ଝାଡ଼ଖଣ୍ଡରେ ଓଡ଼ିଆ
ଶ୍ରୀ ବାଦଲ ଭୂୟାଁ
ଶେଷରେ ଝାରଖଣ୍ଡ ରାଜ୍ୟ
ଗଠନ ହେଲା| ଏ ରାଜ୍ୟ ଗଠନ ପୂର୍ବରୁ ବୁହତ କିଛି ଆଶା କରୁଥିଲେ, ପୂର୍ବ ସିଂହଭୂମି, ପଶ୍ଚିମ
ସିଂହଭୂମି, ଷଢ଼େଇକଳା-ଖରସୁଆଁ ଆଦି ଜିଲ୍ଲାମାନଙ୍କରେ ଅବସ୍ଥାନ କରୁଥିବା ଓଡ଼ିଆମାନେ| ବିହାର
ନ ହେଲା ନାଇଁ ପଛେ,
ଏବେ ଝାରଖଣ୍ଡରେ ଆମ ଭାଗ୍ୟରେ ରବି ଉଇଁବ|
ମନ ପ୍ରାଣରେ ଓଡ଼ିଆକୁ
ଭଲ ପାଉଥିବା ହୃଦୟଟିଏ ଲୋଡା|
ଖାଲି ଓଡ଼ିଶା ପଟୁ ହେଲେ କିଛି ହେବନି| ଆମ
ଏଠାକାର ଓଡ଼ିଆମାନଙ୍କୁ ଓଡ଼ିଶାର ନେତାମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ| ନିଜ
ଭିତରେ ମିଳିତ ଭାବରେ ଓଡ଼ିଆମାନଙ୍କର ବିକାଶ ପାଇଁ ସ୍ବର ଉତ୍ତୋଳନ କେବଳ ନୁହେଁ, କାମରେ କରିବାକୁ ପଡିବ| ତେବେ
ଯାଇ ଓଡ଼ିଆମାନଙ୍କର ଅସ୍ତିତ୍ବ ଏଠାରେ ବଜାୟ ରହିପାରିବ| ×××
ଏ ଅଂଚଳର ଗଙ୍ଗାରାମ
ସିଂହଙ୍କର ତୁଳସୀ ରାମାୟଣ,
କବିଚନ୍ଦ୍ର ମହେଶ୍ବର କବିଙ୍କର କୃଷ୍ଣଲୀଳା, ରାମଲୀଳା, ଚଉପଦୀ, ରାଜା
ପ୍ରତାପ ରୁଦ୍ର ଦେଓଙ୍କ କୁମାର ସମ୍ଭବ କାବ୍ୟ, ମହାରାଜା ଉଦିତ ନାରାୟଣ
ସିଂହଦେଓଙ୍କର ଭାଷା ରହସ୍ୟ,
ବ୍ରହ୍ମାଣ୍ଡ ପୁରାଣ, ସଂଗୀତ ଚିନ୍ତାମଣି, କୃଷ୍ଣଲୀଳାମୃତ
ପ୍ରଭୃତି ଅନବଦ୍ୟ ସୃଷ୍ଟି ସମ୍ଭାର ଏଠାକାର ଓଡ଼ିଆମାନଙ୍କର ଖିଅ ଓଡ଼ିଶା ସହିତ ଯୋଡି ଦେଇଛି|
ଏହାଛଡା ଖାଦ୍ୟ-ପ୍ରେୟ, ଘରଛପର, ବିବାହବ୍ରତ, ଶ୍ରାଦ୍ଧକର୍ମ, ଲୁଗାପିନ୍ଧା
ଠାଣି, ଖଡୁ, ନୋଥ, ବଳା, ଆଦି ଅଳଂକାର ପରିଧାନ,
ଘର ପ୍ରତିଷ୍ଠା ଓ ଶୁଭ କର୍ମାଦିରେ ମନ୍ତ୍ର ପାଠ, ପଣସ, ଶାଳପତ୍ରରେ
ପିଣ୍ଡଦାନ, ଆତ୍ମ ଓ ଶାଳକାରେ ହୋମ ଆଦି ପ୍ରତ୍ୟେକଟି କାର୍ଯ୍ୟ ଓଡ଼ିଶାର ଲୋକମାନଙ୍କର ପରି ଏଠାକାର ଲୋକେ
ପାଳନ କରନ୍ତି ବା ମାନନ୍ତି|
ଓଡ଼ିଆ ଘରର ବାରମାସରେ ତେରପର୍ବ ପରି ଏଠାରେ ପାଳନକରାଯାଏ ଓଡ଼ିଆ ଘରର
ପର୍ବ| ପିଠାପଣା ଆଦି ମଧ୍ୟ ଓଡ଼ିଶାର ପଦ୍ଧତିରେ ଏଠି ମଧ୍ୟ ପ୍ରସ୍ତୁତ କରାଯାଏ|
ବର୍ତ୍ତମାନର ସମୟରେ
ଆମକୁ ସ୍ବାଭିମାନୀ ହେବାକୁ ପଡିବ| ଆମର ଉପେନ୍ଦ୍ର ଭଞ୍ଜ, ଭୀମ
ଭୋଇ, ଫକୀର ମୋହନ,
ମଧୁବାରିଷ୍ଟର, ମଧୁସୂଦନ ରାଓ, କୋଣାର୍କ, ପୁରୀ, ପିପିଲି
ଚାନ୍ଦୁଆ, କଟକ ତାରକସି,
ରଘୁରାଜ ପୁରର ମୂର୍ତ୍ତିକଳା ଆଦିକୁ ଜାତୀୟ ସ୍ତରରେ ଓ ଦେଶ ବାହାରେ
ପ୍ରଚାର କରିବାକୁ ପଡ଼ିବ|
ଅଣଓଡ଼ିଆଙ୍କ ଗହଣରେ ଓଡ଼ିଆ ନକହି ଅନ୍ୟଭାଷାରେ କଥାବାର୍ତ୍ତା ହେବାର
ମନୋବୃତ୍ତିର ପରିବର୍ତ୍ତନ କରିବାକୁ ପଡ଼ିବ| ‘ଇଣ୍ଡିଆ ଟୁଡେ’ ‘ଆଉଟ୍ଲୁକ’,
‘ଇକୋନୋମିକ୍’, ‘ଟାଇମ୍ସ’ ସଂଗେ
ସଂଗେ ଓଡ଼ିଆ ଖବର କାଗଜ ଓ ପତ୍ରପତ୍ରିକା ମଧ୍ୟ କିଣିବାକୁ ପଡିବ| ରବୀନ୍ଦ୍ର
ନାଥ ଟାଗୋରଙ୍କ ଜନ୍ମଦିନରେ ପ୍ରଭାତ ଫେରି ବାହାରିଥିବା ପରି ଓଡ଼ିଆର ବରପୁତ୍ରମାନଙ୍କ ଜନ୍ମଦିନ ଓ
ଶ୍ରାଦ୍ଧ ଦିବସରେ ସଂକଳ୍ପ ନେବା ଦରକାର ଯେ ଆମେ ଓଡ଼ିଆ| ଓଡ଼ିଆ ମୋ ବୋଉ ଭାଷା ବୋଲି| ଓଡ଼ିଆ
ସିନେମା, ଯାତ୍ରାଆଦିକୁ ହେୟ ମନେ ନ କରି ଅଧିକରୁ ଅଧିକ ଲୋକଙ୍କୁ ଦେଖାଇବା ପାଇଁ ପ୍ରବାର୍ତ୍ତାଇବା
ଆଦି ମନୋବୃତ୍ତି ଆମ ଭିତରକୁ ଗୁଜୁରେଇ ପାରିଲେ ଓଡ଼ିଆ ଭାଷା ଆପଣାଛାଏଁ ପତ୍ର ମେଲେଇବ| × × ×
(ସିଂହଭୂମ୍ - ବାର୍ଷିକ ବିଶେଷାଙ୍କ - ୨୦୦୩
- ସଂପାଦକୀୟ,
ଝାରଖଣ୍ଡ ଓଡ଼ିଆରୁ ସଂଗୃହୀତ )
ସଂପାଦକ : ସିଂହଭୂମ୍, ୧୨୫, ସଂଜୟ
ରୋଡ,
ଜାମସେଦ୍ପୁର, ଝାରଖଣ୍ଡ
କଣ୍ଢେଇମାନେ ଦେବତା ସାଜନ୍ତି
ଛତିଶଗଡର
ରାୟପୁର ଅନ୍ତର୍ଗତ ବନୋରା ଅଂଚଳରେ ବିବାହ ବେଦୀର ଚାରିକୋଣରେ ମାଟିରେ ତିଆରି କେ‹ଇମାନ ସଜାଇ ରଖାଯାଏ|
ବିଶ୍ବାସ ରହିଛି - ଏହି କଣ୍ଡେଇମାନେ ଦେବତା ସାଜି ବର-କନ୍ୟାଙ୍କ
ବିବାହର ସାକ୍ଷୀ ରହନ୍ତି ଓ ଆଶୀର୍ବାଦ କରନ୍ତି ଫଳରେ ବରକନ୍ୟାଙ୍କର ବୈବାହିକ ଜୀବନ ସୁଖମୟ ଓ
ମଙ୍ଗଳକର ହୋଇଥାଏ|
ଏହି କେ‹ଇକୁ ସେମାନେ ଘରେ ରଖିଥାଆନ୍ତି ବିବାହର ସ୍ମାରକୀ ରୂପେ|
(ଉତ୍କଳ ସାଂସ୍କୃତିକ ଶିବିର- ୨୦୦୬)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ