ମଙ୍ଗଳବାର, ମାର୍ଚ୍ଚ 11, 2014

ବିଚ୍ଛିନ୍ନାଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱ



କାବ୍ୟକାର ଡାକ୍ତର ରାମନାଥ ଶତପଥୀ

        ଡାକ୍ତର ରାମନାଥ ଶତପଥୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ‌୍‍ ଜିଲ୍ଲାର ଟେକାଲି (ଟେକିଲ) ତହସିଲ ଅନ୍ତର୍ଗତ ଚମ୍ପାପୁର ଗ୍ରାମରେ ୧୯୧୫ ମସିହା ଏପ୍ରିଲ ୧୫ ତାରିଖ ଜନ୍ମଗ୍ରହଣ କରିଥିଲେ| ବିଶିଷ୍ଟ ରାଜବୈଦ୍ୟ କବିରାଜ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ଶତପଥୀଙ୍କର ସେଥିଲେ ପଞ୍ଚମ ପୁତ୍ର| ସେ ମଧ୍ୟ ଚିକିସିା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ|
        ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ରେ ହେବାପରେ ମଧ୍ୟ ଓଡ଼ିଶାର ବହୁ ଅଞ୍ଚଳ ଆନ୍ଧ୍ରପ୍ରଦେଶରେ ରହି ଯାଇଥିଲା| ତେଣୁ ଟେକାଲି, ମଞ୍ଜୁଷା, ତରଳା, ଜଳନ୍ତର, ବୁଢ଼ାରଶିଙ୍ଗା ଆଦି ଅଞ୍ଚଳ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ହୋଇ ରହିଯାଇଛି| ତେଣୁ ଓଡ଼ିଆମାନଙ୍କର ସ୍ବାର୍ଥ ରକ୍ଷାପାଇଁ ଆନ୍ଧ୍ର ପ୍ରଦେଶ ଓଡ଼ିଆ ସାହିତ୍ୟ ସମାଜସ୍ଥାପନ କରିଥିଲେ ଓ ଏହାର ସଂପାଦକ ସେ ଥିଲେ|
        ସେ ମଧ୍ୟ ଆନ୍ଧପ୍ରଦେଶ ଓଡ଼ିଆ ସମାଜର ଯୁଗ୍ମ ସଂପାଦକ ଥିଲେ| ପରବତ୍ତୀର୍ କାଳରେ ସେ ଏହାର ସଭାପତି ମଧ୍ୟ ହୋଇଥିଲେ|  ରାମନାଥ ଏକ ହାତଲେଖା ସାହିତ୍ୟ ପତ୍ରିକା ଜାଗରଣନାମରେ ସଂପାଦନା କରୁଥିଲେ|
        ୧୯୩୭ ମସିହାରେ ଧର୍ମପନିୀ ଅନ୍ନପୂର୍ଣ୍ଣାଙ୍କ ବିୟୋଗରେ ମର୍ମାହତ ହୋଇ ଭାଗ୍ୟଲିପିନାମରେ ଏକ କାବ୍ୟ ସେ ରଚନା କରିଥିଲେ| ଏହା ପାଣ୍ଡୁଲିପି ରୂପରେ ଥିଲା ଓ ପରବତ୍ତୀର୍ କାଳରେ ୧୯୭୨ ମସିହାରେ ଏହାକୁ ପୁସ୍ତକ ଆକାରରେ ଆନ୍ଧ୍ର ଓଡ଼ିଆ ସାହିତ୍ୟ ସମାଜପ୍ରକାଶ କରିଥିଲା|
        ବୃନ୍ଦା ବିଳାପଶିରୋନାମାରେ ସେ ଅନ୍ୟ ଏକ କାବ୍ୟ ମଧ୍ୟ ରଚନା କରିଥିଲେ| ତାଙ୍କର କେତୋଟି କବିତା ଗୋଦାବରୀଶ ମହାପାତ୍ରଙ୍କ ସଂପାଦିତ ନିଆଁଖୁଣ୍ଟାରେ ମଧ୍ୟ ପ୍ରକାଶିତ ହୋଇଥିଲା| ୧୯୮୭ ମସିହା ଅକ୍ଟୋବର ୨୪ ତାରିଖରେ ଟେକାଲିସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ|
 (ସହାୟକ ପୁସ୍ତକ- ଋତାମ୍ଭରା- ଉତ୍ତର କୂଳ ହାଟ
ଜୁଲାଇ-ଡିସେମ୍ବର-୧୯୯୯ ସଂଖ୍ୟା)

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ