ରବିବାର, ମାର୍ଚ୍ଚ 9, 2014

ବିଶିଷ୍ଟ ବ୍ୟକ୍ତିତ୍ୱ



ଓଡ଼ିଶା ଏକତ୍ରୀକରଣର ଗବେଷକ

ପଦ୍ମଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁ

        ଗବେଷକ ସତ୍ୟନାରାୟଣ ରାଜଗୁରୁଙ୍କ ଜନ୍ମ ୧୯୦୩ ମସିହା ଅଗଷ୍ଟ ମାସ ୨୬ ତାରିଖ (ଭାଦ୍ରମାସ କୃଷ୍ଣ ଏକାଦଶୀ) ବୁଧବାର ଦିନ ୧୦ଟା ୫୫ ମିନିଟ‌୍‍ରେ ଏବର ପାରଳା ଖେମୁଣ୍ଡି, ଗଜପତି ଜିଲ୍ଲାରେ | ତାଙ୍କ ପିତାଙ୍କ ନାମ- ଶ୍ରୀ ହରେକୃଷ୍ଣ ରାଜଗୁରୁ ଓ ମାତାଙ୍କ ନାମ ସୁନାମଣି ଦେବୀ| ସେତେବେଳେ ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ‌୍‍ସୀ ଅଧୀନରେ ଥିଲା| ତାଙ୍କର ପୂର୍ବ ପୁରୁଷମାନେ ତ୍ରିପାଠୀରୁ ରାଜଗୁରୁଉପାଧିରେ ଭୂଷିତ ହୋଇଥିଲେ| ଏହି ବଂଶରେ ପୂର୍ବରୁ ମଧୁ ତ୍ରିପାଠୀ ଓ ଲୋକନାଥ ତ୍ରିପାଠୀ ଗୋପୀନାଥ ତ୍ରିପାଠୀ ପ୍ରଭୃତି ବହୁ ପଣ୍ଡିତ ତଥା ସଂସ୍କୃତ ଆଳାଙ୍କାରିକମାନେ ଜନ୍ମ ହୋଇଥିଲେ|
        ସତ୍ୟନାରାୟଣ ଜନ୍ମର ୭ଦିନ ପରେ ତାଙ୍କ ମାତା ସୁନାମଣି ଦେବୀଙ୍କର ସ୍ବର୍ଗାବାସ ହୋଇଥିଲା| ତେଣୁ ପିତାମହୀ ଓ ପିଉସୀ ବିମଳାଙ୍କ ଲାଳନ ପାଳନରେ ସେ ଜୀବନ ବିତାଇଥିଲେ| ତାଙ୍କର ଦଶମାସ ବୟସ ବେଳେ ଜେଜେ ମାଆ ତାଙ୍କୁ  ସେକ ଦେଉଥିବା ବେଳେ ଗୋଟେ ବାଘ ତାଙ୍କୁ ଡେଇଁ ପଳାଇଥିଲା ଓ ତାକୁ ମହାରାଜ ଗୌର ଚନ୍ଦ୍ର ଦେବ ବନ୍ଧୁକରେ ମାରିଥିଲେ| ୫ ବର୍ଷରେ ତାଙ୍କର କର୍ଣ୍ଣବେଧ ହୋଇଥିଲା|
        ପ୍ରଥମେ ଶିକ୍ଷକ ନରସିଂହ ମିଶ୍ର ତାଙ୍କୁ ବର୍ଣ୍ଣବୋଧପଢ଼ାଇଥିଲେ| ପରେ ସେ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଏବର ଶ୍ୟାମସୁନ୍ଦର ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ରେ ବିଦ୍ୟାରମ୍ଭ କରିଥିଲେ ଛାତ୍ର ଅବସ୍ଥାରେ ସେ ଭାରି ଚଗଲା ଥିଲେ| ତେଣୁ ତାଙ୍କର ଯଥାଶୀଘ୍ର ବ୍ରତୋପନୟନ (ଆଠ ବର୍ଷ ବୟସରେ) କରାଯାଇଥିଲା ଜେଜେ ମାଙ୍କ ପରାମର୍ଶ କ୍ରମେ|
        ୧୯୧୮ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ ବିବାହ କରିଥିଲେ|
        ପାରଳାଖେମୁଣ୍ଡିରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ଅନୁଷ୍ଠିତ ହୋଇଥିଲା| ଅତିଥିମାନଙ୍କର ସେବା ପାଇଁ ସେ େସ୍ବଚ୍ଛାସେବୀ ଭାବରେ ଯୋଗଦେଇଥିଲେ| ଏହି ସମୟରେ ସେ ଗୋପବନ୍ଧୁଙ୍କ ଦାୟିତ୍ବରେ ସେ ଥିଲେ|
        ୧୯୨୧ ମସିହାରେ ସମଗ୍ର ଭାରତବର୍ଷରେ ସ୍ବାଧୀନତା ଆନ୍ଦୋଳନ ସହିତ ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନ ଏବଂ ଓଡ଼ିଆ ଭାଷାର ସ୍ଥାୟିତ୍ବ ପାଇଁ ଓଡ଼ିଶାରେ ବହୁନେତାଙ୍କୁ ଆହ୍ବାନ ଦେଇଥିଲେ|
        ୧୯୨୨ ମସିହାରେ ଓଡ଼ିଆଭାଷୀ ଅଂଚଳଗୁଡିକର ଏକତ୍ରୀକରଣ ପାଇଁ ବିହାର-ଓଡ଼ିଶା ବିଧାନସଭାରେ ଏକ ପ୍ରସ୍ତାବ ହେଲା| ତେଣୁ ୧୯୨୪ ମସିହାରେ ସି.ଏଲ‌୍‍. ଫିଲପ‌୍‍ ଏବଂ ଏ.ସି.ଏଫ‌୍‍. ଦୁଇଜଣ ଅଫିସର ମାଡ୍ରାସ ପ୍ରେସିଡେନ‌୍‍ସୀ ଅଧୀନରେ ଥିବା ଓଡ଼ିଆମାନଙ୍କର ସମସ୍ୟାର ବିବରଣୀ ସଂଗ୍ରହ ପାଇଁ ଆସିଥିଲେ| ସେତେବେଳେ ପାରଳାଖେମୁଣ୍ଡିରେ ଏକ ଅନୁଷ୍ଠାନ ହିତୈଷୀ ସମାଜ’ (UJBB)ଗଠିତ ହୋଇଥିଲା ଓ ସତ୍ୟନାରାୟଣ ଏହି ସଂସ୍ଥାର ଉପସଭାପତି ଥିଲେ|
        ଇଂରେଜମାନେ ବହୁ ଐତିହାସିକ ତଥ୍ୟ ଏଥିପାଇଁ ସଂଗ୍ରହ କଲେ| ତେଣୁ ସତ୍ୟନାରାୟଣ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରୋତ୍ସାହନରେ ଓଡ଼ିଶାର ଇତିହାସ ସଂଗ୍ରହ ପାଇଁ ଆସି ଲେଖାମାନ ଅଧ୍ୟୟନ କଲେ| ଫଳରେ ଓଡ଼ିଶାରୁ ବହୁ ଐତିହାସିକ ତଥ୍ୟ ସଂଗ୍ରହ କରି ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଦେଲେ ଓ ମହରାଜା ଲଣ୍ଡନ ଯାଇ ଇଂରେଜ ସରକାରଙ୍କୁ ଏହାର ପ୍ରାମାଣିକ କାଗଜପତ୍ର ଦେଖାଇଲେ|
        ୧୯୩୦ ସେପ୍ଟେମ୍ବର ୧୨ ତାରିଖରୁ ନଭେମ୍ବର ୨୨ ତାରିଖ ମଧ୍ୟରେ ଏକ ପୁସ୍ତକ A Brief Histroy of the Ganjes of Kalingaରଚନା କରିଥିଲେ| ଏଥିରେ ୧୯୦୧, ୧୯୧୧ ଓ ୧୯୨୧ ମସିହାରେ ହୋଇଥିବା ଜନଗଣନାରେ ଓଡ଼ିଆଙ୍କ ସଂଖ୍ୟା ପ୍ରସଂଗରେ ତ୍ରୁଟି ଦେଖାଯାଇଥିଲା| ଏହାକୁ ସେ କୃଷ୍ଣଚନ୍ଦ୍ରଙ୍କ ପାଖକୁ ଲଣ୍ଡନ ପଠାଇଥିଲେ|
        ପରେ ଭାଷା ଆନ୍ଦୋଳନରେ ଭୁବନାନନ୍ଦ ଦାସ, ମଧୁସୂଦନ, ଲକ୍ଷ୍ମୀନାରାୟଣ ମହାନ୍ତି, ଭିକାରୀ ଚରଣ ପଟ୍ଟନାୟକ, ବିଶ୍ବନାଥ କର, କୃଷ୍ଣ ମହାପାତ୍ର ଆଦି ଯୋଗ ଦେଇଥିଲେ| ୧୯୩୧ ମାର୍ଚ୍ଚ ୧୧ରେ କଟକ ଠାରେ ଉତ୍କଳସମ୍ମିଳନୀରେ ଓଡ଼ିଶାର ସୀମା ନିଦ୍ଦେର୍ଶ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା| ଏହି କମିଟି ତାର ବିବରଣ ଓ ଓଡୋନେଲ‌୍‍ କମିଟିରେ ତଥ୍ୟ ସବୁ ଉପସ୍ଥାପିତ କରିଥିଲେ| ଏହି ସବୁ ତଥ୍ୟ ସତ୍ୟନାରାୟଣ ଯୋଗାଇ ଦେଇଥିଲେ|
        ୧୯୩୩ ମସିହାରେ ପିପୁଲ ଆସୋସିଏସନ‌୍‍ ନାମରେ ଏକ ସଂସ୍ଥା ପାରଳାରେ ମଧ୍ୟ ଗଠିତ ହୋଇଥିଲା| ଏହି ସଂସ୍ଥା ଓଡ଼ିଆ ଭାଷା ଆନ୍ଦୋଳନ ଓ ଏକାତ୍ରୀକରଣ କ୍ଷେତ୍ରରେ ବିଶିଷ୍ଟ ଭୂମିକା ନେଇଥିଲା|
ସତ୍ୟନାରାୟଣଙ୍କ ରଚନା କୃତି - ୧୯୨୭ ମସିହାରେ ବିହାର-ଓଡ଼ିଶା ପ୍ରତ୍ନତାତ୍ତ୍ବିକ ଗବେଷଣା ପତ୍ରିକାରେ ତାଙ୍କର ୨ଟି ଗବେଷଣା ପ୍ରବନ୍ଧ ପ୍ରକାଶ ପାଇଥିଲା| ୧୯୩୧ ମସିହାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରରୁ ପ୍ରକାଶ ପାଉଥିବା Andhra Historical Research Societye Andhra Journal Society ନାମକ ଇଂରାଜୀ ପତ୍ରିକାରେ ତାଙ୍କର ନିୟମିତ  ଲେଖା ପ୍ରକାଶ ପାଇଥିଲା|
        ୧୯୩୦ରେ ଓଡ଼ିଶାରେ ବୌଦ୍ଧଧର୍ମ ମହାତ୍ମ୍ୟଉତ୍କଳୀୟ ଲିପିତତ୍ତ୍ବକର୍ମକ୍ଷେତ୍ରଆଦି ପୁସ୍ତକ ଓ ଉପନ୍ୟାସ ମଧ୍ୟ ରଚନା କରିଥିଲେ|
        ସତ୍ୟନାରାୟଣ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୧୯୫୬ ମସିହା ପର୍ଯ୍ୟନ୍ତ କ୍ୟୁରେଟର ଭାବରେ କାର୍ଯ୍ୟ କରିଥିଲେ| ଏହି ସମୟରେ ବହୁ ପୋଥି ଓ ଅଭିଲେଖ ପାଠ ସହ ଲିଙ୍ଗରାଜ ମନ୍ଦିର ଓ ଅଭିଲେଖ, ଉପରେ ଇତିହାସ  ରଚନା କରିଥିଲେ| ଭାସ୍କରେଶ୍ବର ମନ୍ଦିରର ଅଭିଲେଖ ପାରଳାର ବସନ୍ତ ବିବହାର ଐତିହାସିକ ତଥ୍ୟ ସହିତ କବି ଜୟଦେବ ଓଡ଼ିଶାର ବୋଲି ସେ ପ୍ରମାଣ କରିଥିଲେ| ୧୯୮୯ ଠାରୁ ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଗବେଷକ ଭାବରେ କାର୍ଯ୍ୟ କରୁଥିଲେ|
        ଏଥି ସହିତ ଓଡ଼ିଶାର ସାଂସ୍କୃତିକ ଇତିହାସ (୪ଟି ଭାଷା) ରାଧାଭିଷେକ, ଜନନୀ ଉତ୍କଳ, କଳିଙ୍ଗର ଆତ୍ମକଥା, ଓଡ଼ିଆ ଲିପିର କ୍ରମ ବିକାଶ, ରାଣଚଣ୍ଡ, ମନୋରମା, Inscript of Orissa,  ନାଗଇତିହାସ ଆଦି ରଚନା କରିଥିଲେ| ଓଡ଼ିଶା ଇତିହାସ ୧୯୭୪ ମସିହାରେ ସେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧି ଲାଭ କରିଥିଲେ| ସାରଳା ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୫ରେ ଇମ୍ପା ପକ୍ଷର ସ୍ମାରକୀ ସମ୍ମାନ, ଓ ଶ୍ରୀ ବିହାର ପକ୍ଷର ୧୯୯୫ରେ ମଧ୍ୟ ସମ୍ମାନିତ ହୋଇଥିଲେ|
        ୧୯୯୭ ମସିହା ଜୁନ ମାସ ୧୨ ତାରିଖରେ ତାଙ୍କର ସ୍ବର୍ଗାବାସ ହୋଇଥିଲା| କିନ୍ତୁ, ଏହି ଓଡ଼ିଆଜାତି ଗଠନ ପ୍ରସଙ୍ଗରେ ତାଙ୍କର ଅଧ୍ୟୟନ ଓ ଗବେଷଣାକୁ କେବେ ଭୁଲି ପାରିବ ନାହିଁ| ସେ ଓଡ଼ିଆ ଜାତିର ନମସ୍ୟ|

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ