ଶନିବାର, ମାର୍ଚ୍ଚ 8, 2014

ବନ୍ଦେ ଉତ୍କଳ ଜନନୀ






ବନ୍ଦେ ଉତ୍କଳ ଜନନୀ
           କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ବନ୍ଦେ ଉତ୍କଳ ଜନନୀ
ଚାରୁହାସମୟୀ ଚାରୁ ଭାଷମୟୀ,
        ଜନନୀ, ଜନନୀ, ଜନନୀ |
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା
        ଜନନୀ, ଜନନୀ, ଜନନୀ||
ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ
        ଜନନୀ, ଜନନୀ, ଜନନୀ||
ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା
ଯୋଗୀଋଷିଗଣ-ଉଟଜ-ପବିତ୍ରା
        ଜନନୀ, ଜନନୀ, ଜନନୀ||
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
        ଜନନୀ, ଜନନୀ, ଜନନୀ||
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
        ଜନନୀ, ଜନନୀ, ଜନନୀ||
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ
        ଜନନୀ, ଜନନୀ, ଜନନୀ||


ଉତ୍ସର୍ଗ




    ସ୍ବତନ୍ତ୍ର ଓଡ଼ିଶା ଗଠନର ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ (ପାରଳାଖେମଣ୍ଡି)ଙ୍କ ପବିତ୍ର ସ୍ମୃତିରେ ଓଡ଼ିଶା ବାହାରେ ଓଡ଼ିଆର ପ୍ରଥମ ସଂଖ୍ୟା ଉତ୍ସର୍ଗୀକୃତ୤




ସଂପାଦକ ଉବାଚ...

ଓଡ଼ିଶା-ରାଜ୍ୟ, ବିଚ୍ଛିନ୍ନାଞ୍ଚଳ, ଭାରତବର୍ଷ ଏବଂ ଭାରତବାହାରେ ବାସ କରୁଥିବା ଓଡ଼ିଆଭାଷୀମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ଆମର ଏହି ପ୍ରୟାସ ୤ ଯେଉଁମାନେ ଓଡ଼ିଶା ବାହାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ମାତୃଭୂମି ଓଡ଼ିଶା ସହିତ ଏକ ଭାବାମିକ ସଂପର୍କ ରଖିବା ପାଇଁ ଆମର ଉଦ୍ଦେଶ୍ୟ ୤ କାରଣ, ଆମେ ଜାଣିଛୁଁ, ‘ମାଆଆଉ ଜନ୍ମମାଟିକୁ କେହି ମୃତ୍ୟୁପର୍ଯ୍ୟନ୍ତ ବି ଭୁଲି ପାରନ୍ତିନାହିଁ୤
        ଏହା ପାଠ କରି ସେହି ଜନ୍ମମାଟିକୁ ଟିକେ ମନେ ପକାନ୍ତୁ ! ଝୁରି ହୁଅନ୍ତୁ  !! ଏତିକି ଆମ ପରିଶ୍ରମର ମୂଲ୍ୟ|



No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ