ଶନିବାର, ମାର୍ଚ୍ଚ 8, 2014

ଆନ୍ଧ୍ରରେ ଥିବା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଏକ ଓଡ଼ିଆ ପାଠାଗାରର ଇତିହାସ



ମଞ୍ଜୁଷାର ଓଡ଼ିଆ ଯୁବକ ପାଠାଗାର
              ଶ୍ରୀ ଅଶୋକ କୁମାର ସାହୁ

        ଏବର ଓଡ଼ିଆ ଯୁବକ ପାଠାଗାର୧୯୦୭ ମସିହାରେ ଯୁବ ପାଠାଗାରନାମରେ ତତ‌୍‍କାଳୀନ ମଞ୍ଜୁଷାର ରାଜା ବାସୁଦେବ ରାଜମଣିଙ୍କ ପୃଷ୍ଠପୋଷକତାରେ ନରସିଂହ ମନ୍ଦିର ନିକଟରେ ପ୍ରତିଷ୍ଠା ହୋଇଥିଲା୤ ପରବର୍ତ୍ତି କାଳରେ ଏହା ଓଡ଼ିଆ ଯୁବକ ପାଠାଗାରନାମରେ ନାମିତ ହେଲା୤ ପାଠାଗାର କିଛି ବର୍ଷ ଏଠି ସେଠି ବୁଳିବା ପରେ ରାଜାସାହେବଙ୍କ ମଞ୍ଜୁଷା ରାଜବାଟି ସମ୍ମୁଖରେ ଥିବା ଦୁଇ ବଖରା ଘର ପାଠାଗାର ନିମନ୍ତେ ଦାନ କରିଥିଲେ୤ ସେତେବେଳେ ୰ ନରସିଂହ ପାଣିଗ୍ରାହୀ, ବୃନ୍ଦାବନ ତ୍ରିପାଠୀ, ଡା. ସତ୍ୟନାରାୟଣ ସାହୁ, ୰ବାମଦେବ ପାଣିଗ୍ରାହୀ, ରାମପ୍ରସାଦ ଦାସ ପ୍ରମୁଖଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ପାଠାଗାର ବିଶେଷ ଅଗ୍ରଗତି ଲାଭ କଲା୤
        ତାଙ୍କ ପରେ ଶ୍ରୀ ନିବାସ ରାଜମଣି ରାଜଦେବଙ୍କ ସାହାଯ୍ୟରେ ପାଠାଗାରର ଉନ୍ନତି ହୋଇ ପାରିଥିଲା୤ ୧୯୩୦ମସିହାରେ ତାଙ୍କର ଅକାଳ ବିୟୋଗ ପରେ ତିଗିରିଆର ରାଜକୁମାର ଶ୍ରୀ ଜଗନ୍ନାଥ ରାଜମଣି ରାଜଦେବ ସିଂହାସନ ଆରୋହଣ କରିଥିଲେ୤ ସେ ପାଠାଗାରକୁ ଆଲମିରା, ସହସ୍ରାଧିକ ଅମୂଲ୍ୟ ଗ୍ରନ୍ଥ, ତାଳପତ୍ରପୋଥି ପ୍ରଦାନ କରି ପାଠାଗାର କଳେବର ବୃଦ୍ଧି କରାଇଥିଲେ୤ ରାଜା ଜମିଦାରୀ ଉଚ୍ଛେଦ ପରେ ପାଠାଗାରର ପରିଚାଳନାରେ ତ୍ରୁଟି ଦେଖାଯାଇଥିଲା୤ ଆଥିର୍କ ଅନଟନରେ ଉବୁଟୁବୁ ହୋଇଥିବା ପାଠାଗାର, କେତେକ ଉସିାହୀ ଯୁବକଙ୍କ ଉଦ୍ୟମରେ କଷ୍ଟେମଷ୍ଟେ ଚାଲିଲା୤ ସ୍ଥାନୀୟ କେତେକ ଗୁରୁଜନଙ୍କ ଦିଗଦର୍ଶନରେ ଯୁବକମାନେ ଆଗେଇଲେ୤ ଆର୍ଥିକ ଅବସ୍ଥାକୁ ସୁଧାରିବା ନିମନ୍ତେ ଘର ଘର ବୁଲି ଚାଉଳ, ଟଙ୍କା ଯୋଗାଡ଼କରି ପାଠାଗାରକୁ ପୁଣି ସକ୍ରିୟ କରାଇଲେ୤
        ୧୯୫୩ ମସିହାରେ ଉତ୍କଳ ସମ୍ମିଳନୀର ୫୦ତମ ଅଧିବେଶନ ରାଜପ୍ରସାଦରେ ରାଜେନ୍ଦ୍ର ନାରାୟଈ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପରେ ପାଠାଗାରଟିର ଲୋକପ୍ରିୟତା ବୃଦ୍ଧି ପାଇଥିଲା୤ ପାଠାଗାରଟି ୧୯୮୨ରେ ୰ ବିନାୟକ ପାଣିଗ୍ରାହୀଙ୍କ ନେତୃତ୍ବରେ ଯୁବ କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଆନ୍ଧ୍ର ସରକାରଙ୍କ ପଞ୍ଜିକୃତ (ରେଜିଷ୍ଟ୍ରି) ଭୁକ୍ତ ହେଲା୤ ଆନ୍ଧ୍ର କିମ୍ବା ଓଡ଼ିଶା ସରକାରଙ୍କ ଠାରୁ କୌଣସି ସାହାଯ୍ୟ ମିଳୁନଥିଲା, କିନ୍ତୁ ଉତ୍କଳ ପରିଷଦ, ବ୍ରହ୍ମପୁର ତରଫରୁ ୰ବୃନ୍ଦାବନ ନାୟକ ଏବଂ ତ୍ରିନାଥ ମହାରଣାଙ୍କ ନେତୃତ୍ବରେ ପାଠାଗାର ସଂପାଦକ ୰ କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ଅଶୋକ କୁମାର ସାହୁ, ତତ‌୍‍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରି ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ସମସ୍ତ ଅଭାବ ଅସୁବିଧା  ଅବଗତ କରାଇଥିଲେ୤ ସେତେବେଳେ ସେ କିଛି ସାହାଯ୍ୟ କରିଥିଲେ| ପରେ ପୁଣିଥରେ କୃଷ୍ଣ ପଣ୍ଡା ଓ ଅମୁଲ୍ୟ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କସହ ସାକ୍ଷାତ କରି କିଛି ସାହାଯ୍ୟ ଆଣିବା ଫଳରେ ଏହି ପାଠାଗାରଟିର କଳେବର ବଦଳି ପକ୍କା ଛାତ ନିର୍ମାଣ କରାଯାଇଥିଲା୤ ତାପରେ କିଛି ବର୍ଷ ପରେ ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଉତ୍କଳ ସମ୍ମିଳନୀତରଫରୁ ଏକ ବଖରା ପଢ଼ାଘର ନିର୍ମାଣ ହୋଇପାରିଛି୤
        ଉକ୍ତ ପାଠାଗାରରେ ବର୍ତ୍ତମାନ ବିଭିନ୍ନ ଭାଷାରେ ପ୍ରାୟ ପାଞ୍ଚହଜାର ବହି ଗଚ୍ଛିତ ଅଛି୤ ଆଥିର୍କ ଦୂରବସ୍ଥା ଯୋଗୁଁ ରକ୍ଷଣାବେକ୍ଷଣ ଅଭାବ ହେତୁ ଶତାଧିକ ତାଳପତ୍ର ପୋଥି ନଷ୍ଟ ହେବାକୁ ବସଲାଣି୤ ଶ୍ରୀ ଅଶୋକ କୁମାର ସାହୁ ଏକ ଆଲମିରା ଏବଂ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପଣ୍ଡା ଦୁଇଟି ର୍ୟାକ, ବହି ରଖିବା ପାଇଁ ଦାନ କରିଛନ୍ତି୤ ଏହି ପାଠାଗାରରେ ଏପରି ମୂଲ୍ୟବାନ ବହି ଥିଲା ଯେ, ଓଡ଼ିଶାରୁ ବହୁ ଓଡ଼ିଆ ଗବେଷକ ଆସି ତଥ୍ୟ ସଂଗ୍ରହରେ ବିଶେଷ ଉପକୃତ ହୋଇଥିବା ପ୍ରକାଶ କରିଛନ୍ତି୤ କିନ୍ତୁ ପାଠାଗାର କାହାଠାରୁ ଆଥିର୍କ ସାହଯ୍ୟ କି ଅନୁଦାନ ପାଇ ନାହିଁ୤ ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ‌୍‍ ତରଫରୁ ୨ବର୍ଷ କିଛି ବହି ସାହାଯ୍ୟ ମିଳିବା ପରେ ତାହା ବନ୍ଦ ହୋଇଗଲା୤
        ପାଠାଗାରର ସଂପାଦକ ଶ୍ରୀ ଅଶୋକ କୁମାର ସାହୁଙ୍କ ଅନୁରୋଧ କ୍ରମେ ଡ଼. ସୁଦର୍ଶନ ଆସ୍ଖର୍ଯ୍ୟ, ଡ. ଭରତ ପଣ୍ଡା, ଡ. ବାଉରୀବନ୍ଧୁ କର, ଶ୍ରୀ ଅଶ୍ବିନୀ କୁମାର ପଣ୍ଡା, ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀ, କବିଚନ୍ଦନ ନିରଂଜନ ରଥ, ଉକ‌୍‍ିଳ ସମ୍ମିଳନୀ, ଉତ୍କଳ ସାଂସ୍କୃତିକ ଶିବିର, ଭଦ୍ରକଙ୍କ ଠାରୁ କିଛି ବହି ଯୋଗାଡ଼ ହୋଇପାରିଛି୤ କେବଳ ଏହି ପାଠାଗାର ନୁହେଁ, ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବହୁଳ ଗ୍ରାମର କେତେକ ବିଦ୍ୟାଳୟ ଓ ପାଠାଗାର ମଧ୍ୟ ବହି ଯୋଗାଇଥିଲେ୤ ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଉତ୍କଳ ସମ୍ମିଳନୀତରଫରୁ ପାଠ୍ୟ ଉପକରଣ, ମାନଚିତ୍ର, ଗ୍ଲୋବ‌୍‍, ବହି, ଆଲମିରା ସହିତ ଓଡ଼ିଆ ପିଲାଏ ବସିବା ପାଇଁ ଶ୍ରେଣୀକକ୍ଷ ପାଇଁ ଆଥିର୍କ ସାହାଯ୍ୟ ମଧ୍ୟ ମିଳିଥିଲା୤
        ଉକ୍ତ ପାଠାଗାରର ଉଦ୍ୟମ ଫଳରେ ଉତ୍କଳ ଦିବସରେ ଓଡ଼ିଶା ସରକାରଙ୍କ ତରଫରୁ ପାଠାଗାରରେ ଏବଂ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ବହୁ ଓଡ଼ିଆ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି୤ ଏହି ପାଠାଗାର ଉଦ୍ୟମ ଫଳରେ ମଞ୍ଜୁଷାଠାରେ ଏକ ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିଛି୤ ଏଥିପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ସିଂହଦେଓ ଧନ୍ୟବାଦାର୍ହ୤ କେନ୍ଦ୍ରରେ ଶ୍ରୀଯୁକ୍ତ କାହ୍ନୁଚରଣ ଲେଙ୍କା ରେଳ ବିଭାଗର ମନ୍ତ୍ରୀ ଥିବା ସମୟରେ ପାଠାଗାର ତରଫରୁ ପତ୍ରାଳପ କରି ତୁଳସୀ ଦାସଙ୍କ ଜରିଆରେ ଓ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସାହାଯ୍ୟରେ ବିଶାଖାପାଟ୍ଟଣା - ହାଇଦ୍ରାବାଦ‌୍‍ ଏକ୍ସପ୍ରେସ‌୍‍କୁ ପଲାସାପର୍ଯ୍ୟନ୍ତ  ସମୂହ ସ୍ବାର୍ଥ ଦୃଷ୍ଟିରୁ ପରିବର୍ଦ୍ଧିତ କରାଯାଇଥିଲା୤
        ଉକ୍ତ ପାଠାଗାରକୁ ଓଡ଼ିଶାରୁ ତଥା ଓଡ଼ିଶା ବାହାରୁ ବହୁ କବି, ଲେଖକ, ସଂଗୀତଜ୍ଞ, ପଣ୍ଡିତ, ରାଜନୀତିଜ୍ଞ, ମହାପୁରୁଷ ପଦାର୍ପଣ କରି ତାଙ୍କ ମତାମତ ପରିଦର୍ଶନ ପୁସ୍ତକରେ ଲିପିବଦ୍ଧ କରିଛନ୍ତି୤ ସେମାନଙ୍କ ମଧ୍ୟରୁ କେତେଜଣ ହେଲେ ବ୍ୟାସକବି ଫକୀର ମୋହନ ସେନାପତି, ଗଦାଧର ବିଦ୍ୟାଭୁଷଣ, ଗୋପୀନାଥ ନନ୍ଦଶର୍ମା, ଶଶିଭୂଷଣ ରଥ, ହରିହର ମିଶ୍ର, ବିଶ୍ବନାଥ ଦାସ, ପ୍ରସ୍ଖରକ ଅନନ୍ତ ମିଶ୍ର, ଶୈଳବାଳା ରଥ, ନନ୍ଦିନୀ ଶତପଥି, ଡ. ହରମନ‌୍‍ କୁଲକେ, ରାଧାନାଥ ରଥ (ସମାଜ), ରାଧାମୋହନ ଗଡ଼ନାୟକ, ବ୍ରହ୍ମାନନ୍ଦ ପଣ୍ଡା, ବିଚିତ୍ରାନନ୍ଦ କର, ତ୍ରିଲୋଚନ କାନୁନ‌୍‍ଗୋ, ଯୁଧିଷ୍ଟିର ଦାସ, ବ୍ରଜ କିଶୋର ତ୍ରିପାଠୀ, ସୌମ୍ୟ ରଂଜନ ପଟ୍ଟନାୟକ (ସମ୍ବାଦ), ଶରତ କର, ବାରିଷ୍ଠର ମଧୁ ମହାନ୍ତି, ଚିତ୍ତରଂଜନ ମିଶ୍ର, ଅଶ୍ବିନୀ କୁମାର ମିଶ୍ର, ବସନ୍ତ କୁମାର ପାଣିଗ୍ରାହୀ, ବ୍ରହ୍ମାନନ୍ଦ ରେଡ୍ଡି ପ୍ରମୁଖ୤ ମାନ୍ୟଗଣ୍ୟ ବ୍ୟକ୍ତି ପରିଦର୍ଶନ କରି ଅନୁଷ୍ଠାନର ପରିସ୍ଖଳନାକୁ ଭୂୟସୀ ପ୍ରଶଂସା କରିଥିଲେ୤
        ଭଦ୍ରକ ସ୍ଥିତ ଉତ୍କଳ ସାଂସ୍କୃତିକ ଶିବିରତରଫରୁ (୨୦୧୨) ଡ. ମନୀନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ତାଙ୍କ ସାଥୀମାନେ ମିଶି ଏହି ପାଠାଗାରକୁ କିଛି ବହି ଏବଂ ଏକବର୍ଷ ନିମନ୍ତେ ଦୈନିକ ସମାଜଏବଂ କିଛି ମାସିକ ପତ୍ରିକା ସାହାଯ୍ୟ କରିଥିଲେ୤ ବ୍ରହ୍ମପୁରସ୍ଥିତ ସମାଜମଙ୍ଗଳ ସାଂସ୍କୃତିକ କେନ୍ଦ୍ର ତରଫରୁ ଶ୍ରୀ କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ବରେ ଗୋଟିଏ ବର୍ଷ ଏଠାରେ ଓଡ଼ିଆ ପିଲାଙ୍କ ମଧ୍ୟରେ ଚିତ୍ରକଳା, ରଚନା ଲିଖନ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା୤ ମଞ୍ଜୁଷା ଉଚ୍ଚବିଦ୍ୟାଳୟରେ ଓଡ଼ିଆ ପିଲାଙ୍କ ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଓ (ଚିନାଇ)ଙ୍କ ଜରିଆରେ ଆନ୍ଧ୍ରସରକାରଙ୍କ ଉପରେ ଚାପ ପକାଇ ଓଡ଼ିଆ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି| ଏହାଦ୍ବାରା ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଭାଷାରେ ଅଧ୍ୟୟନ ପାଇଁ ଏକ ଭିତ୍ତିଭୂମି ସୃଷ୍ଟି ହୋଇପାରିଛି| ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ରକ୍ଷା କରିବାରେ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ମଞ୍ଜୁଷା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି୤ ଏହା କେବଳ ମଞ୍ଜୁଷାର ଓଡ଼ିଆ ଯୁବକ ପାଠାଗାର ଉଦ୍ୟମରେ ସଫଳ ହୋଇପାରିଛି୤ ଏହି ଅନୁଷ୍ଠାନ ମଞ୍ଜୁଷା ଗ୍ରାମର ସମୂହ ସ୍ବାର୍ଥ ପାଇଁ ଅନେକ ସମାଜ ମଙ୍ଗଳକର କାର୍ଯ୍ୟ ମଧ୍ୟ କରିଆସିଛି୤
        ଆଥିର୍କ ଅସୁବିଧା ସତ୍ତ୍ବେ ଆଜି ଏହି ପାଠାଗାରର ଶତବାର୍ଷିକୀ ପାଳନ କରିବାକୁ ନିର୍ଣ୍ଣୟ କରାଯାଇଛି| ଶତବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଡ. ଅମୂଲ୍ୟ କୁମାର ପଣ୍ଡା ଓ ଶ୍ରୀ ସୁବାସ ଚନ୍ଦ୍ର ପାଢ଼ୀ ଆଥିର୍କ ସାହାଯ୍ୟ କରିଛନ୍ତି| ଓଡ଼ିଆ ପ୍ରେମୀ ଏବଂ ପାଠାଗାର ସହିତ ଓତପ୍ରୋତ ଭାବେ ଜଡିତ ବ୍ୟକ୍ତି ବିଶେଷ ସାହାଯ୍ୟ ସହଯୋଗର ହାତ ବଢ଼ାଇଲେ ଶତବାର୍ଷିକ ଉତ୍ସବ ପାଳନ ହେବା ସଂଗେ ସଂଗେ ପାଠାଗାରର ଉନ୍ନତି ହୋଇପାରନ୍ତା|
        ଏହିସବୁ ଦୃଷ୍ଟିରୁ ଦେଖିଲେ ମଞ୍ଜୁଷାର ଓଡ଼ିଆ ଯୁବକ ପାଠାଗାରକେବଳ ଏକ ପୁସ୍ତକ ଭଣ୍ଡାର ନୁହେଁ, ଏହା ଏହି ଅଂଚଳର ଏକ ସାଂସ୍କୃତିକ ପୀଠ ଓ ସମାଜ କଲ୍ୟାଣକାରୀ ସଂସ୍ଥାରେ ପରିଣତ ହୋଇଛି| ଏହି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଚଳଣି ଓ ଜୀବନ ଧାରାକୁ ଏବେ ସୁଦ୍ଧା ଲୋପ ନ କରି ସଂରକ୍ଷଣ କରି ରକ୍ଷାକରାଯାଇଛି| କାରଣ ସେ ବିଶ୍ବାସ କରେ - ଓଡ଼ିଶାର ଭୌଗୋଳିକ ରୂପ ସମଗ୍ର ଭାରତରେ ଏକ ସ୍ବତନ୍ତ୍ର ପରିଚୟ ଅଛି| ଜୟ ଜଗନ୍ନାଥ - ବନ୍ଦେ ଉତ୍କଳ ଜନନୀ|
ସଂପାଦକ, ଓଡ଼ିଆ ଯୁବ ପାଠାଗାର,
ମଞ୍ଜୁଷା, ଶ୍ରୀକାକୁଲମ‌୍‍, ଆନ୍ଧ୍ରପ୍ରଦେଶ,
୫୩୨୨୪୨ ଫୋନ‌୍‍ - ୯୮୬୧୨୭୦୯୯୯

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ