ଷଢେଇକଳା ଓ ଖରସୁଆଁ ଡ଼ାଏରୀ-୩
ଡ. ସତ୍ୟପ୍ରିୟ
ମହାଳିକ
ଇଂରେଜମାନେ ସିଂହଭୂମକୁ ଆସିବାପୂର୍ବରୁ ଏହି
ଅଞ୍ଚଳରେ ଶିକ୍ଷାର ବିକାଶ ସାଧିତ ହୋଇନଥିଲା ସର୍ବସାଧାରଣ ଜନତା ଶିକ୍ଷାରୁ ବଂଚିତ ଥିଲେ
ସ୍ଥାନୀୟ ରାଜାମାନେ ମଧ୍ୟ ଜନସାଧାରଣଙ୍କୁ ଶିକ୍ଷିତ କରାଇବାରେ କୌଣସି ଆଗ୍ରହ ଦେଖାଇନଥିଲେ
୧୮୨୧ ମସିହା ବେଳକୁ ଇଂରେଜ (ବ୍ରଟିଶ) ସହିତ ସିଂହଭୂମର ଆଦିବାସୀଙ୍କର ଏକ ବୁଝାମଣାରେ
ସେମାନଙ୍କୁ କିମ୍ବା ହିନ୍ଦୀ ଭାଷାରେ ଶିକ୍ଷାପ୍ରାପ୍ତ କରିବାପାଇଁ ନିଦ୍ଦେର୍ଶ ଦିଆଯାଇଥିଲା
୧୯୨୧ ମସିହା ବେଳକୁ ଓଡିଆ ରାଜଭାଷା ରୂପେ
କୋର୍ଟ କଚେରୀରେ ପ୍ରଚଳିତ ହେବାକୁ ଲାଗିଲା ଓ ବିଦ୍ୟାଳୟରେ ଶିକ୍ଷାର ଏକ ମାଧ୍ୟମ ରୂପେ ମଧ୍ୟ
ଗୃହୀତ ହୋଇଗଲା ୧୯୦୧ ମସିହା ବେଳକୁ ଷଢେଇକଳାର ୨୪ଟି ସ୍କୁଲରେ ମୋଟ ୫୭୨ ଜଣ ପଢୁଥିଲେ
ସେତେବେଳେ ଖରସୁଆଁରେ ୯ଟି ସ୍କୁଲରେ ମୋଟ ୩୦୮ ଜଣ ଛାତ୍ର ଅଧ୍ୟୟନ କରୁଥିଲେ ୧୯୧୬ ମସିହାରେ
ଗୋପବନ୍ଧୁ ଚକ୍ରଧରପୁରର ପୁରୁଣା ବସ୍ତିଠାରେ ଗୋଟିଏ ଓଡିଆସ୍କୁଲ ସ୍ଥାପନ କରିଥିଲେ ତାହା ଆଜି
ସ୍ମାରକୀ ହୋଇ ରହିଛି ତାଙ୍କ ଦ୍ବାରା ପ୍ରତିଷ୍ଠିତ ଓ ଗୋଦାବରୀଶଙ୍କ ଦ୍ବାରା ପରିଚାଳିତ ୩୬୦
ଟି ଓଡିଆ ସ୍କୁଲର ସଂଖ୍ୟା କମି କମି ଆସି ଶହେରୁ କମ୍ ହୋଇଗଲାଣି
ଝାରଖଣ୍ଡରେ ବର୍ତ୍ତମାନର ଓଡିଆ ଶିକ୍ଷା
ମୁମୂର୍ଷୁ ଅବସ୍ଥାରେ ଅଛି ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ
ପ୍ରର୍ଯ୍ୟନ୍ତ ସର୍ବତ୍ର ଶ୍ରେଣୀମାନଙ୍କରେ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି| ଅଭିଭାବକ ଓ
ଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଶିକ୍ଷା ପାଇଁ କୌଣସି ସ୍ପୃହା ନାହିଁ| ଓଡ଼ିଆ
ଛାତ୍ରଛାତ୍ରୀଙ୍କୁ ଓଡିଶାରେ ବା ଝାରଖଣ୍ଡରେ ଯେଉଁ ବିଶେଷ ସୁବିଧା ମିଳିବା କଥା( ଶିକ୍ଷା, ନିଯୁକ୍ତି ଓ ସେବା
କ୍ଷେତ୍ରରେ) ତାହା ସଂକୁଚିତ ଓ କେତେକ ସ୍ଥାନରେ ବିଲୁପ୍ତ ପ୍ରାୟ
ସେଇ ପୁରୁଣା ଢାଞ୍ଚାର ପାଠ୍ୟକ୍ରମ ଓ
ଅନ୍ୟଥା ଭାରାକାନ୍ତ ଅନୁପଯୋଗୀ ପାଠ୍ୟ ପୁସ୍ତକର ବୋଝ ମଧ୍ୟ ଛାତ୍ର-ଛାତ୍ରୀଙ୍କ ପାଇଁ ଓ
ଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଶିକ୍ଷା ପାଇଁ କୌଣସି ସ୍ପୃହା ନାହିଁ| ଓଡ଼ିଆ
ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରୟୋଗ ଦୃଷ୍ଟିରୁ ଅନୁକୂଳ ନୁହେଁ ବ୍ୟାବହାରିକ ଭାଷା ଶିକ୍ଷାର
କୌଣସି ପ୍ରୟୋଗ ହେଉନଥିବାରୁ ଏଠାରୁ ଉତୀର୍ଣ୍ଣ ହେଉଥିବା ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷା ଓ
ନିଯୁକ୍ତି କ୍ଷେତ୍ରରେ ପଛୁଆ ହୋଇ ରହିଯାଉଛନ୍ତି
ପୁରୁଣା ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଅଭାବ
ଶିକ୍ଷା ଦାନ ଓ ଗ୍ରହଣକୁ ନାନାଭାବେ ପ୍ରଭାବିତ କରିଚାଲିଛି ସ୍କୁଲ କଲେଜ ମାନଙ୍କରେ
ଶିକ୍ଷକଙ୍କ ସଂଖ୍ୟା କମିଗଲାଣି ଓଡିଶା ସରକାର ବା ଝାରଖଣ୍ଡ ସରକାର ଏପ୍ରତି ଧ୍ୟାନ
ଦେଉନାହାଁନ୍ତି ଏପରିକି ନବଗଠିତ ଝାରଖଣ୍ଡ ରାଜ୍ୟରେ ମଧ୍ୟ ମ୍ୟାଟ୍ରିକ ପାଠ୍ୟକ୍ରମରୁ
ଓଡିଆଭାଷାକୁ ଉଠାଇନେବାର ଷଡଯନ୍ତ୍ର ହୋଇଆସିଛି ରାଜ୍ୟ ଉଚ୍ଚନ୍ୟାୟଳାୟରେ ଏହି ମାମଲା
ସ୍ଥାନୀୟ ଓଡିଆ ଅଧିବାସୀମାନେ ସମ୍ବାଦପତ୍ର ମାନଙ୍କରେ ଓଡିଆ ଭାଷାଭାଷୀମାନଙ୍କ ସ୍ବାର୍ଥକୁ
ଅଧାର କରି ଜନଆନ୍ଦୋଳନ କରିଥିଲେ
ବିଦ୍ୟାଳୟ ସ୍ତରରେ ଓଡିଆ ଛାତ୍ରଛାତ୍ରୀଙ୍କ
ସଂଖ୍ୟା କମିଯିବା ଫଳରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଶିକ୍ଷାର
ଅଧୋଗତି ଆରମ୍ଭ ହୋଇସାରିଛି ଝାରଖଣ୍ଡରେ ତିନେଟି ବିଶ୍ବବିଦ୍ୟାଳୟ ମଧ୍ୟରେ ପ୍ରାୟ ୧୫ଟିରୁ
ଅଧିକ ମହାବିଦ୍ୟାଳୟରେ ଓଡିଆ ସ୍ନାତକ (Honours) ଶ୍ରେଣୀ ଓ ଦୁଇଟି ମହାବିଦ୍ୟାଳୟରେ ସ୍ନାତୋକୋତ୍ତର (Post Graduation)
ଶ୍ରେଣୀରେ ଶିକ୍ଷାଦାନର ବ୍ୟବସ୍ଥା ଅଛି ମାତ୍ର ଅନ୍ୟ ଭାଷାଭାଷୀଙ୍କ ତୁଳନାରେ ଓଡିଆ ଭାଷା
ଶିକ୍ଷାପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଯିବାର ଏକ ପ୍ରମୁଖ ଉଦାହରଣ ହେଲା ରାଞ୍ଚି ଓ
କୋହ୍ଲାଣ ବିଶ୍ବବିଦ୍ୟାଳୟରେ ସ୍ବତନ୍ତ୍ର ଭାବେ ପି.ଜି. ଡିପାର୍ଟମେଣ୍ଟ ନାହିଁ ଏଣୁ ପ୍ରଶ୍ନ
ପତ୍ର ପ୍ରସ୍ତୁତି, ଗବେଷଣା, ପାଠ୍ୟପୁସ୍ତକ
ନିର୍ବାଚନା ବା ପ୍ରସ୍ତୁତି, ପାଠ୍ୟକ୍ରମ
ମୂଲ୍ୟାୟନ ଓ ଏପରିକି ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ନାନା ବିଧି ସମସ୍ୟା ଉପୁଜୁଛି
ଛାତ୍ର-ଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶନରେ
ଅନିୟମିତତା ଏବଂ ପାଠ୍ୟପୁସ୍ତକୟର ଅଭାବ ତଥା ଶିକ୍ଷକଙ୍କର ଅଭାବ, ଓଡିଆ ଶିକ୍ଷାକୁ
ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରଶାସକଙ୍କ ମନୋଭାବ ଭିତରେ
ତାଳମେଳ ରହୁ ନଥିବାରୁ ଏହାର ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଆତକୁ ମାଡ଼ିଯାଉଛି ଏପରିକି
ଉଚ୍ଚମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ‘ଓଡିଆ
ବିଷୟକୁ’ ଐଚ୍ଛିକଭାବେ
ରଖାଯାଇଛିଏହି ଐଚ୍ଛିକ ‘ଓଡିଆ’ ଛାତ୍ର-ଛାତ୍ରୀ
ବିକଳ୍ପ ଭାବେ ଇଂରାଜୀ ଓ ଅନ୍ୟାନ୍ୟ ଭାଷା ରଖାଯାଇଥିବାରୁ ଓଡିଆ ଛାତ୍ର-ଛାତ୍ରୀ ‘ଓଡିଆ’ ନପଢ଼ି ଅନ୍ୟ ବିକଳ୍ପ
ଭାଷା ପଢିବାର ଆଗ୍ରହ ଦେଖାଉଛନ୍ତି
ଏହି ଧାରାରେ ଯଦି ଓଡିଆ ଶିକ୍ଷାର ଗତି
ଅବ୍ୟାହତ ରହେ, ତେବେ
ବିଚ୍ଛିନ୍ନାଞ୍ଚଳର (ସିଂହଭୂମ/ଝାରଖଣ୍ଡ) ‘ଓଡିଆ’ ଅସ୍ତିତ୍ବଟି ହୁଏତ
ଆସନ୍ତାକାଲି ପାଇଁ ଏକ ଦୁଃସ୍ବପ୍ନ ହୋଇ ରହିଯିବ ଓଡିଶା ସରକାର, ଉତ୍କଳ ସମ୍ମିଳନୀର
କର୍ମକର୍ତ୍ତା ତଥା ଅନ୍ୟ ବେସରକାରୀ ସଂଗଠନ ଓ ନେତାଗଣ ତଥା ଝାରଖଣ୍ଡର ଜନସାଧାରଣ ଓ ସରକାର
ମହୋଦୟ ଏ ବିଷୟରେ ଚିନ୍ତା କରିବା ଉଚିତ୍
ଆସୋସିଏଟ ପ୍ରଫେସର
ବିଭାଗୀୟ ମୁଖ୍ୟ - ଓଡ଼ିଆ
କେ.ଏସ୍. କଲେଜ, ଷଢ଼େଇକଳା,
ଝାଡ଼ଖଣ୍ଡ, ୮୩୩୨୧୯
ଫୋନ- ୦୯୪୩୧୫୨୧୪୯୧
|
ବୁଧବାର, ମାର୍ଚ୍ଚ 12, 2014
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।
Replyବିଲୋପକମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।