ଓଡ଼ିଆ କିଏ ?
ଡ. ଦେବୀପ୍ରସନ୍ନ ପଟ୍ଟନାୟକ
(Plot No.-
1580/1989-Bhaktabandhu Nagar, Bhubaneswar-30)
(୧) “ଓଡିଶାର ବିସ୍ତୃତ ଅଂଚଳ ଆନ୍ଧ୍ର,
ବଙ୍ଗ, ଝାଡଖଣ୍ଡ, ଛତିଶଗଡ, ବିହାରରେ ମିଶିଛି|
ସେଠିକାର ଲୋକଙ୍କୁ ଓଡ଼ିଆ କୁହାଯିବ କି ନାହିଁ ?”
(୨) “ଭାଷା ଭିତ୍ତ୍ବିକ ରାଜ୍ୟ ଗଠନରେ ଓଡ଼ିଆ ଭାରତରେ ପ୍ରଥମ| ଏହାପରେ ଗୋଟିକ ପରେ ଗୋଟିଏ ଭାଷା ଭିତ୍ତିକ ରାଜ୍ୟ ଗଢ଼ା ହେଲା| ଏହା ଭାରତୀୟ ବହୁ ଭାଷିକତା ବିରୋଧରେ ପ୍ରଥମ
ଆହ୍ବାନ| ଏହା ଏକ
ଧାରଣା ସୃଷ୍ଟି କଲା ଯେ ପ୍ରତ୍ୟେକ ରାଜ୍ୟ ଏକ ଭାଷାଭାଷୀ ରାଜ୍ୟ ବହୁଲୋକଙ୍କର ଭାଷା ସ୍ବୀକୃତି
ଲାଭ କରୁଥିବାରୁ ସାନ ଭାଷାଭାଷୀମାନେ କଲବଲ ହେଲେ ଓ ଭାଷାଭାଷା ମଧ୍ୟରେ ବିବାଦ ସୃଷ୍ଟି ହେଲା
ଯେଉଁ ବଡ ଭାଷା ଅଂଚଳ ପଡୋଶୀ ରାଜ୍ୟମାନଙ୍କର ରହିଗଲା, ସେଠି ମଧ୍ୟ ଅନ୍ୟ ଏକ ବିବାଦ ସଷ୍ଟି ହେଲା| ସେମାନଙ୍କର ଅସ୍ମିତା ଓ ସ୍ବାଭିମାନଙ୍କୁ ଦଳି
ରାଜ୍ୟଭାଷା ତୁଳନାରେ ହୀନ ପ୍ରତିପାବନ ଚେଷ୍ଟାରୁ ଏ ବିବାଦ ହୀନମନତା ସୃଷ୍ଟି କରିଥିଲା|”
(୩) “ଭାରତରେ ଓଡ଼ିଶାର ଏକ ସ୍ବତନ୍ତ୍ରସ୍ଥାନ ଅଛି|
ଏଠି ଅଷ୍ଟ୍ରିକ, ଦ୍ରାବିଡ, ଆର୍ଯ୍ୟ, କୋଉ କାଳରୁ ଛନ୍ଦାଛନ୍ଦି ହୋଇ ଅଛନ୍ତି ତିବ୍ତୀୟମାନେ ଆସିଲାପରେ
ଚତୁର୍ଥ ଭାଷା ପରିବାର ଓଡ଼ିଆ ମହାସାଗରରେ ମିଶିଛନ୍ତି| ଏମାନେ ସମସ୍ତେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି|”
(ସମାଜ/୧୨-୨-୨୦୧୩)
ପ୍ରାଚୀନ ଓଡ଼ିଶାର ସୀମା ସରହଦ
ଶ୍ରୀ ଅନନ୍ତରାମ କର, ଗବେଷକ
ନିମଖଣ୍ଡିପେଣ୍ଠ,
ଗଞ୍ଜାମ)
(୧) “ଅଶୋକଙ୍କ କଳିଙ୍ଗ ଯୁଦ୍ଧକାଳକୁ କଳିଙ୍ଗ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ
ପରିଚିତ ଥିଲା| କଳିଙ୍ଗର
ଅଧିବାସୀମାନଙ୍କୁ ‘କଳିଙ୍ଗୀ’ କୁହାଯାଉଥିଲା| ‘କଳିଙ୍ଗୀ’ ଶବ୍ଦ କ୍ରମେ ‘କାଲିଞ୍ଜୀ’ ହୋଇଛି|
ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଓ ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳରେ ‘କାଳିଞ୍ଜୀ’ନାମକ ଜାତିର ଲୋକ ବାସ କରନ୍ତି ଏବଂ ‘କଳିଙ୍ଗ’ର ସ୍ମୃତି ବହନ କରି ଗଞ୍ଜାମରେ ‘କଳିଙ୍ଗଘାଟି’
କଳିଙ୍ଗ ଦଳ, କଳିଙ୍ଗ
ପାଟଣା ପ୍ରଭୃତି ସ୍ଥାନ, ଗ୍ରାମ ଅଛି|” (ପୃ. : ୩୪)
(୨) “କଙ୍ଗଦ - ଉତ୍କଳ ଓ କଳିଙ୍ଗର ମଧ୍ୟବର୍ତ୍ତି ଅଂଚଳରେ ଏକଦା ‘କଙ୍ଗଦ’ ନାମକ କ୍ଷୁଦ୍ର ଓ ସଂସ୍କୃତି ସଂପନ୍ନ ସାମ୍ରାଜ୍ୟ ଗଢ଼ି ଉଠିଥିଲା| ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ
ଛତ୍ରପୁର, ପୁରୁଷୋତ୍ତମପୁର, ଗଞ୍ଜାମ ଏବଂ ଅବିଭକ୍ତ ପୁରୀ ଜିଲ୍ଲାର ଗଞ୍ଜାମ
ସୀମାନ୍ତ ଅଂଚଳକୁ ନେଇ ‘କଙ୍ଗଦ’ ପ୍ରତିଷ୍ଠା ହୋଇଥିଲା ‘କଙ୍ଗଦ’ ଶବ୍ଦକୁ ହୁଏନସାଂ - ‘କଙ୍ଗ-ଉ-ତୋ’ ବୋଲି ବର୍ଣ୍ଣନା କରିଛନ୍ତି| ଏହି ‘କଙ୍ଗୁତୋ’
ଶବ୍ଦ କ୍ରମେ ‘ଗଙ୍ଗୁତୋ’ ହୋଇ ‘ଗଞ୍ଜାମ’
ହୋଇଛି|” (ପୃ : ୩୪)
(୩) “ମଣ୍ଡଳ ରାଜ୍ୟ - ଉଡ୍ର, ଉତ୍କଳ, କଳିଙ୍ଗ, କୋଶଳ ବ୍ୟତୀତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଂଚଳକୁ ନେଇ କେତେକ ଦେଶୀୟ
ରାଜ୍ୟ ସ୍ଥାପନ ହୋଇଥିଲା| ××× ସେହିପରି ଦକ୍ଷିଣର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ
ବଡଖେମୁଣ୍ଡି, ଚିକିଟି
ପ୍ରଭୃତି ଅଂଚଳରେ ‘ଶ୍ବେତକ
ମଣ୍ଡଳ’ ××× ନାମକ ଅଞ୍ଚଳମାନ ଗଢ଼ି ଉଠିଥିଲା|” (ପୃ :୩୪)
(୪) “ଏକାଦଶ ଶତାବ୍ଦୀର ପ୍ରାରମ୍ଭରେ କଳିଙ୍ଗ ରାଜା ଅନନ୍ତବର୍ମା ଚୋଡଗଙ୍ଗ ଦେବ ଉଭୟ ଉତ୍କଳ ଓ
ଉଡ୍ରଦେଶ ଜୟ କରି କଳିଙ୍ଗ ସଂଗେ ମିଶାଇ ଥିଲେ|
ଗୋଦାବରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ ବିଶାଳ ଭୂଖଣ୍ଡର ଶାସନ ପରିକଳ୍ପନା ନିମନ୍ତେ କଳିଙ୍ଗର
ରାଜଧାନୀ ବର୍ତ୍ତମାନର ପାରଳାଖେମୁଣ୍ଡି ନିକଟ ମୁଖଲିଙ୍ଗମ୍ ଠାରୁ ନେଇ ବର୍ତ୍ତମାନର କଟକ ଠାରେ
ସ୍ଥାପନ କଲେ|” (ପୃ :୩୫)
(୫) “ଓଡ଼ିଆ ଭାଷା କହୁଥିବା ଅଂଚଳକୁ ଯଦି ଓଡ଼ିଶା କହିବା, ତେବେ ଏହାର ପରିସୀମା ୮୮ ହଜାର ବର୍ଗମାଇଲ| ଇଂରେଜମାନଙ୍କ ବିଖଣ୍ଡିତ ନୀତି ବଳରେ ଗଞ୍ଜାମ
ଓ ମଞ୍ଜୁଷା, ଟିକାଲି
ପ୍ରଭୃତି ୨୨ ଗୋଟି ଜମିଦାରୀ କୋରାପୁଟ,
ଜୟପୁରୁ ଆଦି ମାନ୍ଦ୍ରାଜ ଓ ବିଶାଖାପାଟଣା ଶାସନାଧୀନ ହେଲା| ଖରସୁଆଁ, ଷଢ଼େଇକଳା ପ୍ରଭୃତି ବିହାରରେ ରହିଲା| ଏହିପରି ୨୭ହଜାର ବର୍ଗମାଇଲ ଅଂଚଳ ଓଡ଼ିଶାର
ରାଜନୈତିକ ସୀମା ବାହାରେ ରହିଲା|” (ପୃ :୩୫)
( ଉତ୍କଳ ପ୍ରସଂଗ -
ମଇ-୧୯୯୮ ପୃ :୩୩-୩୫)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ