ବୁଧବାର, ମାର୍ଚ୍ଚ 12, 2014

ବିଚ୍ଛିନ୍ନାଞ୍ଚଳ ପ୍ରତିଭା ପରିଚୟ


ରାଜକବି ଜଗନ୍ନାଥ ଦେବବର୍ମା (୧୯୨୭)

        ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ‌୍‍ ଜିଲ୍ଲାର ଟିକିଲି (ଟେକାଲି) ରାଜବଂଶରେ ଶ୍ରୀ ଜଗନ୍ନାଥ ଦେବବର୍ମା ୧୯୨୭ ମସିହା ଜୁନ‌୍‍ ମାସ ୧୬ ତାରିଖରେ ଭୂମିଷ୍ଟ ହୋଇଥିଲେ| ପିତାଙ୍କ ନାମ- ଶ୍ରୀ ଗୋପୀନାଥ ହରିଚନ୍ଦନ ଜଗଦେବ ଓ ମାତାଙ୍କ ନାମ ସୁବର୍ଣ୍ଣମାଳା ଦେବୀ| ଟିକିଲି ରାଜବାଟିରେ ସେ ଥିଲେ ସର୍ବାଧିକ ରୂପବାମା ଏବଂ ସ୍ନେହ ଓ ଆଦରର ପାତ୍ର|
        ସନ୍ତାନର ସାହିତ୍ୟ ଓ ସଂଗୀତ ପ୍ରତି ଆଗ୍ରହ ଦେଖି ପିତା ଗୋପୀନାଥ ତାଙ୍କ ପାଇଁ ରାଜବାଟୀରେ ପ୍ରତିଷ୍ଠିତ ଦୁଇଜଣ ଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ| ତେଣୁ ସାହିତ୍ୟ ଓ ସଂଗୀତ ଦିଗରେ ଶୈଶବ କାଳରୁ ସେ ନିଜକୁ ଗଢ଼ିନେଲେ| ସେ ଟିକିଲିର ପ୍ରାଥମିକ ବିଦ୍ୟାଳୟ ଓ ପରେ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ବେଳେ ପିତା ଗୋପୀନାଥ ସ୍ବଗାର୍ରୋହଣ କଲେ| ପରେ ସେ ଶ୍ରୀକାକୁଲମ‌୍‍ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କଲେ, ମାତ୍ର ବିଦ୍ୟାଳୟର ପାଠ୍ୟକ୍ରମ ପ୍ରତି ବିମୁଖ ହୋଇ ବାହାର ପୁସ୍ତକ ପଢ଼ିବାରେ ସେ ଅଧିକ ମନୋନିବେଶ କଲେ| ତେଣୁ ମାତା ସୁବର୍ଣ୍ଣମାଳା ପୁଣି ଟିକିଲୁକୁ ଫେରାଇ ଆଣିଲେ|
        ପିତାଙ୍କ ମୃତ୍ୟୁ ଓ ମାଙ୍କର ବ୍ୟସ୍ତତା, ଜଗନ୍ନାଥ ଦେବଙ୍କୁ ଅଧିକ ନିଃସଙ୍ଗ କରିଦେଲା| ତେଣୁ ମା ତାଙ୍କ ମନରେ ପ୍ରଫୁଲ୍ଲତା ଆଣିବା ପାଇଁ ବିବାହର ଆୟୋଜନ କଲେ| ୧୯୪୪ ମସିହା ଏପ୍ରିଲ ୨୭ ତାରିଖରେ ତିଗିରିଆ ରାଜା ସାହେବ ଶ୍ରୀ ଅନନ୍ତ ନାରାୟଣ ଚମ୍ପତିଙ୍କ କନ୍ୟା କୁମାରୀ ସ୍ୟମନ୍ତକମଣିଙ୍କ ସହ ତାଙ୍କ ବିବାହ ସଂପନ୍ନ କରାଗଲା| ସ୍ତ୍ରୀଙ୍କର  ସେ ନାମଦେଲେ - କମଳକୁମାରୀ ଦେବୀ| ତାଙ୍କର ଦାମ୍ପତ୍ୟ ଜୀବନ ବେଶ ରସମୟ ହୋଇ ଉଠିଥିଲା|
        କମଳକୁମାରୀ କନ୍ୟାରତ୍ନଟିଏ ଜନ୍ମକରି ସ୍ବଗାର୍ରୋହଣ କଲେ| ଫଳରେ ଜଗନ୍ନାଥ ମ୍ରିୟମାଣ ହୋଇଗଲେ| ତାଙ୍କ ଜୀବନରେ ପୁଣି ଆନନ୍ଦମୟ ପରିବେଶ ସୃଷ୍ଟି କରିବା ପାଇଁ ମାତା ରାଣୀ ସୁବର୍ଣ୍ଣମାଳା ତାଙ୍କର ଦ୍ବିତୀୟ ବିବାହ କରାଇ ଦେଲେ| ରାଜକବି ରାଧାମୋହନ ରାଜବେନ୍ଦ୍ର ଦେବଙ୍କ ପୌତ୍ରୀ ତଥା ଯୁବରାଜ ଗୌରଚନ୍ଦ୍ରଙ୍କ ମଧ୍ୟମା କନ୍ୟା ଶଶିକଳାଙ୍କ ସହିତ ୧୯୪୮ ମସିହାରେ|
        ଏହି ଦ୍ବିତୀୟ ପତ୍ନୀ ଚିକିଟି ରାଜବଂଶର ପ୍ରତିନିଧି ରୂପେ ଶଶିକଳା ଥିଲେ ସଂଗୀତ ଓ ସାହିତ୍ୟରେ ଅତି ନିପୁଣା| ମାତ୍ର ୧୯୫୦ରେ ମାତା ସୁବର୍ଣ୍ଣମାଳାଙ୍କ ମୃତ୍ୟୁ ଓ ଜୁଲାଇ ମାସରେ ପତ୍ନୀଙ୍କର ମୃତ୍ୟୁ ତାଙ୍କୁ ପୁଣି ଶୋକସାଗରରେ ଭସାଇ ଦେଲା| ପୁତ୍ର ସନ୍ତାନ ନଥିବାରୁ ୧୯୫୪ ମସିହାରେ ସେ ବିହାରର ରାଜକୁମାର ରାଜେଶ୍ବର ପ୍ରସାଦ ସିଂହଙ୍କ ଚତୁର୍ଥ କନ୍ୟା କବିତା କୁମାରୀଙ୍କୁ ବିବାହ କଲେ| ତାଙ୍କ ଗର୍ଭରେ ତିନିଗୋଟି ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜାତ ହୋଇଥିଲା|
        ଜଗନ୍ନାଥ ସାହିତ୍ୟ ଓ ସଂଗୀତ ମଧ୍ୟରେ ସର୍ବଦା ନିମଜ୍ଜିତ ହୋଇଯାଉଥିଲେ| ଜଗନ୍ନାଥ ଦେବ ଜଣେ ସଂଗୀତପ୍ରେମୀ ଥିଲେ| ପିଲାଦିନରୁ ସେ ସଂଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମନ୍ତଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ| ସଂଗୀତ ମହାବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି କର୍ଣ୍ଣାଟକୀ ସଂଗୀତ ଗାନଠାରୁ ବେହେଲା ବାଦନ ପର୍ଯ୍ୟନ୍ତ ଜଗନ୍ନାଥଦେବ ଥିଲେ ସିଦ୍ଧହସ୍ତ| ତେଣୁ ସେ ହାଇଦ୍ରାବାଦ, ବିଜୟୱାଡ଼ା, ବିଜୟନଗରମ‌୍‍ ଓ ଶ୍ରୀକାକୁଲମ‌୍‍ ଆଦି ସ୍ଥାନକୁ ଏଥିପାଇଁ ପ୍ରତିବର୍ଷ ନିମନ୍ତ୍ରିତ ହୋଇଯାଉଥିଲେ| ୧୯୪୪ରୁ ୧୯୪୮ ମସିହା ପର୍ଯ୍ୟନ୍ତ ମାନ୍ଦ୍ରାଜ ଆକାଶବାଣୀ, ବିଶାଖାପାଟଣା ଓ କଟକ ଆକାଶବାଣୀରେ ମଧ୍ୟ ଜଗନ୍ନାଥ ବେହେଲା ବାଦନ ପାଇଁ ସୁଯୋଗ ପାଇଥିଲେ| ଆନ୍ଧ୍ର ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ମଧ୍ୟ ତାଙ୍କର ଏହି ପ୍ରତିଭାକୁ ସ୍ବୀକୃତି ଦେଇଥିଲେ| ସଂଗୀତର ଅଭିବ୍ୟକ୍ତି ଭାଷା ଅପେକ୍ଷା ତାଳ, ଲୟର ମୂର୍ଚ୍ଛନା ଉପରେ ହିଁ ନିର୍ଭର କରିଥାଏ| ଏଣୁ ସେ ଉଭୟ ଓଡ଼ିଶା ଓ ଆନ୍ଧ୍ର ଜନତାଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ|
        ସମାଜସେବୀ ଶ୍ରୀ କପିଳେଶ୍ବର ଦାସଙ୍କର ସହଯୋଗ ଜଗନ୍ନାଥ ପ୍ରତିଭାକୁ ସଂଜୀବିତ କରିବାରେ ସାହାଯ୍ୟ କରିଥିଲେ| ଟିକିଲି ରାଜପ୍ରାସାଦରୁ ମଧୁସୂଦନ ଦେବଙ୍କ ଦ୍ବାରା ବୀଣାସାହିତ୍ୟ ପତ୍ରିକା ସଂପାଦିତ ହୋଇ ପ୍ରକାଶ ପାଇଥିଲା|
        ଜଗନ୍ନାଥ ଦେବ ଯେଉଁ କେତୋଟି ସାହିତ୍ୟ ରଚନା କରିଛନ୍ତି| ତାର ସୂଚନା ନିମ୍ନରେ ପ୍ରଦାନ କରାଗଲା-
(କ) କାବ୍ୟ କବିତା ସଂକଳନ : ଶ୍ରୀଜଗନ୍ନାଥ ଜଣାଣ (୧୯୪୦), ସତୀପାର୍ବତୀ (୧୯୪୧), ମଣିକାଞ୍ଚନ (୧୯୪୩), ସପନତରୀ (କବିତା), ସ୍ମୃତି (୧୯୫୨), କବିତା, ନାଦଶ୍ରୀ (୧୯୫୬-କବିତା), ଭଗ୍ନ ବେହୁଲା (୧୯୫୯-କାବ୍ୟ), ଉଷାର ନିଷାଦ (୧୯୬୭-କବିତା), ଶିଳାପ୍ରସ୍ତର (୧୯୭୨-କବିତା), ହଂସକବିତା (୧୯୮୦), ବିପ୍ଳବୀ ଗୋପବନ୍ଧୁ (୧୯୮୧-କବିତା), ବିହଗର ବେହାଗ (୧୯୮୨-କାବ୍ୟ), କାତବକାନ୍ତା (୧୯୮୩-କବିତା), ଜଗଦେବ ସଂଚଳନ (କବିତା)|
(ଖ) ଗଳ୍ପ - ଉଳିଳିକା (୧୯୪୯), ନୀଳୋପିଳ (୧୯୫୦) ଛନ୍ଦ ଯାଇଛି ହଜି (୧୯୫୪), ଧୂସର (୧୯୫୭),
(ଗ) ପ୍ରବନ୍ଧ - ପ୍ରତିଭା ଦର୍ଶନ (୧୯୮୩)
(ଘ) ଗୀତିନାଟ୍ୟ - ରାଣୀ (୧୯୮୧)
        ଜଗନ୍ନାଥ ଜଗଦେବ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇଛନ୍ତି| ଯଥା- ୧) ଅଷ୍ଟାଦୁର୍ଗ ସାହିତ୍ୟ ସାଂସ୍କୃତିକ ପ୍ରତିଷ୍ଠାନ- ସାହିତ୍ୟ ମଞ୍ଜୁଶ୍ରୀ (୧୯୭୨-ଫେବୃଆରୀ-୨୭)
୨) ଉତ୍କଳ ପାଠକ ସମାଜ - ୧୯୭୯-ମାର୍ଚ୍ଚ ୧୩ ତାରିଖ
୩) ଦୈନିକ ଆଶା- ୧୯୮୪ ବାର୍ଷିକ ଉତ୍ସବ୤
(ସହାୟକ ଗ୍ରନ୍ଥ - ଓଡ଼ିଶାର ଦକ୍ଷିଣ ସୀମାରେ ଥିବା ବିଚ୍ଛିନ୍ନାଞ୍ଚଳ -ସଂପାଦକ ଡ. ବାଉରୀବନ୍ଧୁ କର, ଡ. ଅଶ୍ବିନୀ କୁମାର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀ - ୨୦୦୨)




1 comment:

  1. ଲୋକ କଥା (LokaKatha.com) ଓଡ଼ିଆ ଅନଲାଇନ୍ ଖବର ସବୁଠୁ ସହଜ ଓ ସବୁ ମୋବାଇଲ୍ ଲାପଟପ୍ କମ୍ପୁଟର ରେ ଘରେ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ଓଡ଼ିଶାର ବଛାବଛା ଖବର ଏବେ ପଢିପାରିବେ ଆପଣ । ଆସନ୍ତୁ ଏବେ ପ୍ରତିଦିନ ଆମ ରାଜ୍ୟ ରାଜନିତି, କଳା, ସାହିତ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଉ ସବୁ ବଡ‌ ବଡ ଖବର ସହ ଅନଲାଇନରେ ଲୋକ କଥା ସହ । ଏହା ସହଜ କାରଣ ଓଡିଆ ଭାଷାରେ ଆଉ ଓଡ଼ିଶା କଥାରେ ଲୋକକଥା ।

    କମ ଆଡଭଟାଇଜମେଣ୍ଟ ସହ ବେସି ଖବର କେବଳ ଗୋଟେ ପୃଷ୍ଠାରେ ସବୁ ଖବର ର ହେଡ଼ ଲାଇନ୍ ପ୍ରତିଦିନ ସକାଳ ଓ ସଞରେ ପ୍ରତି ସମୟରେ ଖବର ଯାହା ଆପଙ୍କ ଦରକାର ।
    ଅପରାଧ ଏବଂ ଅହାର ଖୁଲାସା ନିର୍ଭିକ ଲେଖକ ମାନଂକ ସୂଚନା । ଆଜିର ଦୁନିଆ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମିତି କିଛି ଖାସ ଆପଣ ମାନଂକ ପାଈଁ । ସବୁଠୁ ଆଗରେ ଆଉ ବିଧିବଦ୍ଧ ସୂଚନା ସହ ।

    Replyବିଲୋପ