ରବିବାର, ମାର୍ଚ୍ଚ 9, 2014

ବିଚ୍ଛିନ୍ନାଞ୍ଚଳରୁ କବିତାଟିଏ




ସିଂହଭୂମି
ଶ୍ରୀ ଅରବିନ୍ଦ କୁମାର କୁମ୍ଭକାର

ଶାଶ୍ବତ ଉତ୍କଳର ପ୍ରାଙ୍ଗଣେ
ହଜାଇଲା ମାତୃତ୍ବର ଗୌରବ ସ୍ନେହ
(ଭୂମି) ବିବାଦର ଏ ଯାଏ ହୋଇ ନାହିଁ ଅବସାନ
ସ୍ବାଧୀନ ଦେଶରେ ସିଂହଭୂମିଆଜିବି ପରାଧୀନ|
କୁଆଁ କୁଆଁ କାନ୍ଦେ ସିଂହଭୂମି ମାତୃତ୍ବର ସନ୍ଧାନେ
କିଏ ଦେବ ସାନ୍ତ୍ବନା କିଏ ଦେବ ମମତା ଟିକିଏ
ସାବତ ମାଁର ଅତ୍ୟାଚାରରେ -
ଅତିଷ୍ଠ ଅସହାୟ ହୋଇ
ଆଜିବି ସିଂହଭୂମି କାନ୍ଦେ ମା କୋଳେ ଆଶ୍ରୟ ପାଇଁ ୤

ଶିକ୍ଷକ, ଓଡ଼ିଆ ମଧ୍ୟବିଦ୍ୟାଳୟ, ପୁରୁଣାବସ୍ତି,
ଚକ୍ରଧରପୁର, ପ.ସିଂହଭୂମି, ଝାଡଖଣ୍ଡ

 


2 comments: