ଆମ ପାଇଁ କଅଣ ଆଇନର ସଂରକ୍ଷଣର ବ୍ୟବସ୍ଥା ନାହିଁ ?
ଶ୍ରୀ ପ୍ରବୋଧ କୁମାର
ମିଶ୍ର
(‘ଓଡ଼ିଶା ବାହାରେ ଓଡ଼ିଆ’ର ଦ୍ବିତୀୟ ସଂଖ୍ୟା
ପାଠ ପରେ ଓଡ଼ିଶା ବାହାରେ ଜଣେ ଓଡ଼ିଆ ଶ୍ରୀ ପ୍ରବୋଧ କୁମାର ମିଶ୍ର (ପୁରୁଣାବସ୍ତୀ, ଚକ୍ରଧରପୁର, ଝାଡ଼ଖଣ୍ଡ) ଏକ ଚିଠିରେ
ତାଙ୍କର ଯେଉଁ ପ୍ରତିକ୍ରିୟା ଜଣାଇଛନ୍ତି,
ତାର ମନୋନୀତ ଅଂଶ ଏଠାରେ ପ୍ରଦାନ କରାଯାଉଛି - ସମ୍ପାଦକ)
୧. “¨ ¨ ¨
ବିଚ୍ଛିନ୍ନାଞ୍ଚଳ ବୋଲି ଯାହା ଆମେ ଜାଣୁ, ତାହା ଚାରି ଭାଗରେ ବିଭକ୍ତ ଓ ସେଠାକାର ଓଡ଼ିଶା
ରାଜ୍ୟ ସୀମାକୁ ଲାଗି ଯେଉଁ ଆମେ ଓଡ଼ିଆ ରାଜ୍ୟ ଶାସକଙ୍କ ଅଧୀନରେ ଓଡ଼ିଆମାନେ ବହୁସଂଖ୍ୟାରେ
ଅଛନ୍ତି, ତାଙ୍କର
ଶିକ୍ଷାର ଭାଗ୍ୟ ଡୋରି ଆନ୍ଧ୍ର, ବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଶାସକଙ୍କ ହାତମୁଠାରେ| ଏଠାରେ ଓଡ଼ିଆ ଶିକ୍ଷା ପ୍ରତିଷ୍ଠାନ ସବୁ ଗଢ଼ା
ଯାଇଥିଲା, ଓଡ଼ିଶା
ପ୍ରଦେଶ ଆନ୍ଦୋଳନର ଆରମ୍ଭ ସମୟରୁ ସେଗୁଡ଼ିକୁ ଗଢ଼ିଥିଲେ, ସ୍ବତନ୍ତ୍ର ଉତ୍କଳମଣି ଗୋପବନ୍ଧୁ ଦାସ| କାରଣ ଓଡ଼ିଆ ପାଠ ପଢ଼ିବା କେନ୍ଦ୍ର, ତତ୍କାଳୀନ ଅଣଓଡ଼ିଆ ରାଜ୍ୟ ଶାସନର ନୀତି
ନଥିଲା - କହିଲେ ଅତ୍ୟୁକ୍ତି ହେବ ନାହିଁ|
ୟା ପଛରେ ଥିବା କାରଣ| ପଣ୍ଡିତ
ଗୋପବନ୍ଧୁ ଦାସ ନିଶ୍ଚିତ ଥିଲେ ଯେ ଓଡ଼ିଆ ପିଲାଏ ଓଡ଼ିଆ ମାତୃଭାଷାରେ ଶିକ୍ଷା ପାଇଲେ ସୀମାରେ
ଥିବା (ବିଚ୍ଛିନ୍ନାଞ୍ଚଳ) ଓଡ଼ିଆଙ୍କର ଏକତା ଦୃଢ଼ ହେବ ଏବଂ ଏହା ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ
ବୋଲି ଯେଉଁ ଦାବି ମଧୁବାବୁ କରିଛନ୍ତି ତାହାକୁ ଶକ୍ତି ପ୍ରଦାନ କରିବ| ଯଦ୍ଦ୍ବାରା ଗୋରା ଶାସକମାନେ ଓଡ଼ିଆ ଜାତି ପାଇଁ
ସ୍ବତନ୍ତ୍ର ପ୍ରଦେଶ ଦାବି ଅନୁରୂପ ଗୋଟିଏ ସ୍ବତନ୍ତ୍ର ପ୍ରଦେଶ ପାଇପାରିବେ|”
୨. “¨ ¨ ¨
ସେମାନେ (ଯେଉଁ ରାଜନେତାମାନେ ଓଡ଼ିଆ
ଭାଷୀମାନଙ୍କୁ ଏକତ୍ର କରିପାରିଲେ ନାହିଁ,
ନିଜର ଘନିଷ୍ଠତା ପାଇଁ) ଓଡ଼ିଆ ଭାଷା ବିକୃତ ହେଉ, ଓଡ଼ିଆ ପିଲାଙ୍କର ମାତୃଭାଷାରେ ଶିକ୍ଷା ଯେପରି ପ୍ରତି ପଦରେ ବାଧାପାଉ, ଓଡ଼ିଆ ଶିକ୍ଷା କେନ୍ଦ୍ର ଆଉ ଗଢ଼ିବାର ଆବଶ୍ୟକତା
ନମଣି ହିନ୍ଦୀ, ବଙ୍ଗଳା, ତେଲଗୁ ଭାଷାରେ ଶିକ୍ଷାକୁ ପ୍ରଶୟ ଦେଇ
ଓଡ଼ିଆଙ୍କୁ ନଗଣ୍ୟ ରଖି ଓଡ଼ିଆ ପାଠ୍ୟପୁସ୍ତକ ଓଡ଼ିଆ ଶିକ୍ଷକଙ୍କ ଅଭାବ ଏଯାବତ ବଜାୟ ରଖିଛନ୍ତି|”
୩. “¨ ¨ ¨
ଅଣଓଡ଼ିଆ ଶାସକମାନେ (ହିନ୍ଦୀ, ବଙ୍ଗଳା, ତେଲଗୁ) ବୋଧହୁଏ ଏବେ ସୁଦ୍ଧା ମନେ କରନ୍ତି, ଯଦି ଓଡ଼ିଆ ପିଲାମାନେ ମାତୃଭାଷା ଶିକ୍ଷାରେ
ପାରଙ୍ଗମ ହେବେ, ତେବେ ଦିନେନା
ଦିନେ ତାଙ୍କ ଅଞ୍ଚଳର ମିଶ୍ରଣ (ମାନେ ବିଚ୍ଛିନ୍ନାଞ୍ଚଳ) ଓଡ଼ିଆ ସହିତ କରିବେ|”
୪. “¨ ¨ ¨
ଆଜି ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କର
ଶିକ୍ଷାରେ ଦୁର୍ଦ୍ଦଶାର ଲାଘବ ପାଇଁ ଓଡ଼ିଶାରୁ ଅଶାରଖି ତାଙ୍କର ନାର୍ଯ ଅଧିକାର ଅଛି|”
୫. ¨ ¨ ¨
“ମଧୁବାବୁ ଗୋପବନ୍ଧୁଙ୍କ ତିରୋଧାନ ପରେ ବିଚ୍ଛିନ୍ନାଞ୍ଚଳ ପ୍ରତି ତାଙ୍କର (ତତ୍କାଳୀନ
ରାଜନେତା) ଇଚ୍ଛା ଟଳମଳ ହୋଇ ମିଶ୍ରଣ କଥା ଆଉ ନୋହିଲା| ଫଳତଃ ବିଚ୍ଛିନାଞ୍ଚଳ କଥା କେବଳ ଉତ୍କଳ ଦିବସ ପାଳନ, ପ୍ରତିବର୍ଷ ଥରେ ପହିଲା ଅପ୍ରେଲରେ ଓଡ଼ିଆ
ଜାତିକୁ ମନେ ପଡେ଼ ଓ ପରଦିନ ତାହା ଉଭେଇ ଯାଏ|”
୬. ¨ ¨ ¨
“ଓଡ଼ିଶାରେ ମୁସଲମାନ, ବଙ୍ଗାଳି, ତେଲୁଗୁମାନଙ୍କ ପାଇଁ ନିଜ ମାତୃଭାଷାର ଶିକ୍ଷା
ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କଥା କୁହାଯାଇଛି| କିନ୍ତୁ ବିଚ୍ଛିନ୍ନାଞ୍ଚଳର ଚାରୋଟି ଭାଗରେ
ଓଡ଼ିଆ ଜାତି ପାଇଁ ସେ ବ୍ୟବସ୍ଥା କାହିଁକି ରହୁନାହିଁ, ତାର ଉତ୍ତର ମୂୂଳପିଣ୍ଡ ଓଡ଼ିଆ ପ୍ରଦେଶର ରାଜନେତାମାନେ ବୁଝନ୍ତୁ|”
୭. ¨ ¨ ¨
“ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ରୂପାନ୍ତର ହେଉଛି, ପ୍ରତି ପଲରେ (ମୁହୂର୍ତ୍ତରେ) ସରକାରୀ କଳର ଦାଉରୁ, ଠିକ୍ ଯେପରି ଦୁର୍ବଳ ଜନଜାତି ମଧ୍ୟରୁ
ଧର୍ମାନ୍ତର କରି ଖ୍ରୀଷ୍ଟିଆନ୍ କରାହେଉଛି|”
୮. ¨ ¨ ¨
“ଆମକୁ ଓଡ଼ିଆ ଭାଷା ଶିକ୍ଷା ପ୍ରାରମ୍ଭିକ ସ୍ତରରୁ ଉଚ୍ଚସ୍ତର ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ
ସମ୍ବିଧାନର ଧାରା ୩୦ ହୋଇ ମଞ୍ଚ ତିଆରି କରି ସଂଘର୍ଷ ପାଇଁ ପ୍ରସ୍ତୁତ ହେବା ଦରକାର| ଏହା ହିଁ କେବଳ ସମୟର ଡାକ|”
୯. ¨ ¨ ¨
“ମନୀଷୀମାନଙ୍କ
ଭାଷାରେ, ପ୍ରତି ୧୪
ଦିନରେ ଗୋଟିଏ ଭାଷା ବିଲୋପ ହେବାକୁ ବସିଲାଣି|
ଉଦ୍ଦୁର୍ ଭାଷା ସଂଖ୍ୟାଲଘୁଙ୍କ ଭାଷା ଏବଂ ତାର ଉନ୍ନତି ପାଇଁ ବ୍ୟବସ୍ଥା ହେଉ ଆଇନ୍
ତିଆରି କରି, ବୋଲି
କେନ୍ଦ୍ରର ଜଣେ ମନ୍ତ୍ରୀ କରିଲେଣି ଆମ ପାଇଁ କଣ ଆଇନ୍ର ସଂରକ୍ଷଣର ବ୍ୟବସ୍ଥା ନାହିଁ ? ଏ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଏ ଅକିଞ୍ଚନ
ରହିଲା|”
ପୁରୁଣାବସ୍ତି, ଚକ୍ରଧରପୁର, ଝାଡ଼ଖଣ୍ଡ-୮୩୩୧୦୨
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ