭାବେ ନିଜର ‘ସଂଜ୍ଞା’ ବଦଳାଇ ତେଲୁଗୁ
ଲୋକଙ୍କ ପରି ଆଗରେ ଲେଖୁଛନ୍ତି|”
୪. ଶ୍ରୀ
ଦଣ୍ଡାସି ରାଉଳ - ବିନ୍ଧ୍ୟଗିରି-ରାଜପୁର,
କାବିଟୀ-ଶ୍ରୀକାକୁଲମ୍,
ଆନ୍ଧ୍ରପ୍ରଦେଶ - ବୟସ- ୭୬.
ଏବଂ
୫. ଶ୍ରୀ
ଦଣ୍ଡାସି ରାଉଳ - ବୟସ- ୫୦
“ଏଠା ସରକାର
ବିଶେଷ ସହାନୁଭୂତି ଦେଖାଉ ନାହାନ୍ତି କହିଲେ ଚଳେ|
ଅନେକାଂଶରେ ଓଡ଼ିଆ ସରକାରଙ୍କ ଉଦାସୀନତା ହିଁ ଏଥିପାଇଁ ଦାୟୀ| ଏଠାକାର ସରକାରଙ୍କ
ତୁଳନାରେ ଓଡ଼ିଶା ସରକାର ଏ ଅଞ୍ଚଳରେ ଓଡ଼ିଆଙ୍କ ପ୍ରତି ବିଲକୁଲ ଦୃଷ୍ଟି ଦେଉନାହାନ୍ତି|”
୬. ଶ୍ରୀ
ଦୁର୍ଯ୍ୟୋଧନ ଜେନା - ମେଳୁଆପୁଟ,
ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ
- ବୟସ୨୯, ବି.ଏ|
“¨ ¨ ¨ ଆବଶ୍ୟକତା
ଅନୁସାରେ ଏଠାରେ ସ୍କୁଲ ନାହିଁ, ¨ ¨ ¨ ବର୍ତ୍ତମାନ
ସରକାର ଓଡ଼ିଆମାନଙ୍କ ପ୍ରତି ଯେତିକି ସହାନୁଭୂତିଶୀଳ ତାହା ଓଡ଼ିଆମାନଙ୍କ ଆବଶ୍ୟକତା ଠାରୁ କମ୍| ତେଣୁ ସରକାର ଆମର
ସାଧାରଣ ଆବଶ୍ୟକତା ଯୋଗାଇ ପାରିଲେ ଭଲ ହୁଅନ୍ତା|”
୭. ଶ୍ରୀ
ଗିରିଧାରୀ ମାଝି- ପାଡ୍ଡ଼ା, ମେଳିଆପୁଟୁ, ଶ୍ରୀକାକୁଲମ୍, ଆନ୍ଧ୍ରପ୍ରଦେଶ|
“ଆମ
ଅଞ୍ଚଳରେ ଓଡ଼ିଆ ଭାଷୀ ଲୋକ ବେଶୀ|
ଖାସ୍ ଆମ ପାଇଁ ସେ ପ୍ରଦେଶର ସରକାର କିଛି ସହାନୁଭୂତିଶୀଳ ନୁହନ୍ତି|“
|
ବୁଧବାର, ମାର୍ଚ୍ଚ 12, 2014
ବିଚ୍ଛିନ୍ନାଞ୍ଚଳରୁ ମତାମତ
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ