ବିଭିନ୍ନ ପତ୍ରପତ୍ରିକା ଓ
ପୁସ୍ତକର ଉଦ୍ଧୃତାଂଶ
(କ) ଓଡ଼ିଶା ଭୂଖଣ୍ଡର ଇତିହାସ -
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
(ଦକ୍ଷିଣ କାଳୀ ମାର୍ଗ - ଢ଼େଙ୍କାନାଳ,
ଫୋନ-
(୦୬୭୬୨) ୨୨୫୫୨୨
୧) “ଓଡ଼ିଶା ଭୂଖଣ୍ଡର ସୀମା ଥିଲା
- ଉତ୍ତରରେ ଗଙ୍ଗା,
ଦକ୍ଷିଣରେ ଗୋଦାବରୀ, ପୂର୍ବରେ ମହୋଦଧି ଓ
ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା| ଏହି ବିସ୍ତୃତ ଭୂଖଣ୍ଡରେ
ମେଦିନୀପୁରର,
ସିଂହଭୂମ, ବାଙ୍କୁଡ଼ା, ମୟୂରଭଞ୍ଜ,
ବାଲେଶ୍ବର ପ୍ରଭୃତି ଅଞ୍ଚଳକୁ ‘ଉତ୍କଳ’,
ତହିଁର ଦକ୍ଷିଣାଂଶକୁ କଳିଙ୍ଗ ଓ ପଶ୍ଚିମାଞ୍ଚଳକୁ ‘କୋଶଳ’
କୁହାଯାଉଥିଲା| ମେଘାସ୍ଥିନିସ୍ଙ୍କ
ବିବରଣୀକୁ ଆଧାରକରି ପ୍ଲୀନୀ ଭାରତର ଯେଉଁ ଭୂଗୋଳ ନିର୍ଣ୍ଣୟ କରିଛନ୍ତି, ତଦନୁସାରେ କଳିଙ୍ଗର ସୀମା ଉତ୍ତରରେ ଗଙ୍ଗା, ଦକ୍ଷିଣରେ ଗୋଦାବରୀ, ପୂର୍ବରେ ସମୁଦ୍ର ଓ ପଶ୍ଚିମରେ ପର୍ବତମାଳା ଥିଲା| କଳିଙ୍ଗହାମ୍ ଓଡ଼ିଶାର ସୀମା ପୁରାଣବର୍ଣ୍ଣନାନୁସାରେ ନିର୍ଣ୍ଣୟ କରିଛନ୍ତି| ଐତିହାସିକ ବର୍ଣ୍ଣନା ବ୍ୟତୀତ ବୈଦିକ ସାହିତ୍ୟରେ ମଧ୍ୟ କଳିଙ୍ଗର ନାମ ପରିଦୃଷ୍ଟ ହୋଇଥାଏ| ଐତରୀୟ ବ୍ରାହ୍ମଣରେ ‘କଳିଙ୍ଗ’ର ନାମୋଉଲ୍ଲେଖ ରହିଛି|
ମହାଭାରତ ଯୁଦ୍ଧରେ କଳିଙ୍ଗ ସେନା କୌରବଙ୍କ ପକ୍ଷରେ ରହି ଯୁଦ୍ଧ
କରିଥିଲେ|
ସେହି ସମୟରେ ଓଡ଼୍ର, ଉତ୍କଳ ଓ କଳିଙ୍ଗ ସ୍ବତନ୍ତ୍ର
ରାଜ୍ୟ ରୂପେ ପରିଚିତ ଥିଲେ ହେଁ ଭାଷା ଓ ଭାବର ଐକ୍ୟ ରହିଥିଲା|”
୨) “୧୮୮୨ ରେ ‘ଉତ୍କଳ ସଭା’
ତରଫରୁ ଭାଷାସୂତ୍ରରେ ଓଡ଼ିଆ ପ୍ରଦେଶ ଗଠନ ଦାବି ଉପସ୍ଥାପନା କରାଗଲା| ୧୯୦୩ରେ ଗଞ୍ଜାମ ଜାତୀୟ ସମିତି ଗଠନ କରାଗଲା ଏବଂ ବାରିଷ୍ଟର ମଧୁସୂଦନ ଦାସଙ୍କ
ପ୍ରସ୍ତାବକ୍ରମେ ଏହାକୁ ‘ଉତ୍କଳ ସମ୍ମିଳନୀ’ରେ ରୂପାନ୍ତର କରାଗଲା|
ମୟୂରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ
କଟକଠାରେ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନ ଅନୁଷ୍ଠିତ ହେଲା| ଏହି ଅଧିବେଶସନର ନିଷ୍ପତ୍ତି
କ୍ରମେ ମୁମ୍ବାଇଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ପାରଳା ମହାରାଜା ପଦ୍ମନାଭ ଦେବ ଓଡ଼ିଶା
ପ୍ରଦେଶ ଗଠନ ଦାବି ଉପସ୍ଥାପନା କଲେ| ସେହି ସମୟରେ ରିସ୍ଲେ
କମିଟି ବନଟି ମଧ୍ୟ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବାକୁ ସରକାରଙ୍କୁ ସୁପାରିଶ
କରିଥିଲେ|
୧୯୦୫ ମସିହାରେ ଇଂରେଜ ସରକାର ବଙ୍ଗପ୍ରଦେଶକୁ ଦୁଇଭାଗ କରିବାକୁ
ପଦକ୍ଷେପ ନେବାରୁ ବଙ୍ଗାଳୀମାନେ ବିପ୍ଳବାତ୍ମକ ପନ୍ଥା ଗ୍ରହଣ କଲେ| ଇଂରେଜମାନେ ବଙ୍ଗଭଙ୍ଗ ପ୍ରସ୍ତାବ ସ୍ଥଗିତ ରଖି ୧୯୧୧ରେ ବିହାର ଓ ଓଡ଼ିଶାକୁ
ବଙ୍ଗପ୍ରଦେଶରୁ ଅଲଗା କର|
ଏକ ମିଳିତ ପ୍ରଦେଶ ଭାବରେ ରଖିଲେ| ୧୯୧୪ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ପାରଳା ମହାରାଜା ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକ
ଶାସନାଧୀନ କରିବାର ଆହ୍ବାନ ଦେଲେ| ୧୯୧୬ରେ ଚେମ୍ସଫୋର୍ଡ଼ ଓ
ମଣ୍ଟେଗ୍ୟୁଙ୍କୁ ନେଇ ଶାସନ ସଂସ୍କାର କମିଟି ଗଠନ କରାଗଲା| ଏହି କମିଟି ତାଙ୍କ ରିପୋର୍ଟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାକୁ ସୁପାରିଶ
କରିଥିଲେ|
ତଦନୁଯାୟୀ ବିହାର ଓଡ଼ିଶା କାଉନ୍ସିଲରେ ପ୍ରସ୍ତାବ ଗୃହୀତ
ହୋଇଥିଲା|
୧୯୯୦ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ
ପ୍ରାଦେଶିକ କଂଗ୍ରେସ କମିଟିର ଓଡ଼ିଶା ପ୍ରଦେଶ ଗଠନ ଦାବୀକୁ ଗୁରୁତ୍ବ ଦିଆଯାଇଥିଲା| ସେହି ୧୯୨୦ରେ ପାରଳା ମହାରାଜଙ୍କ ନେତୃତ୍ବରେ ଗଞ୍ଜାମବାସୀ ପୁନର୍ବାର ଦାବି ଉପସ୍ଥାପନ
କଲେ| ୧୯୨୪ରେ ମଧୁସୂଦନ ଦାସ କଂଗ୍ରେସ ଓ ଅଣକଂଗ୍ରେସ ସମନ୍ବୟ କମିଟି ନିକଟରେ ଦୃଢ଼ ଦାବି
ଜଣାଇଲେ| ୧୯୩୦ରେ ଲଣ୍ଡନରେ ଗୋଲଟେବୁଲ ବୈଠକ ବସିଲା| ଓଡ଼ିଶାରୁ ମହାରାଜ
କୃଷ୍ଣଚନ୍ଦ୍ର ଗଜପତି ସେହି ବୈଠକରେ ପ୍ରତିନିଧିତ୍ବ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ
ଦାବି ଉପସ୍ଥାପନା କଲେ|
ପରିଶେଷରେ ଇଂରେଜ ସରକାର ୧୯୩୬ ଏପ୍ରିଲ ୧ ତାରିଖଠାରୁ ଓଡ଼ିଶାକୁ
ସ୍ବତନ୍ତ୍ର ପ୍ରଦେଶରର ମର୍ଯ୍ୟାଦା ପ୍ରଦାନ କଲେ| ¨ ¨ ¨’’
(ସୌଜନ୍ୟ : ସମାଜ - ତା
୧.୪.୨୦୧୩ ରିଖ)
|
(ଖ) ସୁରଟ (ଗୁଜୁରାଟ)ରେ ଓଡ଼ିଆ
ଶ୍ରୀ
ପ୍ରଭୁକଲ୍ୟାଣ ମହାପାତ୍ର
ଭୁବନେଶ୍ବର, ଫୋନ-୯୯୩୭୭୧୧୩୮୯
“ଗୁଜୁରାଟର ସୁରତ ସହରରେ ଦଶଲକ୍ଷ ଓଡ଼ିଆ ଅବସ୍ଥାନ କରୁଛନ୍ତି| କିନ୍ତୁ ସଚେତନତା ଅଭାବ ଯୋଗୁଁ ୮୦ ଭାଗ ଅର୍ଥାତ୍ ୮ ଲକ୍ଷ ଓଡ଼ିଆ ଭୋଟର ପରିଚୟ ପତ୍ର
ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି| ¨ ¨ ¨ ଓଡ଼ିଆ ଶ୍ରମିକମାନେ କାମଧନ୍ଦା ଅନ୍ବେଷଣରେ ପ୍ରଥମେ ୧୯୪୨ ମସିହାରେ ସୁରତ ସହରକୁ ଗସ୍ତ
କରିଥିଲେ|
ବିଭିନ୍ନ କାରଣରୁ ସୁରତ ଅନୁକୂଳ ହେବା ଯୋଗୁଁ ସେଠାକୁ ଦିନକୁ ଦିନ
ଅଧିକ ସଂଖ୍ୟକ ଓଡ଼ିଆଙ୍କର ସୁଅ ଛୁଟିବାରେ ଲାଗିଲା| ଓଡ଼ିଆମାନେ ସେଠାରେ ବିପୁଳ
ସଂଖ୍ୟାରେ ଅବସ୍ଥାନ କରିବା ଯୋଗୁଁ ଏବେ ସୁରତକୁ ଭାରତର ମିନି ଓଡ଼ିଶା ବୋଲି କୁହାଯାଉଛି| ¨ ¨
¨ ସୀମା ପୁନଃ ନିର୍ଦ୍ଧାରଣ ପରେ ଏବେ ସୁରତ ସହର ୪ଟି ବିଧାନ ସଭା
ନିର୍ବାଚନ ମଣ୍ଡଳୀରେ ପରିଣତ ହୋଇଛି| ଜନସଂଖ୍ୟା ଦୃଷ୍ଟିରୁ ଏହି
୪ଟି ବିଧାନସଭା ଆସନର ବିଧାୟକମାନଙ୍କୁ ନିର୍ବାଚିତ କରିବାରେ ଓଡ଼ିଆମାନଙ୍କର ନିର୍ଣ୍ଣାୟକ
ଭୂମିକା ରହିଛି| ¨ ¨ ¨ ଗତଥର ୨୦୦୦-୦୫) ସୁରତ ମହାନଗର ନିଗମ ଇତିହାସରେ ପ୍ରଥମ ଥର ଲାଗି ପ୍ରମୋଦିନୀ ସାହୁ
ନାମ୍ନୀ ଜନୈକା ଓଡ଼ିଆ ମହିଳା କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ| ତେବେ ଆଶ୍ବାସନାର ବିଷୟ ଯେ, ସୁରତର ସଚିନ ଅଞ୍ଚଳରେ ଥିବା ପୌରସଂସ୍ଥା
(କନକପୁର-କନକସାଡ ନଗରପାଳିକା)ରେ ଭାଗିରଥି ବେହେରା ନାମକ ଏକମାତ୍ର ଓଡ଼ିଆ ବର୍ତ୍ତମାନ
କର୍ପୋରେଟର ଅଛନ୍ତି| ¨ ¨
¨ ସୁରତ ସହରର ୩୫୦ଟି ମଧ୍ୟରୁ ୫୦ଟି ବସ୍ତିରେ ଓଡ଼ିଆ ଶ୍ରମିକମାନେ ବହୁଳ
ସଂଖ୍ୟାରେ ବସବାସ କରୁଛନ୍ତି|
ଓଡ଼ିଆ ଶ୍ରମିକମାନଙ୍କର ଭୋଟର ପରିଚୟ ପତ୍ର ନଥିବାରୁ ସେହିସବୁ
ବସ୍ତି ଅଞ୍ଚଳରୁ ମଧ୍ୟ ଓଡ଼ିଆ ପ୍ରାଥୀର୍ମାନେ କର୍ପୋରେଟ୍ ଭାବେ ଜିତି ପାରୁନାହାନ୍ତି| ତେଣୁ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ସୁରତର କେତେକ ଓଡ଼ିଆ ସଂଗଠନ ଅଣ୍ଟା
ଭିଡ଼ିଛନ୍ତି| ¨ ¨
¨’’
(ସୌଜନ୍ୟ : କ୍ରାନ୍ତିଧାରା -
ତା ୧୬.୦୨.୨୦୧୨ ରିଖ)
|
(ଗ) ଶିକ୍ଷା,
ଶିକ୍ଷକ, ଶିକ୍ଷାୟତନ :
ଶ୍ରୀ
ଚିତ୍ତରଂଜନ ମିଶ୍ର
(‘ମଞ୍ଜୁଷା
ପରିକ୍ରମା’- ଶିରୋନାମାରେ
୧୬ ପୃଷ୍ଠାର ଏକ ପୁସ୍ତିକା ଶ୍ରୀ ଚିତ୍ତରଂଜନ ମିଶ୍ରଙ୍କ ଦ୍ବାରା ରଚିତ ହୋଇଥିଲା| ଏହା ‘ସଂକଳ୍ପ’ ପବ୍ଲିକେଶନ୍ସ ତରଫରୁ
ପ୍ରକାଶିତ ଓ ପ୍ରକାଶ ପ୍ରିଣ୍ଟର୍ସ,
କଟକ-୯ (୧୯୭୦-୭୨) ଦ୍ବାରା ମୁଦ୍ରିତ|
ଏହି ଦୁଲ୍ର୍ଲଭ ପୁସ୍ତିକାର ଜେରକ୍ସ କପି ମଞ୍ଜୁଷାରୁ ଶ୍ରୀ ଅଶୋକ କୁମାର ସାହୁ ଯୋଗାଇ
ଦେଇଥିବାରୁ କୃତଜ୍ଞତା ଜଣାଉଛୁଁ|
ଏହାର କିଛି ଅଂଶ ପାଠକମାନଙ୍କ ପାଇଁ ପରିବେଷଣ କରୁଛୁଁ|)
“ହାଇସ୍କୁଲ କଲୁଁ|
ଏସ୍.ଆର୍.ଏସ୍.ଏମ୍. ଜେଡ୍.ପି. ହାଇସ୍କୁଲ| ମଞ୍ଜୁଷା ରାଜବଂଶର ‘ସୁବର୍ଣ୍ଣଯୁଗ’
ର ପ୍ରଣେତା ଶ୍ରୀ ଶ୍ରୀନିବାସ ରାଜମଣିଙ୍କ ସ୍ମାରକୀ| ନିର୍ଦ୍ଦିଷ୍ଟ ଭାବରେ ସେ ଏହାକୁ ଏକ ଓଡ଼ିଆ ମାଧ୍ୟମ ସ୍କୁଲ ରୂପେ ସ୍ଥାପନା କରିଥିଲେ| ଆଜି ତାହା ମୁଖ୍ୟତଃ ତେଲଗୁ ମାଧ୍ୟମ ସ୍କୁଲ| ଯଦିଚ ମଞ୍ଜୁଷା ବୁଢ଼ାରସିଂହ
ସମେତ ନିକଟବତ୍ତୀର୍ କୋଡ଼ିଏ ଖଣ୍ଡଗାଁର ଶତକଡ଼ା ୮୦ ଲୋକ ଓଡ଼ିଆ| ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲରେ ଓଡ଼ିଆ ଓ ତେଲଗୁ ପାଇଁ ଦୁଇଟି ବିଭାଗ ରହିଛି| ନବମ ଶ୍ରେଣୀଠାରୁ ସବୁ ତେଲଗୁ ମାଧ୍ୟମରେ ପଢ଼ାହେବ| ମାତ୍ର,
ଓଡ଼ିଆ ପିଲାମାନେ ଓଡ଼ିଆରେ ଉତ୍ତର ଲେଖି ପାରିବାର ସ୍ବତନ୍ତ୍ରତା
ଦିଆଯାଇଛି|
ଅବଶ୍ୟ ଏ ସ୍ବତନ୍ତ୍ରତା ଏକ ପ୍ରହସନ ମାତ୍ର|
ଓଡ଼ିଆରେ
ପାଠ୍ୟପୁସ୍ତକ ନାହିଁ|
ତେଣୁ ଅଷ୍ଟମଶ୍ରେଣୀ ଯାଏ ସାହିତ୍ୟ ବ୍ୟତୀତ ଅନ୍ୟାନ୍ୟ ସବୁ ପାଠ
ପିଲାମାନେ ଶିକ୍ଷକଙ୍କ ପ୍ରଦତ୍ତ ନୋଟ ବା ଛୋଟମାନେ ବହିମାନଙ୍କରୁ ସାହାଯ୍ୟ ନିଅନ୍ତି| ଛୋଟ ଶ୍ରେଣୀରୁ ଯେତେବେଳେ ଛାତ୍ରର ମାନସିକ ଶାନ୍ତି ସଂପୂର୍ଣ୍ଣ ବିକଶିତ ହୋଇନି, ସେ ଅବସ୍ଥାରେ ମାନେବହି ବା କ୍ଲାସରେ ଉତାରି ଆଣିଥବା ନୋଟ ବିଶେଷ କିଛି ସାହାଯ୍ୟ
କରିପାରେନି|
ନବମ ଶ୍ରେଣୀଠାରୁ
ସେତକ ବି ବନ୍ଦ|
କ୍ଲାସରେ ଶିକ୍ଷକ ପଢ଼ାଇବା ବେଳେ ପିଲାମାନେ ନିଜେ ସେସବୁକୁ
ତେଲଗୁରୁ ଓଡ଼ିଆକୁ ଅନୁବାଦ କରି ଲେଖିବାକୁ ପଡେ଼|
ଯେଉଁ ବିଦ୍ୟାଳୟ
ଓଡ଼ିଆ ଭାଷା ଓ ସଂସ୍କୃତିର ରକ୍ଷା ଓ ଅଭିବୃଦ୍ଧି ପାଇଁ ନିର୍ମିତ ହୋଇଥିଲା, ସେଇ ବିଦ୍ୟାଳୟ ଆଜି ଓଡ଼ିଆ ଜାତୀୟତାର ଖାସୁକରଣ କେନ୍ଦ୍ର ହୋଇଛି| ଶ୍ରେଣୀ କକ୍ଷମାନଙ୍କରୁ ଓଡ଼ିଆ ପିଲାମାନଙ୍କୁ ବାରଣ୍ଡାକୁ ତଡ଼ି ଦିଆଗଲା| ଏବେ ଅବଶ୍ୟ ଏକ ଖୋଲା କକ୍ଷର ବ୍ୟବସ୍ଥା ହୋଇଛି| ପିଲାମାନଙ୍କ ନାମ ଓ
ସଂଜ୍ଞାକୁ ବିକୃତ କରି ତାକୁ ତେଲଗୁ ଧମୀର୍ କରିବାର ସବୁଠୁ ବଡ଼ କାରଖାନା ହୋଇଛି ଏ
ହାଇସ୍କୁଲଟି|
ରାମା ଗଉଡ଼ର ନାମ ଗଉଡ଼, ରାମଚନ୍ଦ୍ରନରୁ ଜି.
ରାମଚନ୍ଦ୍ର ଲେଖାଇବା ପରେ ତାର ଦାୟାଦମାନେ କେତେକ ପୁରୁଷ ପରେ ହୁଏତ ଗର୍ବକରି କହିବେ, ସେମାନେ ତେଲଙ୍ଗ୍ ସଭ୍ୟତାର ଆଦିବଂଶ ସଂଭୂତ|
ପାଞ୍ଚ ଜଣ ଓଡ଼ିଆ
ଶିକ୍ଷକ| ସମସ୍ତେ ବିଷର୍ଣ୍ଣ ଓ ଗମ୍ଭୀର| ସେ ଗମ୍ଭୀରତା ବ୍ୟକ୍ତିଗତ
ନୁହେଁ| ମଞ୍ୁଷାର ପ୍ରତ୍ୟେକ ଓଡ଼ିଆର ଏହା ଆଜି ଜାତୀୟ ଭୂଷଣ| ସେମାନେ ତାଙ୍କ ନୂତନ ଆଗନ୍ତୁକ ନିମନ୍ତେ ଆନ୍ଧ୍ର ସରକାର ଆଉ ଓଡ଼ିଆମାନଙ୍କୁ ନିଯୁକ୍ତି
ଦେବା ଆବଶ୍ୟକ ମନେ କରନ୍ତିନି| ଓଡ଼ିଆ ଭାଷାରେ ଛଅମାସ
ଓଡ଼ିଆଙ୍କର ଟ୍ରେନିଂ ନେଇ ଫେରିବା ପରେ ସେମାନେ ଓଡ଼ିଆ ମାଧ୍ୟମରେ ପଢ଼ାଇବା ପାଇଁ ବିବେଚିତ
ହେଉଛନ୍ତି|
ଓଡ଼ିଆମାନଙ୍କର ଯେଉଁ କ୍ଷମତା ଆଶାଥିଲା - ଶିକ୍ଷକତା, ତାହା ମଧ୍ୟ କ୍ଷୀଣତର ହୋଇଆସୁଛି|
ସବୁ ସ୍କୁଲରୁ ଛୋଟ
ସ୍କୁଲ| ସହର ବାହାରେ ଗଉଡ଼ ସାହିରେ| ଉଚ୍ଚ ପ୍ରାଥମିକ ସ୍କୁଲଟି
ପ୍ରାୟ ୪୫ ବର୍ଷର ପୁରୁଣା|
ଶିକ୍ଷକ ଓ ଛାତ୍ର ସଭିଏଁ ପ୍ରଥମେ ବିସ୍ମିତ ହେଲେ ବୋଧହୁଏ ମୋ ଭଳି
ଜଣେ ଆଗନ୍ତୁକର ଆର୍ବିଭାବରେ|
ପରିଚୟ ପାଇ ଶିକ୍ଷକମାନେ ସ୍ବାଗତ କଲେ| ଅପୂର୍ବ ସେ ହାର୍ଦ୍ଦିକ ସ୍ବାଗତ| ଜୀବନରେ ଏତେ ହାର୍ଦ୍ଦିକତା, ଏତେ ପ୍ରାକୃତିକତା ଖୁବ୍ କମଥର ଅନୁଭବ କରିଛି| ମନ୍ତ୍ରୀ,
ଆଇ.ଏ.ଏସ୍ ଅଫିସରମାନଙ୍କ ଠାରୁ ଆରମ୍ଭ କରି ତଥାକଥିତ ରକ୍ତ
ସଂପକୀର୍ୟମାନଙ୍କର ଲୋକ ଦେଖାଣିଆ ଆଦରତ ଅନେକ ପାଇଛି| କିନ୍ତୁ ଗଉଡ଼ସାହି ଶିକ୍ଷକମାନଙ୍କର ଆଦରରେ ବୈଶିଷ୍ଟ୍ୟ ଥିଲା -ଅକୃତିମତାର| ଅନେକ ଦିନ ପରେ ମେଳାରେ ହଜିଯାଇଥିବା ସାନଭାଇକୁ ଯେପରି ସେମାନେ ପାଇଛନ୍ତି| ମୁଁ ଏକ ଦୁର୍ବଳ ଆମି ସଚେତନ ଦୃଷ୍ଟି ଦେବାକୁ ଲାଗିଲି| ଏ ସ୍ନେହର ଉପଯୁକ୍ତ ପ୍ରତିଦାନ ମୁଁ ଦେଇ ପାରିବିତ ? ମୁଁ ମନ୍ତ୍ରୀ,
ଏମ୍.ଏଲ୍.ଏ ଉଚ୍ଚପଦସ୍ଥ ଶାସନ ନିୟନ୍ତ୍ରିକ ନୁହେଁ, ପୁଞ୍ଜିପତି କିମ୍ବା ବିଦ୍ବାନ ମଧ୍ୟ ନୁହେଁ|
ତେବେ ଜଗନ୍ନାଥ ଧାମର
ଟୋକା| ଜଗନ୍ନାଥ ଧର୍ମ ଆଶୀର୍ବାଦ ଉପରେ ମନୋପଲି ଅଛି କେତେକ ପରିମାଣରେ| ଭ୍ରାତୃତ୍ବ,
ମୈତ୍ରୀ ଓ ପ୍ରୀତିର ବିହନ କରି ତ ଅଛି ସାଥିରେ|
ଯେଉଁ ଯୁବପ୍ରାଣ
ବୃଦ୍ଧ ଜଣକ ମୋତେ ସାକ୍ଷାତ କରିବା ପାଇଁ ଆଗେଇ ଆସୁଥିଲେ, ମୁଁ ତାକୁ ପ୍ରଣାମ କଲି|
ଛାତ୍ରମାନଙ୍କୁ ଛୁଟିକରି ଦେଇ ସେ ନିଜର ପରିଚୟ ଦେଲେ| ଶ୍ରୀ ବଲ୍ଲଭ ନାରାୟଣ ସାହୁ ସ୍କୁଲର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ| ଏବେ ଅବସରପ୍ରାପ୍ତ|
୧୯୨୬ରେ ତାଙ୍କରି
ପରିଚାଳନାରେ ଏହା Elementary School ଭାବରେ ଆରମ୍ଭ ହେଲା|
୧୯୫୯ ପରେ ସ୍ପେଶାଲ ବୋର୍ଡ଼ ପରିଚାଳନାକୁ ଚାଲି ଆସିଲା| ଏଇ ୧୯୭୦ରେ ଶ୍ରୀଯୁକ୍ତ ଅବସର ନେଲେ| କିନ୍ତୁ, ଏ ପର୍ଯ୍ୟନ୍ତ ତାଙ୍କୁ ପେନସନ ମିଳିନି|
“ଏଇ ସ୍କୁଲର ଛାତ୍ର ଆଜି ଓଡ଼ିଶାରେ ବଡ଼ ମଣିଷ|”
ବସନ୍ତ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଶ୍ୟାମସୁନ୍ଦର ମିଶ୍ର ଏବଂ
ଆହୁରି ଅନେକ ନାମ ଉଚ୍ଚାରଣ କଲେ ଶ୍ରୀଯୁକ୍ତ ସାହୁ| ବିଚ୍ଛିନ୍ନାଞ୍ଚଳ ସମସ୍ୟାକୁ
ସିଡ଼ିକରି ସମସ୍ତେ ଉଠିଯାଇଛନ୍ତି ଉପରକୁ ଏବଂ ପରେ ସିଡ଼ିଟିକୁ ପେଲି ଦେଇଛନ୍ତି|
|
ମଙ୍ଗଳବାର, ମାର୍ଚ୍ଚ 11, 2014
ବେଢା ବୁଲା
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ