ରବିବାର, ମାର୍ଚ୍ଚ 9, 2014

ନିୟମାବଳୀ



ନିୟମାବଳୀ -
୧.      ପ୍ରତି ଦୁଇମାସରେ ଏହି ନ୍ୟୁଜ‌୍‍ବୁଲେଟିନ‌୍‍ ପ୍ରକାଶ ପାଇବ୤
୨.      ଏଥିରେ ମୁଖ୍ୟତଃ ତିନି ସ୍ତରୀୟ ଲେଖା ସ୍ଥାନିତ ହେବ-
(କ)    ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ସମ୍ବାଦ, ସମସ୍ୟା ଓ ଲେଖା,
(ଖ)    ଓଡ଼ିଶା ବାହାରେ ବାସ କରୁଥିବା ଓଡ଼ିଆମାନଙ୍କ ସମ୍ବାଦ, ସମସ୍ୟା ଓ ଲେଖା,
(ଗ)    ଭାରତ ବାହାରେ ରହୁଥିବା ଓଡ଼ିଆମାନଙ୍କ ସମ୍ବାଦ, ସମସ୍ୟା ଓ ଲେଖା ୤
୩.     ମୁଖ୍ୟତଃ ନିମ୍ନଲିଖିତ ପ୍ରକାରର ଲେଖାମାନ ସ୍ଥାନ ପାଇବ -
(କ)    ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ, ଓଡ଼ିଶା ବାହାରେ ବା ଭାରତ ବାହାରେ ଓଡ଼ିଆ ସଂସ୍କୃତି ପ୍ରାଚୀନକୀର୍ତ୍ତି, ମନ୍ଦିର, ମଠ ଅନୁଷ୍ଠାନ ପ୍ରଭୃତିର ଇତିହାସ -
(ଖ)    ଓଡ଼ିଆ ବାହାରେ ପ୍ରଚଳିତ ବିଭିନ୍ନ ପର୍ବପର୍ବାଣୀର ସୂଚନା
(ଗ)    ସ୍ଥାନୀୟ କୁଟୀର ଶିଳ୍ପ, ଲୋକକଳା, ଲୋକସଙ୍ଗୀତ, ଲୋକନାଟକ ଆଦିର ସୂଚନା -
(ଘ)    ଆବିଷ୍କୃତ ପୋଥି, ପାଣ୍ଡୁଲିପି ବା ଗ୍ରନ୍ଥର ସୂଚନା -
(ଙ)   ପୁରାତନ ଓଡ଼ିଆ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନର ଇତିହାସ -
(ଚ)    ବିଶିଷ୍ଟ ବ୍ୟକ୍ତିଙ୍କର ସାକ୍ଷାତକାର -
(ଛ)    ପ୍ରତିଭାବାନ ବ୍ୟକ୍ତିଙ୍କର ପରିଚୟ -
(ଜ)    ଓଡ଼ିଶା ବାହାରେ ଓଡ଼ିଆମାନଙ୍କର ବିଭିନ୍ନ ସମସ୍ୟା -
(ଝ)    ସଂପର୍କର ସେତୁପାଇଁ ବିଭିନ୍ନ ବ୍ୟକ୍ତିଙ୍କ ଠିକଣା, ଫୋନ ନମ୍ବର ଓ ଇମେଲ‌୍‍  -
(ଞ)    ଓଡ଼ିଆ ଭାଷାର ସାହିତ୍ୟକୃତିକୁ ପଡ଼ୋଶୀ ରାଜ୍ୟର ଭାଷାରେ ଅନୁବାଦ କରିବା -
୪.     ଏହା କେବଳ ପ୍ରବାସୀ ଓଡ଼ିଆମାନଙ୍କୁ ବିନାମୂଲ୍ୟରେ ପ୍ରେରଣ କରାଯିବ୤
୫.      ନିଜର ଲେଖାପାଇଁ କେବଳ ଲେଖକ ଦାୟୀ ରହିବେ ୤ ଏଥିପାଇଁ ସଂପାଦକ ମଣ୍ଡଳୀ ଦାୟୀ ନୁହନ୍ତି ୤
୬.     ପୃଷ୍ଠପୋଷକମାନଙ୍କର ଦାନରେ (ଏକ ହଜାର ଟଙ୍କା) ଏହାର ପ୍ରକାଶନ ଓ ପ୍ରେରଣ ଖର୍ଚ୍ଚ ବହନ କରାଯିବ୤ ତେଣୁ ଯେଉଁମାନେ ଏହାର ପୃଷ୍ଠପୋଷକ ହେବାକୁ ସ୍ଖହାନ୍ତି- ଦୟାକରି ସଂପାଦକଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ୤
୭.      ଲେଖା, ଫଟୋମାନ ସଂପାଦକଙ୍କ ଠିକଣାରେ ପଠାଯିବ|

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ